କରୋନାଭାଇରସ୍‌ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ

ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା ଜଣେ ଯୁବକ ଧର୍ମ ଓ ଦେଶର ସୀମାକୁ ଭାଙ୍ଗି ଚାଇନା ଯୁବତୀଙ୍କୁ ବିବାହ କରିଛନ୍ତି। ଗୋଟିଏ ପଟେ ଚାଇନାରେ କରୋନାଭାଇରସ୍‌ ଆତଙ୍କ ଖେଳିଯାଇଥିବା ବେଳେ ଏହାରି ଭିତରେ ଉକ୍ତ ଯୁବକ ସବୁ ବାଧାବିଘ୍ନକୁ ଏଡାଇ ତାଙ୍କୁ ଜନ୍ମ ଜନ୍ମର ସାଥି କରିଛନ୍ତି। ଚାଇନାର ଯୁବତୀ ଜି ହାଓ ଓ ମଧ୍ୟପ୍ରଦେଶର ଯୁବକ ସତ୍ୟାର୍ଥ ମିଶ୍ର ରବିବାର ପରିବାରଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ତାଙ୍କର ଏହି ବିବାହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ସୂଚନା ମୁତାବକ ହାଓ ଓ ସତ୍ୟାର୍ଥଙ୍କ ସାକ୍ଷାତକାର ୫ବର୍ଷ ପୂର୍ବରୁ କାନାଡାରେ ହୋଇଥିଲା। ଏହାପରେ ତାଙ୍କ ବନ୍ଧୁତା ପ୍ରେମରେ ପାଲଟିଥିଲା। କିଛି ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟିଂ କରିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁଇ ପରିବାରବର୍ଗଙ୍କ ସହମତି ପରେ ବିବାହ ପାଇଁ ଚାଇନା ଯୁବତୀ ନିଜ ପରିବାରଙ୍କ ସହ ଭାରତ ଆସିଥିଲେ। ଭାରତ ଆସିବା ପରେ ଡାକ୍ତରୀ ଦଳର ଏକ ଟିମ୍‌ ତାଙ୍କୁ ଓ ତାଙ୍କ ପରିବାରର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଉକ୍ତ ଯାଞ୍ଚରେ ସେମାନଙ୍କୁ ଡାକ୍ତର ସୁସ୍ଥ ପାଇଥିଲେ। ଏହାପରେ ଭାରତୀୟ ପରମ୍ପରା ଅନୁସାରେ ରବିବାର ହାଓ ଓ ସତ୍ୟାର୍ଥଙ୍କ ବିବାହ ହୋଇଥିଲା।


All Right Reserved By Dharitri.Com

ବିଚାର ନ ହୋଇ ପଡ଼ି ରହିଛି ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା

ନୂଆଦିଲ୍ଲୀ,୨୧।୩ : ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୪୪ ହଜାର ବଳାତ୍କାର ମାମଲା ପଡ଼ି ରହିଛି। ଏଭଳି ମାମଲାର ଶୀଘ୍ର ବିଚାର ପାଇଁ ୧,୦୨୩...

କରୋନା ଭୟରେ ଆତଙ୍କିତ ଭାରତୀୟ ନାଗରିକ: ବିମାନକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉନି ଚାଇନା

ବେଜିଂ,୨୨।୨: ଚାଇନାରେ କରୋନା ମହାମାରୀ ଯୋଗୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୨୩୪୫ରେ ପହଞ୍ଚିଛି। ସେହିପରି ୭୬ ହଜାର ୨୮୮ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ...

ଓଡ଼ିଶାର ସମର ଡେଷ୍ଟିନେଶନ

ଖରା ହେଉ କି ବର୍ଷା, ବୁଲିବାର କୌଣସି ସମୟ ନଥାଏ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ରହିଛି ଏକାଧିକ ଆକର୍ଷଣୀୟ ସ୍ଥାନ। ଆଗକୁ ଖରାଦିନ ଆସୁଥିବା...

ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ

ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ...

୯୫ ଶହ ବର୍ଷ ହେଲା ସମୁଦ୍ରରେ ବୁଡ଼ି ରହିଛି ଏହି ସହର…

ଭାରତର ଗୁଜରାଟ ଆନନ୍ଦ ଜିଲାର ଖମ୍ବାଟ ଉପକୂଳରେ ମାହି ନଦୀ ଉପତ୍ୟକା ଏବଂ ସମୁଦ୍ରର ସଙ୍ଗମ ସ୍ଥଳରେ ୯୫ ଶହ ବର୍ଷ ଧରି ଏକ ପୁରାତନ...

ଦେଶରେ ୪୫ କୋଟିରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ, ମୁମ୍ବାଇ ଆଗରେ

ନୂଆଦିଲ୍ଲୀ,୧।୧୦: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏବେ ୪୫.୧କୋଟି ଅଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ ଅଛନ୍ତି। ଭାରତରେ ଇଣ୍ଟରନେଟ୍‌ ବ୍ୟବହାର...

ଜଙ୍ଗଲ ରାଜାକୁ ମିଳୁନି ଖାଦ୍ୟ: ବ୍ୟଥିତ କରୁଛି ଭାଇରାଲ ଫଟୋ

ଖାର୍ତୁମ,୨୧।୧: ନର୍ଥ ଆଫିକ୍ରାର ସୁଦାନରେ ଥିବା ଏକ ଚିଡିଆଘରର ଦୃଶ୍ୟ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି। ସିଂହ ଜଙ୍ଗଲର ରାଜା ହୋଇଥିବା ବେଳେ ସୁଦାନର ଖାର୍ତୁମରେ...

‘ସାହୁକାରି ନ କରି ଲୋକଙ୍କୁ ଟଙ୍କା ଦିଅ’

ନୂଆଦିଲ୍ଲୀ,୧୭।୫(ପି.ଟି.): କେନ୍ଦ୍ର ସରକାର ସାହୁକାର ଭଳି କାର୍ଯ୍ୟ ନ କରି ଲୋକଙ୍କ ପାଖରେ ଟଙ୍କା ପହଞ୍ଚାନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି।...

Leave a comment

Your email address will not be published. Required fields are marked *