ଏଲ୍‌ଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯିବ

ନୂଆଦିଲ୍ଲୀ,୪-୨: ଏଲଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସରକାର ସୁରକ୍ଷା ପ୍ରଦାନ କରିବେ। ଆସନ୍ତା ଆର୍ଥତ୍କ ବର୍ଷ ଏଲ୍‌ଆଇସିର ଆଇପିଓ ଆସିପାରେ ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏଲ୍‌ଆଇସି ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେଲେ ଏହା ଦ୍ୱାରା ସ୍ବଚ୍ଛତା, ଲୋକଙ୍କର ସହଭାଗିତା ବଢିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଅଂଶଧନ ବିକ୍ରି ଉପରେ ହୋଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ପ୍ରଥମେ ଏଲ୍‌ଆଇସି ଆଇନରେ ସଂଶୋଧନ ହେବ। ଏହା ପରେ ଯାଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏଲ୍‌ଆଇସି ଏକ ସ୍ବାଧୀନ ଢାଞ୍ଚା ହୋଇଥିବା କେଳେ ବର୍ତ୍ତମାନ କିମ୍ବା ଭବିଷ୍ୟତରେ କେଉଁଠାରେ ନିବେଶ କରିବ ସେ ନେଇ ନିଷ୍ପତ୍ତି ନେଇଥାଏ। ଆଗାମୀ ଦିନରେ ଏହାର ଆଗାମୀ କାର୍ଯ୍ୟସୂଚୀ ଗ୍ରହଣ କରାଯିବ। ଏଲଆଇସି ଏବଂ ଆଇଡିବିଆଇରେ ସରକାରୀ ଅଂଶଧନ ବିକ୍ରି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟରେ ଘୋଷଣା କରିଥିଲେ। ଏହି ୨ ପ୍ରତିଷ୍ଠାନକୁ ସୂଚୀଭୁକ୍ତ କରାଇବା ଦ୍ୱାରା ୯୦ ହଜାର କୋଟି ଟଙ୍କା ପାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ପୁଞ୍ଜି ପ୍ରତ୍ୟାହାରରୁ ଆସନ୍ତା ଆର୍ଥତ୍କ ବର୍ଷ ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଯୋଜନା ରଖିଛନ୍ତି। ଏଲ୍‌ଆଇସିରେ ବର୍ତ୍ତମାନ ସରକାରଙ୍କ ୧୦୦% ଅଂଶଧନ ରହିଛି। ସେହିଭଳି ଆଇଡିବିଆଇରେ ସରକାରଙ୍କ ୪୬.୫% ଅଂଶଧନ ରହିଛି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ଆକଳନର ଯଥାର୍ଥତା ରହିଥିବା ସେ ସ୍ପଷ୍ଟ କରିଛନ୍ତି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ। ଏହା ନୋମିନାଲ ଜିଡିପି ଲକ୍ଷ୍ୟ ୧୦% ହାସଲ ଦିଗରେ କାର୍ଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଗତ ୪ ମାସ ତଳେ ସରକାର କର୍ପୋରେଟ ଟିକସ ହ୍ରାସ କରିଥିଲେ। ଏଥିରୁ ସୁଫଳ ଆସିବା ଲାଗି କିଛି ସମୟ ଲାଗିବ। ଏଣୁ ଜିଡିପିର ପ୍ରକୃତ ବିକାଶ ହାର ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିବା ଲାଗି ସମୟ ଲାଗିବ। ଆସନ୍ତା ଆର୍ଥତ୍କ ବର୍ଷ ଲାଗି ରାଜସ୍ବ ଏବଂ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ହାସଲଯୋଗ୍ୟ ବୋଲି ସେ ମତ ଦେଇଛନ୍ତି। ବଜେଟରେ ରାଜସ୍ବ ସଂଗ୍ରହ ୨୨.୪୬ ଲକ୍ଷ କୋଟି ଟଙ୍କା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୨୦-୨୧ ଲାଗି ଖର୍ଚ୍ଚ ୩୦.୪୨ ଲକ୍ଷ କୋଟି ଧାର୍ଯ୍ୟ ହୋଇଛି।ସେ କହିଛନ୍ତି ଯେ, ସମାଜର ବିଭିନ୍ନ ବର୍ଗ ଲୋକଙ୍କୁ ଧ୍ୟାନରେ ରଖି ସରକାର ବଜେଟରେ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି। କୃଷି ଏବଂ କୃଷକଙ୍କ ବିକାଶ ଲାଗି ସରକାର ୨.୮୩ ଲକ୍ଷ କୋଟି ବ୍ୟୟ ବରାଦ କରିଛନ୍ତି। ଆଗାମୀ ୨ ବର୍ଷରେ କୃଷି ଆୟ ବଢାଇବା ଦିଗରେ ଏହା ସହାୟତା କରିବ। ଶୀଘ୍ର ଖରାପ ହେଉଥିବା କୃଷିଜାତୀୟ ସାମଗ୍ରୀର ପରିବହନ ଦିଗରେ କିଶାନ ରେଲ ଏବଂ କୃଷି ଉଡାନ ଯୋଜନା ସହାୟକ ହେବ। ଏହାବାଦ କୃଷି କ୍ଷେତ୍ରକୁ ଋଣ ଯୋଗାଣ ଦିଗରେ ସରକାର ୧୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଷ୍ଟାର୍ଟଅପଗୁଡିକ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଭାରତ ବିଶ୍ୱର ଶୀର୍ଘ ୩ ଷ୍ଟାର୍ଟ ଅପ ଦେଶ ହେବ ବୋଲି ଠାକୁର କହିଛନ୍ତି।


All Right Reserved By Dharitri.Com

ଏମ୍‌ପି ଲୋଧା ଭାରତର ସବୁଠୁ ଧନୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ

ନୂଆଦିଲ୍ଲୀ,୧୦-୧୨: ଲୋଧା ଡେଭଲପର୍ସର ଏମ୍‌.ପି.ଲୋଧା ଏବଂ ପରିବାର ଭାରତର ସବୁଠୁ ଧନୀଶାଳୀ ରିୟଲ ଇଷ୍ଟେଟ ଉଦ୍ୟୋଗୀ ଭାବେ ବିବେଚିତ ହୋଇଛନ୍ତି। ଏହି ଗ୍ରୁପ ନିକଟରେ ମୋଟ...

ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ମିଳୁନି ଜମି

ନୂଆଦିଲ୍ଲୀ,୨୩-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ମୁମ୍ବାଇ-ଅହମ୍ମଦାବାଦ୍‌ ବୁଲେଟ ଟ୍ରେନ ପ୍ରକଳ୍ପ ଆଗେଇ ପାରୁ ନାହିଁ। ଏହି ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଏକ ବଡ଼...

ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ

ନୂଆଦିଲ୍ଲୀ,୮।୪: କରୋନା ଯୋଗୁ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୮୦ ହଜାର ଲୋକ ଚାକିରି ହରାଇବାର ଆଶଙ୍କା କରାଯାଇଛି। ସେହିଭଳି ଅଣ ସଙ୍ଗଠିତ କ୍ଷେତ୍ରର ୪୦...

ବିଗ୍‌ ବଜାର ଦେଉଛି ଡୋର୍‌ଷ୍ଟେପ ଡେଲିଭରି

ଭୁବନେଶ୍ୱର,୩। ୫: କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ବିଗ୍‌ ବଜାର ପକ୍ଷରୁ ବର୍ତ୍ତମାନ ଲୋକଙ୍କୁ ଡୋର୍‌ଷ୍ଟେପ ଡେଲିଭରି ବା ଘର ଦୁଆର ମୁହଁରେ...

ପ୍ରମୋଶନ ଅନ୍‌ ହ୍ବିଲ ଆଣିବ ରେଲଓ୍ବେ

ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ...

ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ...

ଭାରତର ଅଭିବୃଦ୍ଧି କମାଇଲା ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୧୯-୩: ଗ୍ଲୋବାଲ ରେଟିଂ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ (ଏସ୍‌ ଆଣ୍ଡ ପି) ବୁଧବାର ଭାରତରେ ବିକାଶ ଅନୁମାନକୁ ୨୦୨୦ ଲାଗି ୫.୨%କୁ ଖସାଇ ଦେଇଛି।...

ଓ୍ବିପ୍ରୋରେ ଅଜିମ ପ୍ରେମଜୀଙ୍କ ଯୁଗର ଅବସାନ

ନୂଆଦିଲ୍ଲୀ,୭-୬: ଦେଶର ସର୍ବବୃହତ ଦାନବୀର କୁହାଯାଉଥିବା ଅଜିମ ପ୍ରେମଜୀ ଦୀର୍ଘ ୫୩ ବର୍ଷ ଧରି ଓ୍ବିପ୍ରୋର ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଶେଷରେ ଅବସର...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *