Posted inଫୁରସତ

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…

ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ମାମଲାରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। କୋର୍ଟଙ୍କ ଅନୁଯାୟୀ, ସଂପୃକ୍ତା ମହିଳାଙ୍କ ନିକଟରେ ଆର୍ଥିକ ସୁବିଧା ନାହିଁ। ଏଥିପାଇଁ ମହିଳା ଜଣକ ଏତେ ପରିମାଣର ଧନରାଶି ସ୍ବାମୀଙ୍କଠାରୁ ଚାହିଁଥିଲେ। ଏହି ମହିଳାଙ୍କ ନାମ ଏମ୍‌ଏଲ୍‌ଏ। ସେ ଅର୍ଥଶାସ୍ତ୍ରରେ ସ୍ନାତକ କରିଛନ୍ତି। ତାଙ୍କର ବିବାହ ୧୯୮୧ ମସିହାରେ ହୋଇଥିଲା। ବିବାହ ପରେ ସ୍ତ୍ରୀ ସ୍ବାମୀ ନିଷ୍ପତ୍ତି ନେଇଥିଲେ ସେ ଘର ସମ୍ଭାଳିବେ ଏବଂ ସ୍ବାମୀ ଚାକିରି କରିବେ। କୌଣସି କାରଣକୁ ନେଇ ବିବାହର ୨୮ ବର୍ଷ ପରେ ୨୦୦୯ରେ ଦୁଇଜଣ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଇତିମଧ୍ୟରେ ଏମ୍‌ଏଲ୍‌ଙ୍କ ବୟସ ୬୦ ହେଲାଣି। ପରିଣତ ବୟସରେ ଘର ଚଳାଇବାକୁ ତାଙ୍କ ନିକଟରେ ଅର୍ଥ ନାହିଁ କିମ୍ବା କାହାଘରେ କାମ କରି ପେଟ ପୋଷିବାକୁ ଦେହରେ ଆଉ ବଳ ନାହିଁ। ମାମଲା ପୁଣି ଥରେ କୋର୍ଟରେ ପହଞ୍ଚିଥିଲା। ଏମ୍‌ଏଲ୍‌ ବିଚାରପତିଙ୍କୁ କହିଛନ୍ତି, ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। ଏହା ଏକ ଭିନ୍ନ ଧରଣର ମାମଲା। ତେଣୁ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଜ୍‌ ଏପରି ରାୟ ଶୁଣାଇଥିବା କହିଛନ୍ତି।


All Right Reserved By Dharitri.Com

ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ

ମହାରାଷ୍ଟ୍ରର ଅମରାବତୀର ହର୍ବିନ୍‌ ସରକାରୀ ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ ସୁବିଧା। ଶିଖ୍‌ ସଂପ୍ରଦାୟର ‘ଦଶବନ୍ଦ’ ଶିକ୍ଷା ମାଧ୍ୟମରେ ଆରମ୍ଭ ହୋଇଛି ‘ଜଲାରାମ ପାନପୋଇ...

ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !

ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍‌ କଲ୍‌ ଠାରୁ...

୬ ବର୍ଷର କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କଲେ ଦମ୍ପତି, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୦୯ରେ ଆସିଥିବା ଏକ ହଲିଉଡ୍‌ ଫିଲ୍ମ ‘ଅର୍ଫାନ’ ଯଦି ଦେଖିଥିବେ ତେବେ ଏଥିରେ ଏକ ଛୋଟ ପିଲା କରିଥିବା ଅଭିନୟ ମଧ୍ୟ ଦେଖିଥିବେ। ଗୋଟିଏ ପରିବାର...

ଆକ୍ରମଣ କଲେଣି ପାକିସ୍ତାନୀ ଝିଣ୍ଟିକା

ଜୟପୁର: ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ପରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚତ୍ଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିପାରିବେନି ମହିଳା

ଜାପାନରେ ଏକ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କର୍ମକ୍ଷେତ୍ରରେ ମହିଳାମାନେ ଚଷମା ପିନ୍ଧିପାରିବେନି। କେତେକ ବେସରକାରୀ କମ୍ପାନୀ ଏଭଳି ନିୟମ ଲାଗୁ କରିଛନ୍ତି। ଏହା...

ଇଡ୍‌ଲି ଆମ୍ମା: ଯେଉଁମାନେ ଅସହାୟ ପେଟର ଭୋକକୁ ମା’ ଭଳି ବୁଝୁଛନ୍ତି

ଆଜିର ଏହି ଦରଦାମ୍‌ ବୃଦ୍ଧି ସମାଜରେ ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ସୌଖୀନ ଜିନିଷ ପର୍ଯ୍ୟନ୍ତ ସବୁକିଛିର ମୂଲ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦୁଇ...

ବର୍ଷରେ ଏହି ଦିନ ଗାଁରେ ରହିଲେ ମୃତ୍ୟୁ ହୁଏ ବୋଲି ବିଶ୍ୱାସ କରି ଘର ଛାଡନ୍ତି ଲୋକେ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧୁରୀ...

ବ୍ୟକ୍ତିତ୍ୱ: ହଣ୍ଟର ଏସ୍‌. ଥମ୍ପସନ୍‌

ହଣ୍ଟର ଏସ୍‌. ଥମ୍ପସନ୍‌! ମାର୍କିନ୍‌ ସାହିତ୍ୟ ତଥା ସାମ୍ବାଦିକତା ଜଗତରେ ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଇଥାଏ। ସେତିକିନୁହେଁ ଜର୍ନାଲିଜମ୍‌କୁ ନେଇ ତିରିଶ ଦଶକରେ...

Leave a comment

Your email address will not be published. Required fields are marked *