ବେଆଇନ କାଠପୋଲ ଉଚ୍ଛେଦକୁ ବିରୋଧ

ଜଳେଶ୍ୱର, ୪।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ଓ ୮ ନଂ. ୱାର୍ଡ଼ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ କାଠପୋଲକୁ ଉଚ୍ଛେଦ କରିବାକୁ ଯାଇ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି।
ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଓ ଶିଖରପୁର ପଞ୍ଚାୟତର ଭାନୁପୁର ଫେରିଘାଟ ମଧ୍ୟରେ ରହିଥିବା ଏହି କାଠପୋଲ ଉପରେ ରାଇବଣିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଆଜକୁ ୩୦ବର୍ଷ ହେଲା ଅସ୍ଥାୟୀ କାଠପୋଲ ନିର୍ମାଣ କରାଯାଇ ସେହି ବାଟ ଦେଇ ପ୍ରତ୍ୟେକ ଦିନ ସ୍କୁଲ, କଲେଜ ଏପରିକି ଦମକଳ ଗାଡ଼ି, ପୋଲିସ୍‌ ଓ ପ୍ରଶାସନ ଗାଡି ମାନ ଯାତାୟାତ କରିଥାଏ ା ମାତ୍ର ଏହି ପୋଲ ଦୁଇଟି ନିର୍ମିତ ହେବା ଦ୍ୱାରା ନଦୀର ଗତିପଥ ବଦଳିଯିବା ସଙ୍ଗେ ସଙ୍ଗେ ଉପକୂଳବର୍ତ୍ତୀ ସ୍ଥାନ ଓ ଘରଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି କେତେକ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶ ପାଇ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୩୯୫/୨୨-୧-୨୦୨୦ରେ ବାଲେଶ୍ୱର ଏସ୍‌ପିଙ୍କୁ ଆସନ୍ତା ୩ତାରିଖରେ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ଚିଠି ଲେଖି ଜଣାଇବା ସଙ୍ଗେ ସଙ୍ଗେ ଆବଶ୍ୟକ ପୋଲିସ୍‌ ଫୋର୍ସ ଯୋଗାଇ ଦେବା ଲାଗି ଅନୁରୋଧ କରିଥିଲେ। ସେହି ଚିଠିର ନକଲ ମଧ୍ୟ ଜଳେଶ୍ୱର ତହସିଲଦାର, ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ, ଜଳେଶ୍ୱର ଏସ୍‌ଡ଼ିପିଓ ଓ ଜଳେଶ୍ୱର ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ମାତ୍ର ନିର୍ଦ୍ଧାରିତ ସମୟରେ ସୋମବାର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସିଂ, ଜଳେଶ୍ୱର ସଦର ଆର୍‌ଆଇଙ୍କ ସମେତ ୭/୮ଜଣ କନଷ୍ଟେବଳ ସମ୍ପୃକ୍ତ ବେଆଇନ ପୋଲ ଉଚ୍ଛେଦ ପାଇଁ ସେଠାରେ ପହଞ୍ଚିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଯାଇ ପୋଲ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟ ହେବାରେ ବାଧା ସୃଷ୍ଟି ହୋଇଥିଲା। ଯଦି ପୋଲ ଉଚ୍ଛେଦ କରାଯାଏ, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସେମାନେ ଚେତାବନୀ ଦେଇଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖି ତହସିଲଦାର ଫେରି ଆସିଥିଲେ।
ଏ ସମ୍ପର୍କରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କହିଛନ୍ତି ଯେ, ଉଚ୍ଛେଦ କାର୍ଯ୍ୟ ଆବଶ୍ୟକ ପୋଲିସ୍‌ଫୋର୍ସ ଅଭାବରୁ ସ୍ଥଗିତ ରଖାଗଲା। ଆଗାମୀ ଦିନରେ ଉଚ୍ଛେଦ କରାଯିବ।


All Right Reserved By Dharitri.Com

ବାହାରେ ଫସିଥିବା ଶ୍ରମିକଙ୍କ ପରିବାରକୁ ସହାୟତା ଦିଆଯାଉ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ରେଳ ଚଳାଚଳ...

ତୁଡିଗଡିଆରେ ୭୭ତମ ଶହୀଦ ଦିବସ ‘ଶହୀଦଙ୍କ ତ୍ୟାଗକୁ ଯୁବପିଢି ଅନୁସରଣ କରନ୍ତୁ’

ଖଇରା, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆଠାରେ ୭୭ତମ ଶହୀଦ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ...

ମହିଳା ମାଓବାଦୀଙ୍କ ଆମତ୍ସମର୍ପଣ

ମାଲକାନଗିରି, ୨୧।୧(ଡି.ଏନ.ଏ)-ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛି। ସେ ହେଲେ...

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା...

ଖୋଳ ତାଳର ବାଜିଗର ନୟନ

ତେଲକୋଇ, ୧।୧୦(ଡି.ଏନ.ଏ.)-କଳା ସମର୍ପିତ ହୋଇଛନ୍ତି କଳାକାର ବାଜିଗର। ଅପହଞ୍ଚ ଅଞ୍ଚଳରେ ତାଙ୍କର ବେଶ ଆଦୃତ ତାଙ୍କ କଳାକୁ ନେଇ। ଛୋଟ ବୟସରୁ ଏହି କଳାକୁ ନେଇ...

ଧାଡ଼ିରେ କଟୁଛି ଓଳିଏ

କାମାକ୍ଷାନଗର, ୧୪।୩(ଡି.ଏନ.ଏ.) ‘ବୟସ ୬୦ ଛୁଇଁଲାଣି। ହାଇ ବ୍ଲଡ୍‌ପ୍ରେସର। ମାସକୁ ଦୁଇଧରି ଆସି ପରୀକ୍ଷା କରିବାକୁ ଡାକ୍ତର କହିଛନ୍ତି। ଡାକ୍ତରଖାନାରୁ ଘର ୧୫କିମି ଦୂର। ଶୁକ୍ରବାର...

ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡରେ ଆଜକୁ ୩ ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ରୋତ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି...

ଜଳ ପାଲଟିଛି ଜହର

ଗଣ୍ଡତୁରୁମ, ୨୩।୬ (ଡି.ଏନ.ଏ)  ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତର ଟିିହିକିପାଲି ଗ୍ରାମରେ ଦିନକୁ ଦିନ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ରୋଗରେ...

Leave a comment

Your email address will not be published. Required fields are marked *