Posted inଫୁରସତ

ମୁଁ ଅଛି ଓ ମୁଁ ବଞ୍ଚିବି

କ୍ୟାନ୍‌ସର ବା କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ତଥା ଏହାର ନିରାକରଣ, ନିରୂପଣ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ୪ ଫେବୃୟାରୀରେ ଜାତିସଂଘ ଦ୍ୱାରା ପାଳନ କରାଯାଉଛି ବିଶ୍ୱ କର୍କଟ/କ୍ୟାନ୍‌ସର ଦିବସ। ବ୍ୟକ୍ତିଗତ, ସରକାରୀ ତଥା ଆନ୍ତର୍ଜାତିକ ସ୍ତରରେ ଥିବା କ୍ୟାନ୍‌ସର ସଂଗଠନଗୁଡିକ ଏହି ଦିବସ ପାଳନ କରିଥାନ୍ତି। ୬୦ ଟି ଦେଶରେ ସରକାରୀ ଭାବେ ଏହା ପାଳନ କରାଯାଉଛି। ନୂଆ ସହସ୍ରାବ୍ଦ ପାଇଁ କ୍ୟାନ୍‌ସର ବିରୋଧରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ କ୍ୟାନ୍‌ସର ସମ୍ମିଳନୀରେ ୪ ଫେବୃୟାରୀ ୨୦୦୦ରେ ଏହି ଦିବସ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା। କ୍ୟାନ୍‌ସର ଗବେଷଣାକୁ ପ୍ରୋତ୍ସାହନ, ଏହାର ନିରାକରଣ ଓ ପୀଡ଼ିତଙ୍କ ସେବାର ଉନ୍ନତି ପ୍ୟାରିସ ଘୋଷଣାପତ୍ରର ମୁଖ୍ୟ ବିଷୟ ରହିଥିଲା। ସମ୍ମିଳନୀରେ ଉପସ୍ଥିତ ସେତେବେଳର ୟୁନେସ୍କୋର ମହାନିର୍ଦ୍ଦେଶକ କୋଇଚିରୋ ମାତ୍‌ସୁରା ଓ ଫ୍ରାନ୍ସର ରାଷ୍ଟ୍ରପତି ଜ୍ୟାକ୍‌ ସିିରାକ ଏଥିରେ ସ୍ବାକ୍ଷର କରିଥିଲେ। ଏହାପରେ ୨୦୦୮ରେ ବିଶ୍ୱ କ୍ୟାନ୍‌ସର ଘୋଷଣାପତ୍ରର ସ୍ଥିରୀକୃତ ଲକ୍ଷ୍ୟକୁ ସମର୍ଥନ ଜଣାଇ ତାହା ହାସଲ କରିବା ପାଇଁ ୟୁନିୟନ୍‌ ଫର୍‌ ଇଣ୍ଟରନ୍ୟାଶ୍‌ନାଲ କ୍ୟାନ୍‌ସର କଣ୍ଟ୍ରୋଲ(ୟୁଆଇସିସି)ବା ଆନ୍ତର୍ଜାତିକ କ୍ୟାନ୍‌ସର ନିୟନ୍ତ୍ରଣ ସଂଘ ନେତୃତ୍ୱରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱରେ କ୍ୟାନ୍‌ସରକୁ ଆୟତ୍ତ କରି ମୃତ୍ୟୁସଂଖ୍ୟା ହ୍ରାସ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ରୋଗରୁ ଆରୋଗ୍ୟଲାଭ କରିବାଯୋଗ୍ୟ ବ୍ୟକ୍ତିମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଏକାଠିହେବା ପାଇଁ ଏହା ଏକ ସୁଯୋଗ ଆଣିଥାଏ। ଉକ୍ତ ଦିବସରେ କ୍ୟାନ୍‌ସର ପୀଡିତଙ୍କୁ ସମର୍ଥନ ଜଣାଇବା ଲାଗି ଶହ ଶହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିମଧ୍ୟରୁ ‘ହାସ୍‌ଟାକ ନୋ ହେୟାର ସେଲଫି’ ଅଭିଯାନରେ ଅନେକେ ଭାଗ ନେଇ ଲଣ୍ଡା ହୋଇ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚିକିତ୍ସାଧୀନ କ୍ୟାନ୍‌ସର ପୀଡିତଙ୍କ ମନୋବଳ ବୃଦ୍ଧି କରିଥାନ୍ତି। ୨୦୧୦-୨୦୧୧ରେ ‘କ୍ୟାନସର ଭଲ ହୋଇପାରିବ’ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଇଥିଲା ଓ ସେବେଠାରୁ ପ୍ରତିବର୍ଷ ଭିନ୍ନ ଭିନ୍ନ ସ୍ଲୋଗାନ୍‌ ସହ ପାଳନ କରାଯାଉଛି। କିନ୍ତୁ ୨୦୧୬ରେ କ୍ୟାନ୍‌ସର ଦିବସ ତିନି ବର୍ଷ ଲାଗି ଏକ ନିଦ୍ଦିଷ୍ଟ ସ୍ଲୋଗାନ୍‌ ‘ ଆମେ ପାରିବୁ, ମୁଁ ବି ପାରିବି’କୁ ନେଇ ପାଳନ କରିବା ଆରମ୍ଭ କରାଯାଇଥିଲା। ଏହାପରେ ୨୦୧୯ରୁ୨୦୨୧ ଯାଏ କ୍ୟାନ୍‌ସର ବିରୋଧ ଲଢେଇରେ ପୀଡିତଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଲାଗି ଏହି ଦିବସର ସ୍ଲୋଗାନ୍‌ ରଖାଯାଇଛି ‘ମୁଁ ଅଛି ଓ ମୁଁ ବଞ୍ଚତ୍ବି’।
ବିଶ୍ୱ କ୍ୟାନସର ଦିବସ ଅବସରେ ୧୦୦ଟିରୁ ଊର୍ଦ୍ଧ୍ୱ ଦେଶରେ ୯୦୦ରୁ ଅଧିକ କାର୍ଯ୍ୟକ୍ରମ ଆଯୋଜନ କରାଯାଉଛି। ଏବେ ବିଭିନ୍ନ ସହରରେ ମୁଖ୍ୟସ୍ଥାନଗୁଡ଼ିକୁ ନୀଳ ଓ କମଳା ରଙ୍ଗରେ ସଜ୍ଜାଯାଉଛି। ୨୦୧୯ରେ ୩୭ଟି ସହରରେ ୫୫ଟି ସ୍ଥାନକୁ ସଜ୍ଜାଯାଇଥିଲା। ସାମ୍ପ୍ରତିକ ସମୟରେ ବିଶ୍ୱରେ ପ୍ରତିବର୍ଷ କ୍ୟାନ୍‌ସରରେ ୭୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଏମାନଙ୍କ ମଧ୍ୟରେ ୩୦-୬୦ ବୟସ ମଧ୍ୟରେ ରହିଛନ୍ତି ୪୦ ଲକ୍ଷ। ଇଣ୍ଡିଆ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ନ୍ୟାଶନାଲ କ୍ୟାନ୍‌ସର ରେଜିଷ୍ଟ୍ରି ପ୍ରୋଗ୍ରାମ ଅନୁସାରେ ଭାରତରେ ପ୍ରତିଦିନ ଏହି ରୋଗରେ ୧୩୦୦ରୁ ଊର୍ଦ୍ଧ୍ୱ ଲେକଙ୍କ ମୃତ୍ୟୁ ଘଟୁଛି । ୨୦୧୨ରୁ ୨୦୧୪ ମଧ୍ୟରେ କ୍ୟାନସର ଜନିତ ମୃତ୍ୟୁହାର ୬ ପ୍ରତିଶତ ବୃଦ୍ଧି ପାଇଥିଲା ଓ ଏହା ବୃଦ୍ଧିପାଇଚାଲିଛି। ଏଣୁ ଏହି ରୋଗ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏଥିରୁ ରକ୍ଷା ପାଇବାର ଯୋଜନା ପ୍ରସ୍ତୁତ କରିବାର ସମୟ ଉପନୀତ। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ୨୦୨୫ ସୁଦ୍ଧା ପ୍ରାଥମିକ ସ୍ତରରେ ଘଟୁଥିବା ମୃତ୍ୟୁ ୨୫ ପ୍ରତିଶତ କମାଇବା ପାଇଁ ଲକ୍ଷ୍ୟ ରଖିତ୍ଛି। ଏହା ପୂରଣ ହୋଇପାରିଲେ ପ୍ରତିବର୍ଷ ୧୫ ଲକ୍ଷ ପୀଡ଼ିତଙ୍କ ଜୀବନ ବଞ୍ଚାଯାଇପାରିବ।


All Right Reserved By Dharitri.Com

ବ୍ୟକ୍ତିତ୍ୱ: ରାମବୃକ୍ଷ ବେନିପୁରୀ

‘ପୁଷମାସର ସକାଳ। ଖଳାରେ ଧାନ ଗଦାହେଇ ପଡ଼ିଥିଲା। ଘର ଆଗରେ ଧୁନି ଜଳୁଥିଲା। ଚାରିଆଡ଼େ କୁହୁଡ଼ି ଛାଇଯାଇଥିଲା। ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ। ତେବେ ଏମିତି...

ଅଣ୍ଡରଓ୍ବାଟର ସେଲ୍‌ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର...

୨ ଲକ୍ଷ ୧୦ ହଜାର ବର୍ଷର ପୁରୁଣା ମାନବ ଜୀବାଶ୍ମ

ଓ୍ବାଶିଂଟନ: ଦକ୍ଷିଣ ଗ୍ରୀସ୍‌ର ଏପିଡିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକମାନେ ଦୁଇଟି ମଣିଷ ଖପୁରିର ଅଂଶବିଶେଷ ପାଇଥିଲେ। ୟୁନିଭର୍ସିଟି ଅଫ୍‌ ଏଥେନ୍ସ ସ୍କୁଲ୍‌...

କାହିଁକି ଅବିବାହିତ ଅଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟା: ନିଜେ କଲେ ଖୁଲାସା

ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ ବ୍ୟବସାୟାଙ୍କ ମଧ୍ୟରୁ ଅନ୍ୟତମ। ୧୯୩୭ ଡିସେମ୍ବର ୨୭ରେ ଗୁଜରାଟର ସୁରତରେ ଜନ୍ମ ହୋଇଥିଲେ ରତନ...

ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ...

ରେଳଯାତ୍ରୀଙ୍କୁ ମାଟିପାତ୍ରରେ ମିଳିବ ଚା, ଜଳଖିଆ

ନୂଆଦିଲ୍ଲୀ: ଏଣିିକି ରେଳଯାତ୍ରୀମାନଙ୍କୁ ମାଟି ପାତ୍ରରେ ଖାଦ୍ୟ, ପାନୀୟ ପରଷାଯିବ। ଦେଶର ୪୦୦ ରେଳଷ୍ଟେସନରେ ଯାତ୍ରୀଙ୍କୁ ମାଟି ନିର୍ମିତ ପାତ୍ରରେ ଖାଦ୍ୟ, ପାନୀୟ ଯୋଗାଇଦେବାକୁ ରେଳ...

ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର...

ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍‌ସର ଆଶଙ୍କା ବେଶି

ନ୍ୟୁୟର୍କ: ଓଭାରିଆନ୍‌ କ୍ୟାନ୍‌ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍‌-୧ ଓ ଟାଇପ୍‌-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ...

Leave a comment

Your email address will not be published. Required fields are marked *