ବଳିଆରସିଂହପୁରରେ ହାତୀ ଉପଦ୍ରବ, ୫ ଏକର ଜମିର ଫସଲ ନଷ୍ଟ

ଶେରଗଡ,୩ା୨(ଡି.ଏନ.ଏ.)-ଶେରଗଡ଼ ବ୍ଲକ ବଳିଆରସିଂହପୁର ଗ୍ରାମରେ ସୋମବାର ଭୋର୍‌ରେ ହାତୀପଲ ପଶି ପ୍ରାୟ ୫ ଏକର ଜମିର ପରିବା ଫସଲ ନଷ୍ଟ କରିଦେଇଛନ୍ତି। ଅଲାରିଗଡ଼ ଲଣ୍ଡା ପାହାଡରେ ଥିବା ୯ ହାତୀ ବଳିଆରସିଂହପୁର ଦେଇ ଗୋବିନ୍ଦପୁର ଗ୍ରାମ ଅଭିମୁଖେ ଯାଉଥିଲେ। ବଳିଆରସିଂହପୁରରେ ବିଷ୍ଣୂଚରଣ ପ୍ରହରାଜଙ୍କ ଜମିରେ ଲାଗିଥିବା ଟମାଟ, ମାଣ୍ଡିଆ, ଫୁଲକୋବି, ମୁଗ ଆଦି ଖାଇବାସହ ଦଳି ଦେଇଥିଲେ। ଫସଲ ଲକ୍ଷାଧିକ ଟଙ୍କାର ହେବ ବୋଲି ଗ୍ରାମବାସୀ କହିଛନ୍ତି। ଚାଷୀ ପ୍ରହରାଜ ଋଣ କରି ପରିବା ଚାଷ କରିଥିଲେ, ଏହା ନଷ୍ଟ ହୋଇଥିବାରୁ କେମିତି ଋଣ ସୁଝିିବି ବୋଲି ସେ କହିଛନ୍ତିି। ତେବେ ଚାଷୀଙ୍କୁ ସହାୟତା କରିବାକୁ ଦାବି ହେଉଛି। ବ୍ରହ୍ମପୁର ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସି କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି।


All Right Reserved By Dharitri.Com

ବିପର୍ଯ୍ୟୟ ପ୍ରଶମନ ସକାଶେ ପ୍ରସ୍ତୁତି ବୈଠକ: ଗାଁକୁ ଯାଇ ଯୋଜନା କରିବ ସଙ୍ଗଠନ

ନୂଆପଡା ଅଫିସ,୧୮ା୯-ଜିଲାରେ ବିପର୍ଯ୍ୟୟ ପ୍ରଶମନ ସକାଶେ ଅଣୁ ଯୋଜନା କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ...

ଶେରଗଡରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ

ଶେରଗଡ଼,୨୧।୭(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକର ଦୁଇ ପଞ୍ଚାୟତକୁ ରବିବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।...

ବୌଦ୍ଧରେ ୭୧ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ଜିଲାପାଳ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧ ସହରର କଚେରୀ ପଡ଼ିଆଠାରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ...

ଚାବି ହଜିଲେ ଖୋଜାପଡ଼ନ୍ତି ଯଶୋବନ୍ତ

ଘର ଉତ୍ତରପ୍ରଦେଶ। କିନ୍ତୁ ତାଙ୍କ ପରିଚୟ ରହିଛି ନାଲ୍‌କୋ ଅଞ୍ଚଳରେ। ଜଣେ ଭଲ ଚାବି କାରିଗର ଭାବେ ବର୍ଷ ବର୍ଷ ଧରି ସେ ଏଠାରେ କାର୍ଯ୍ୟ...

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ...

ବନ୍ଦ କୋଠରିରେ ମହିଳାଙ୍କ ମୃତଦେହ ଥିବା ସନ୍ଦେହ: ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ବାହାଲପଡ଼ାସ୍ଥିତ ଏକ ବନ୍ଦ କୋଠରିରୁ ମହିଳାଙ୍କ ମୃତଦେହ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏନେଇ ପୋଲିସ ପାଖରେ ମଧ୍ୟ...

ସର୍ବଭାରତୀୟ ନାଟକ, ନୃତ୍ୟ ପ୍ରତିଯୋଗିତା ଆଜି: ଓଡ଼ିଆ, ହିନ୍ଦି, ମଣିପୁରୀ ନାଟକ ମଞ୍ଚସ୍ଥ ହେବ

ଦେବଗଡ,୧୦।୧(ଡି.ଏନ.ଏ)-ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ପାଇଁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସର୍ବଭାରତୀୟ ପ୍ରତିଯୋଗିତା...

ଛାତ୍ରୀ ନିର୍ଯାତନା ଘଟଣା: ଡିସିପିଓ-କନ୍ୟାଶ୍ରମ ଅଧ୍ୟକ୍ଷା କାଦୁଅଫିଙ୍ଗା

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା।...

Leave a comment

Your email address will not be published. Required fields are marked *