ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି ଭୂତାଣୁ ନ ବ୍ୟାପିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚାଇନାରେ ଜଣେ ମହିଳା ବଜାରକୁ ମାସ୍କ ପିନ୍ଧି ଆସି ନ ଥିବାରୁ ପୋଲିସ ତାଙ୍କୁ ହାତକଡି ପକାଇ ହସ୍ପିଟାଲକୁ ନେଇଥିଲା। ସେଠାରେ ସମ୍ପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କୁ କରୋନା ଭାଇରସ୍‌ ସଂକ୍ରମଣ ହୋଇ ନ ଥିବା ଜଣାପଡିବା ପରେ ପୋଲିସ ଛାଡିଦେଇଥିଲା। ଦକ୍ଷିଣ ଚାଇନାର ଗୁଆନଡୋଙ୍ଗ ପ୍ରାନ୍ତରେ ଏଭଳି ଘଟଣା ଘଟିଛି। ସୂଚନାଯୋଗ୍ୟ, ଗୁଆନଡୋଙ୍ଗ ପୋଲିସ ଜାନୁୟାରୀ ୨୬ରେ ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଥିଲା।


All Right Reserved By Dharitri.Com

ଏନ୍‌ଆର୍‌ସି ଭୟ: ବାଂଲାଦେଶ ସୀମାରେ ୩ ସପ୍ତାହରେ ୩ ଶହରୁ ଅଧିକ ଅବୈଧ ପ୍ରବାସୀ ଅଟକ

ଢ଼ାକା,୨୪।୧୧: ଭାରତ ସରକାରଙ୍କ ପକ୍ଷରୁ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରାଯିବା ନେଇ ଘୋଷଣା ହେବା ପରେ ଭାରତରେ ଅବୈଧ ଭାବେ ରହିଥିବା ୩ ଶହରୁ...

ସାଥୀଙ୍କ ହୃଦୟ ଜିଣିବା ପାଇଁ ଦେବେ କେଉଁ ରଙ୍ଗର ଗୋଲାପ…

ଭାଲେଣ୍ଟାଇନ୍‌ ଓ୍ବିକ୍‌ର ପ୍ରଥମ ଦିନକୁ ରୋଜ୍‌ ଡେ କୁହାଯାଇଥାଏ। ଏହା ଫେବୃୟାରୀ ୭ରେ ପାଳିତ ହେବ। ପ୍ରେମିକାପ୍ରେମିକ ନିଜ ସାଥୀଙ୍କ ହୃଦୟ ଜିଣିବା ପାଇଁ ଭିନ୍ନ...

ନଭେମ୍ବର ୧୧ରେ ସୂର୍ଯ୍ୟରେ ଦେଖା ଯିବ କଳାଜାଇ

ଓ୍ବାଶିଂଟନ୍‌,୫।୧୧: ନଭେମ୍ବର ୧୧ରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ।...

ମାସ୍କ, ଗ୍ଲୋଭ୍‌ ଆବଶ୍ୟକ ନାହିଁ: ବିଶେଷଜ୍ଞ

ପ୍ୟାରିସ,୧୯ା୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ଓ ଗ୍ଲୋଭ୍‌ର କୌଣସି ଆବଶ୍ୟକତା ନାହିଁ। ବହୁସଂଖ୍ୟାରେ ଲୋକେ ମାସ୍କ ପିନ୍ଧିବା ଅନାବଶ୍ୟକ। ସଂକ୍ରମଣ...

୯୨ ବର୍ଷରେ ବି ହାରିଯାଇନାହାନ୍ତି: ସପ୍ତାହରେ ଦେଖୁଛନ୍ତି ୬୦୦ ରୋଗୀ

ବେଜିଂ: ଚାଇନାର ଜିୟାଙ୍ଗସୁ ଜିଲା ନାନ୍‌ଜିଙ୍ଗ୍‌ ସହରର ସିଟି ହସ୍ପିଟାଲରେ ୯୨ ବର୍ଷୀୟା ମହିଳା ଡାକ୍ତର ଆଓ ଏ ବୟସରେ ଶହ ଶହ ରୋଗୀ ଦେଖୁଛନ୍ତି।...

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ହଟହଟା: ଅନ୍ୟ ଦେଶର ବିମାନରେ ଆମେରିକା ଗଲେ, ସ୍ବାଗତ କରିବାକୁ ବି କେହି ଆସିଲେନି

ଓ୍ବାଶିଂଟନ, ୨୨।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ହଟହଟା ହେବାକୁ ପଡିଛି।...

୩୭୦ ଉଚ୍ଛେଦ ପରେ ଭାରତ-ପାକ୍‌ ବିବାଦ :ମୁଣ୍ଡ ଖେଳାଇବନି ଜାତିସଂଘ

ଜାତିସଂଘ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ...

Leave a comment

Your email address will not be published. Required fields are marked *