ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୪ ଗିରଫ

ବାଲୁଗାଁ,୩।୨(ଡି.ଏନ୍‌.ଏ.): ରବିବାର ସନ୍ଧ୍ୟାରେ ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ସମେତ ୪ ଜଣଙ୍କୁ ବାଲୁଗାଁ ଥାନା ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ଚିଲିକାରେ ବିନା ଲାଇସେନ୍ସରେ ଚଳାଚଳ କରୁଥିବା ଯାତ୍ରୀବାହୀ ଓ ମାଛଧରା ଡଙ୍ଗା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୋମବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ମଙ୍ଗଳବାରଠାରୁ ସମଗ୍ର ଚିଲିକାରେ ଚଢ଼ାଉ କରାଯାଇ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।
ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗାର ରେଜିଷ୍ଟ୍ରେଶନ ନଂ.ଆଇଏନ୍‌ଡି-ଓଆର-୦୬-ଏମ୍‌ଓ-୧୦୫୩୪ ଏବଂ ମାଲିକ ସ୍ଥାନୀୟ ଚନ୍ଦ୍ରାପୁଟ ଗ୍ରାମର ନବଘନ ଜାଲି ବୋଲି ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ କ୍ଷେତ୍ରବାସୀ ବେହେରା ସୂଚନା ଦେଇଛନ୍ତି। ବାଲୁଗାଁ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଏ ସଂକ୍ରାନ୍ତରେ ଦଫା ୨୮୦,୩୩୭,୩୩୮,ଆଇପିସି ୩୪ ଧାରା ଅନୁଯାୟୀ ନଂ. ୧୮/୨୦ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ସମେତ ୩ କର୍ମଚାରୀ ଅଶୋକ ଜାଲି, ବିଶେଖ ଜାଲି ଓ ସୁଦର୍ଶନ ଜାଲିଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ରବିବାର ସକାଳେ ବାଲୁଗାଁ ନିକଟସ୍ଥ ବଡ଼କୂଳ, କୋରିଆସାହି, କାନ୍ଥମାଳ, ଆଙ୍କୁଲା ଓ ଚନ୍ଦ୍ରାପୁଟ ଗ୍ରାମର ୪୫ଜଣ ମହିଳା ଓ ପୁରୁଷ ଚିଲିକା ମଧ୍ୟସ୍ଥ କାଳିଜାଈ ପୀଠକୁ ଦର୍ଶନ ଏବଂ ବଣଭୋଜି ପାଇଁ ୩ଟି ମାଛଧରା ଡଙ୍ଗା ଯୋଗେ ଯାଇଥିଲେ। ସେଠାରେ ଭୋଜିସାରି ସନ୍ଧ୍ୟାରେ ଫେରୁଥିବା ବେଳେ ପ୍ରତିକୂଳ ପାଗ ସହ ବର୍ଷାପବନ ହୋଇଥିଲା। ୩ଟି ଡଙ୍ଗା ମଧ୍ୟରୁ ଗୋଟିଏ ଡଙ୍ଗାରେ ଭୋଜିସାମଗ୍ରୀ ସହ କିଛି ଯାତ୍ରୀ ଥିଲେ ଏବଂ ଅନ୍ୟ ଏକ ଡଙ୍ଗାରେ ୧୫ ଜଣ ଯାତ୍ରୀ ଥିବାବେଳେ ତୃତୀୟ ଡଙ୍ଗାରେ ୨୫ ଯାତ୍ରୀଙ୍କ ସମେତ ମାଛଧରା ସରଞ୍ଜାମ ମହଜୁଦ ଥିଲା। ପ୍ରଥମ ଦୁଇଟି ଡଙ୍ଗା ସୁରକ୍ଷିତ ଭାବେ ଆସୁଥିବା ବେଳେ ତୃତୀୟ ଡଙ୍ଗାଟି କାଳିଜାଈ ଗଣ୍ଡଠାରୁ ଅନତି ଦୂରରେ ପହଞ୍ଚିଥିବା ବେଳେ ଏହି ସମୟରେ ପବନ ବହିବା ଯୋଗୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ତେବେ ସୌଭାଗ୍ୟବଶତଃ ନିକଟରେ ଥିବା ଅନ୍ୟ ମାଛଧରା ଡଙ୍ଗା ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି।
ଏହି ପରିପ୍ରେକ୍ଷୀରେ ସୋମବାର ବାଲୁଗାଁ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ପୋଲିସ, ସିଡିଏ, ମତ୍ସ୍ୟ ବିଭାଗ, ଅନ୍ତର୍ଦେଶୀୟ ଜଳପଥ ପରିବହନ ବିଭାଗ ଓ ଚିଲିକା ତହସିଲର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ମଙ୍ଗଳବାରଠାରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଲାଇସେନ୍ସ ନ ଥିବା ଉଭୟ ମାଛଧରା ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯିବ ଏବଂ ଖିଲାପ କଲେ ସମ୍ପୃକ୍ତ ଡଙ୍ଗା ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ଜୁନ୍‌ ୧୬ ତାରିଖରେ ଅନୁରୂପ ଭାବେ କାଳିଜାଈ ଦର୍ଶନ ସାରି ଫେରୁଥିବା ଏକ ଯାତ୍ରୀବାହୀ ଡଙ୍ଗା କାଳବୈଶାଖୀ ଯୋଗୁ ବୁଡ଼ିଯିବାରୁ ୬ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଚିଲିକାରେ ବେଆଇନ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରାଯାଇଥିଲା। ସେତେବେଳେ ଦୀର୍ଘ ୩ ମାସ ଧରି ଚିଲିକାରେ ଯାତ୍ରୀ ପରିବହନ ଠପ୍‌ ହୋଇପଡ଼ିଥିଲା।


All Right Reserved By Dharitri.Com

ମୁନିଗୁଡ଼ାରେ ପୁଣି ହାତୀ ଆତଙ୍କ: ଭାଙ୍ଗିଲେ ଘର, ଉଜାଡିଲେ ଫସଲ; ସହାୟତା ଦାବି

ମୁନିଗୁଡ଼ା,୧।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅଧୀନରେ ଦୀର୍ଘ ଏକ ମାସ ଧରି ହାତୀପଲ ବହୁ ଫସଲ ଓ ଘର ନଷ୍ଟ କରୁଥିବା ବେଳେ ଶନିବାର...

ପରିଣତ ବୟସରେ ଉଦାହରଣ ‘ରସ’: ନିଷ୍ଠା କରିଛି ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୧୪।୮- ରସ ନାଏକଙ୍କ ଘର ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ। ସ୍ବାମୀ ଫଗୁ ନାଏକ, ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ...

ପୂର୍ବତନ ସରପଞ୍ଚଙ୍କ ପରଲୋକ

ଭଞ୍ଜନଗର,୨।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ(୭୩)ଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସ୍ଥାନୀୟ ବିଧାୟକ ତଥା...

ନିମ୍ନମାନର କାର୍ଯ୍ୟ : ଗହୀର ମଝିରେ ଭାଙ୍ଗିପଡ଼ିଲା ୮ ବିଦ୍ୟୁତ୍‌ ଖୁଣ୍ଟ

ବାଲିଆ,୨୭।୭: ଫନୀ ବାତ୍ୟା ପରେ ବିଦ୍ୟୁତ୍‌ ଖୁଣ୍ଟ, ତାର ଆଦି ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ କିପରି ନିମ୍ନମାନର ହୋଇଛି ତାହାର ଉଦାହରଣ ଦେଖିବାକୁ ମିଳିଛି...

ମୁନିଗୁଡ଼ାକୁ ଏନ୍‌ଏସି ମାନ୍ୟତା, ସବଟ୍ରେଜେରୀ, ବାଇପାସ୍‌ ରାସ୍ତା ନିର୍ମାଣ ଦାବି: ଏମ୍‌ପିଙ୍କୁ ଦାବିପତ୍ର

ମୁନିଗୁଡ଼ା,୧୩ା୮(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର କୋରାକୁଟ ଏମ୍‌ପି ସପ୍ତଗିରି ଉଲ୍ଲାକଙ୍କୁ ପ୍ରଦାନ କରାଯାଇଛି । ...

‘ପରୀକ୍ଷା ପାଇଁ ଚାପଗ୍ରସ୍ତ ହେବା ଉଚିତ ନୁହେଁ’

ଢେଙ୍କାନାଳ ଅଫିସ,୨୨ା୧ – କୌଣସି ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଢେଙ୍କାନାଳ ଜିଲାକୁ ପରୀକ୍ଷାପର୍ବ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ପାଇଁ...

ନାଳରେ ଭାସିଯାଇ ଜଣଙ୍କ ଜୀବନ ଗଲା

ଓଡ଼ଗାଁ,୨୪।୧୦(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳରେ ଦୁଇଦିନ ଧରି ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ନଦୀ ନାଳରେ ବର୍ଷା ଜଳ ବୃଦ୍ଧି ପାଇଛି।...

ଅନ୍ୟ ଲାଗି ପ୍ରେରଣା ସାଜିଛନ୍ତି ସୁଲଣର ଯୁବଗୋଷ୍ଠୀ

ହାଟଡିହୀ, ୧୦।୧୨(ଡି.ଏନ.ଏ.)- ସମାଜସେବା କରିବା ସକାଶେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଉମାକାନ୍ତ। ସେ ନିଜ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଏକାଠି...

Leave a comment

Your email address will not be published. Required fields are marked *