ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଯଦି ଏହାର ଉତ୍ପାଦନ ଓ ବଣ୍ଟନ କମ୍ପାନୀଙ୍କ ଦାବିକୁ ଗ୍ରହଣ କରନ୍ତି, ତେବେ ଆସନ୍ତା ମାର୍ଚ୍ଚ ମାସରେ ଦର ବୃଦ୍ଧି ନେଇ ଘୋଷଣା କରାଯିବ। ବିଦ୍ୟୁତ୍‌ ଦର ବୃଦ୍ଧି ଲାଗି ସୋମବାର ଠାରୁ ଓଇଆର୍‌ସିଙ୍କ ନିକଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ (ଓଏଚ୍‌ପିସି)ର ଦାବି ଶୁଣାଣି କରାଯାଇଥିଲା। ଦିନକୁ ଦିନ ଉତ୍ପାଦନ ଓ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ୟୁନିଟ୍‌ ପିଛା ୯୫.୮୦ ପଇସା କରାଯାଉ ବୋଲି ଓଏଚ୍‌ପିସି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ବର୍ତ୍ତମାନ ଓଏଚ୍‌ପିସି ଗ୍ରୀଡ୍‌କୋକୁ ୟୁନିଟ୍‌ ପିଛା ୮୮ ପଇସାରେ ବିକ୍ରି କରୁଛି। ଚଳିତ ବର୍ଷ ଓଏଚ୍‌ପିସି ମାଛକୁଣ୍ଡ ପ୍ରକଳ୍ପକୁ ଛାଡ଼ି ଅନ୍ୟ ସମସ୍ତ ଉତ୍ପାଦନ କେନ୍ଦ୍ରରୁ ୫୬୦୨.୬୦ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ହାରାହାରି ୫୩୬.୭୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ବିଚାରକୁ ନେଇ ଦର ବୃଦ୍ଧି କରିବାକୁ ଓଏଚ୍‌ପିସି ଆୟୋଗଙ୍କ ନିକଟରେ ଦାବି କରିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ହେବ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇନାହିଁ। ତେବେ ବିଭିନ୍ନ ବିଦ୍ୟୁତ୍‌ ଉତ୍ପାଦନକାରୀ ଓ ବିତରଣକାରୀ କମ୍ପାନୀ ପକ୍ଷରୁ ବିଜୁଳି ଦର ବଢ଼ାଇବା ନେଇ ଦାବି କରାଯାଉଥିବାରୁ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ବିଲ୍‌ ବୋଝ ବୋହିବାକୁ ପଡ଼ିପାରେ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଶୁଣାଣି ଫେବୃୟାରୀ ୧୪ ତାରିଖ ଯାଏ ଚାଲିବ। ପ୍ରଥମଥର ପାଇଁ ଓଇଆର୍‌ସି ମୁଖ୍ୟ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ୩ଟି ସ୍ଥାନରେ ଏହି ଶୁଣାଣି କରାଯାଉଛି। ବାଲେଶ୍ୱରରେ ନେସ୍‌କୋ, ସମ୍ବଲପୁରରେ ଓ୍ବେସ୍‌କୋ ଏବଂ କୋରାପୁଟରେ ସାଉଥ୍‌କୋର ଶୁଣାଣି କରାଯାଉଛି। ଓଏଚ୍‌ପିସି ନିଜର ଦାବି ରଖିସାରିଥିବା ବେଳେ ଓପିଜିସି, ଓପିଟିସିଏଲ, ଗ୍ରୀଡ୍‌କୋ ଏବଂ ବିତରଣ କମ୍ପାନୀଗୁଡ଼ିକ ନିଜର ଦାବି ଉପସ୍ଥାପନ କରିବେ। ଶୁଣାଣି ଶେଷ ହେବାପରେ ଦାବିଗୁଡ଼ିକ ତର୍ଜମା କରାଯିବ। ଫେବୃୟାରୀ ୨୬ରେ ରାଜ୍ୟ ଉପଦେଷ୍ଟା ପରିଷଦ ବୈଠକ ବସିବ ଏବଂ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୧୭ରେ ଶେଷଥର ପାଇଁ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୦ ପଇସା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଉପଭୋକ୍ତାଙ୍କୁ ୧ରୁ ୫୦ ୟୁନିଟ୍‌ ପାଇଁ ୧ଟଙ୍କା ୫୦ ପଇସା, ୫୦ରୁ ୨୦୦ ୟୁନିଟ୍‌ ପାଇଁ ୪ଟଙ୍କା ୩୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ପାଇଁ ୫ଟଙ୍କା ୩୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୫ଟଙ୍କା ୭୦ ପଇସା ହିସାବରେ ଦେବାକୁ ପଡ଼ୁଛି।


All Right Reserved By Dharitri.Com

ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୩୧ା୫- ଗଞ୍ଜାମ ଜିଲାପାଳଙ୍କ ଛତ୍ରଛାୟା ତଳେ ବେଆଇନ୍‌ ଭାବେ ନିର୍ମାଣ ଚାଲିଥିବା ଗୋପାଳପୁର ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ସମୁଦ୍ର...

ଏପ୍ରିଲରୁ ସବୁ ଯୋଜନା ପାଇଁ ଡିବିଟି

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଏଣିକି ସବୁ ଯୋଜନାରେ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବେ। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି...

ଖତ ଖାଉଛି ‘ଜନନୀ ଏକ୍ସପ୍ରେସ୍‌’

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.)- ଗର୍ଭବତୀମାନଙ୍କୁ ହସ୍ପିଟାଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ‘ଜନନୀ ଏକ୍ସପ୍ରେସ୍‌’ ବ୍ୟବସ୍ଥା କରାଯାଇଛି। ହେଲେ ଅବହେଳା କାରଣରୁ କିଛି ସ୍ଥାନରେ...

ହୋମ କ୍ୱାରାଣ୍ଟାଇନରେ ଥିବା ଯୁବକଙ୍କ ଆତ୍ମହତ୍ୟା:୧୦ ଗ୍ରାମବାସୀ ଅଟକ

ଧର୍ମଶାଳା,୧୪ା୪(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଥାନା ଦେଉଦା ଗ୍ରାମର ସୁରେଶ ସାହୁ (୩୨) ନାମକ ଜଣେ ଯୁବକ ହୋମ କ୍ୱାରାଣ୍ଟାଇନରେ ଥିବାବେଳେ ସୋମବାର ରଶି ଲଗାଇ...

କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟାପୀଠ: ୧୦ ଶ୍ରେଣୀ ପାଇଁ ଅଛନ୍ତି ୬ ଶିକ୍ଷକ

ରଣପୁର,୧୯।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟାପୀଠରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୫୦୦ ଛାତ୍ରୀଛାତ୍ର...

ଚିନ୍ତା ବଢ଼ାଉଛି ଯାଜପୁର ଜିଲା

ଭୁବନେଶ୍ୱର, (ବ୍ୟୁରୋ)/ଯାଜପୁର ଅଫିସ୍‌, ୫ା୫: ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛି ଯାଜପୁର ଜିଲା। ଏହି ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।...

ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ...

ଡିସେମ୍ବର ଶେଷ ସୁଦ୍ଧା ସ୍ବର୍ଗଦ୍ୱାର ନବୀକରଣ କାମ

ପୁରୀ ଅଫିସ, ୩୦ା୧୧: ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ ଢାଞ୍ଚାରେ ସ୍ବର୍ଗଦ୍ୱାର ପାଇବ ନୂଆରୂପ। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି...

Leave a comment

Your email address will not be published. Required fields are marked *