୩ ବର୍ଷରେ ୨ ଯୁବକ ସମୁଦ୍ରରୁ ବାହାର କଲେ ୪ ହଜାର ଟନ୍‌ ପ୍ଲାଷ୍ଟିକ୍‌

ଓ୍ବାଶିଂଟନ,୪।୨: ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପୃଥିବୀ ସାରା ସଚେତନତା ଅଭିଯାନ ଜାରି ରହିଛି। ଏହି ମର୍ମରେ ଆମେରିକା ଫ୍ଲୋରିଡ଼ାର ୨ ଜଣ ଯୁବକ ଗତ ୩ ବର୍ଷ ମଧ୍ୟରେ ସମୁଦ୍ରରୁ ୪ ହଜାର ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ବାହାର କରିଛନ୍ତି। ଏଣ୍ଡ୍ର୍ୟୁ କୁପର ଏବଂ ଏଲେକ୍ସ୍‌ ସୁଲେଜ୍‌ ୨୦୧୭ରେ ୪-ଓସିନ୍‌ ନାମକ ଏକ କମ୍ପାନୀ ସ୍ଥାପନା କରିଥିଲେ। ପରବର୍ତ୍ତୀ ସମୟରେ କମ୍ପାନୀରେ ୩୦୦ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ଅନ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ ଏହି କମ୍ପାନୀ ଦ୍ୱାରା କରାଯାଉଛି। ସମୁଦ୍ରରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ ପାଇଁ ୬ଟି ଜାହାଜକୁ କାମରେ ଲଗାଯାଇଛି। ଆମେରିକାର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଏସବୁ ଜାହାଜ ବୁଲିବୁଲି ସମୁଦ୍ରରୁ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ କରିଥାନ୍ତି। ପରେ ଏହାକୁ ସଫା କରାଯାଇ ନୂଆ ଉତ୍ପାଦ ପ୍ରସ୍ତୁତ କରାଯାଇଥାଏ।


All Right Reserved By Dharitri.Com

ଜଳପରି ହେବା ପାଇଁ ଏମାନେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା

ନିଜର ସୌକ ପୂରଣ କରିବାକୁ ଯାଇ ଅଷ୍ଟ୍ରେଲିଆର ଜେସିକା ବେଲେ ଓ ଅମୋଲିୟା ଲାସେଟର ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା। ଏମାନେ ଜଳପରି ଭାବେ ନିଜକୁ...

ସେନା ହସ୍ପିଟାଲରେ ବିସ୍ଫୋରଣ: ୧୦ ଆହତ

ଇସଲାମାବାଦ,୨୪।୬: ପାକିସ୍ତାନର ରାଓ୍ବଲପିଣ୍ଡିରେ ଥିବା ସେନା ହସ୍ପିଟାଲରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଯେଉଁଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।...

କଶ୍ମୀର ସମସ୍ୟା: ଉପରେ ପଡ଼ି ଭାରତ-ପାକିସ୍ତାନକୁ ପରାମର୍ଶ ଦେଲା ଚାଇନା

ବେଜିଂ,୨୭।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିବାଦୀୟ ମନ୍ତବ୍ୟ ପରେ ଏବେ ଚାଇନା ଉପରେ ପଡ଼ି ଏହି ପ୍ରସଙ୍ଗରେ ପରାମର୍ଶ ଦେଇଛି।...

ଏହି ମନ୍ଦିରରେ ଥିବା ମୋଟର ସାଇକେଲକୁ ପ୍ରତିଦିନ ଶ୍ରଦ୍ଧାଳୁ କାହିଁକି ପୂଜା କରନ୍ତି

ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍‌ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ...

ମୋଦିଙ୍କୁ ଧନ୍ୟବାଦ ଦେଲେ ମେଲାନିଆ

ଓ୍ବାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।...

ଜାଣନ୍ତୁ ବିଶ୍ୱର ସବୁଠୁ ସୁନ୍ଦର, ବିଳାସମୟ ଏୟାରପୋର୍ଟ ସମ୍ପର୍କରେ…

ସାଧାରଣତଃ ରେଲ୍‌ଓ୍ବେ ଷ୍ଟେଶନ ହେଉ କି ଏୟାରପୋର୍ଟରେ ଅପେକ୍ଷା କରିବା ଭାରି କଷ୍ଟଦାୟକ। କିନ୍ତୁ ବିଶ୍ୱରେ ଏମିତି କିଛି ଏୟାରପୋର୍ଟ ଅଛି, ଯେଉଁଠାରେ ଅପେକ୍ଷା କରିବାକୁ...

ପୋଷା କୁକୁରକୁ ବାହାରେ ନ ବୁଲାଇଲେ ଏଠାରେ ଦେବାକୁ ପଡ଼େ ଜରିମାନା

ଆଜିକାଲି ସମୟରେ ଅଧିକାଂଶ ଲୋକ ଘରେ କୁକୁର ପାଳିବାକୁ ପସନ୍ଦ କରୁଛନ୍ତି। କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ...

ଆମେରିକାରେ ଜାତୀୟ ଜରୁରୀ ସ୍ଥିତି

ଓ୍ବାଶିଂଟନ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୪୦୦ ଟପିଥିବାବେଳେ ପାଖାପାଖି ଦେଢ଼ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାକୁ ଯାଉଛି।...

Leave a comment

Your email address will not be published. Required fields are marked *