ମେୟର ପଦବୀ: ନିର୍ବାଚନ ଲଢୁଛନ୍ତି ୨ କୁକୁର ଏବଂ ଛେଳି

ଓ୍ବର୍ମାଣ୍ଟୋ, ୩।୨: ମଣିଷ ନିର୍ବାଚନ ଲଢ଼ିଥାନ୍ତି। ତେବେ କୌଣସି ପ୍ରାଣୀ ନିର୍ବାଚନ ଲଢ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେରିକାର ଉତ୍ତର ପୂର୍ବରେ ଥିବା ଓ୍ବର୍ମାଣ୍ଟୋ ସହରରେ ମେୟର ପଦବୀ ପାଇଁ ୩ ପ୍ରାଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ସେଥିମଧ୍ୟରେ ୨ଟି କୁକୁର ଥିବା ବେଳେ ଗୋଟିଏ ଛେଳି ରହିଛି। ସେଥିମଧ୍ୟରୁ ଗୋଟିଏ କୁକୁର ଜର୍ମାନ ଶେଫର୍ଡ ପ୍ରଜାତିର ଥିବାବେଳେ ଅନ୍ୟଟି ମଫି ପ୍ରଜାତିର। ସେହିପରି ଛେଳିଟି ନ୍ୟୁବିୟନ୍‌ ଲିଙ୍କନ ପ୍ରଜାତିର। ନିର୍ବାଚନ ମାର୍ଚ୍ଚ ୩ରେ ହେବ। ଏଥିପାଇଁ ଭୋଟରମାନଙ୍କୁ ମତଦାନ କରିବା ସହିତ ଏକ ଡଲାର ମଧ୍ୟ ଦେବାକୁ ପଡ଼ିବ। ସଂଗ୍ରହ ହୋଇଥିବା ଅର୍ଥରେ ଛୋଟ ପିଲାଙ୍କ ପାଇଁ ଏକ ଖେଳ ପଡ଼ିଆ ନିର୍ମାଣ କରାଯିବ। ଖେଳ ପଡ଼ିଆ ନିର୍ମାଣ ପାଇଁ ୫୭ ଲକ୍ଷ ଟଙ୍କା ଆବଶ୍ୟକ। ଇତିମଧ୍ୟରେ ଲୋକେ ୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି।


All Right Reserved By Dharitri.Com

୪୭ ଆତଙ୍କବାଦୀ ନିହତ

କାଏରୋ,୧୭।୫: ଇଜିପ୍ଟର ସିନାଇ ଅଞ୍ଚଳରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ୫୨ ଜଣଙ୍କ ପ୍ରାଣହାନି ଘଟିଛି। ୪୭ ଆତଙ୍କବାଦୀ ନିହତ...

ନିଜକୁ ନିଜେ କ୍ଲୋନିଂ କରୁଥିବା ପ୍ରାଣୀ

ଏହି ଜଳଜ ପ୍ରାଣୀଟି ଦେଖିବାକୁ ଗୋଟିଏ ପ୍ରକାର ଚିଙ୍ଗୁଡ଼ି ଭଳି। ତେବେ ପ୍ରାଣୀବିଜ୍ଞାନୀମାନେ ଏହାକୁ ଠିକ୍‌ଭାବରେ ଚିଙ୍ଗୁଡ଼ି ବୋଲି ଗ୍ରହଣ କରନ୍ତି ନାହିଁ। ଏହାର ପ୍ରାଣୀ...

ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ

ପଶ୍ଚିମବଙ୍ଗର ଉତ୍ତର ଦୀନଜାପୁର ଜିଲା ଅନ୍ତର୍ଗତ ରାୟଗଞ୍ଜ ନାମକ ଏକ ସ୍ଥାନ ନିକଟରେ ରହିଛି ଲୋକପ୍ରିୟ ରାୟଗଞ୍ଜ ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହା କୁଲିକ୍‌ ପକ୍ଷୀ ଅଭୟାରଣ୍ୟ...

ଜୁନ୍‌ରେ ମୋଦି-ଟ୍ରମ୍ପ ଭେଟ

ଓ୍ବାଶିଂଟନ,୨୬ା୫(ପି.ଟି.): ଜୁନ୍‌ରେ ଜି-୨୦ ସମିଟ୍‌ ଜାପାନରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ଅଜଣା ଲୋକଙ୍କ ସହିତ ପ୍ରତିଦିନ କରନ୍ତି ବନ୍ଧୁତା: ୪ ବର୍ଷରେ ୨୮ଶହ ବନ୍ଧୁ

ଫିଲାଡ଼େଲଫିଆ,୨୪।୯: ଆମେରିକା ଫିଲାଡ଼େଲଫିଆରେ ଜଣେ ଯୁବକ ପ୍ରତିଦିନ ଅଜଣା ଲୋକଙ୍କୁ ଭେଟି ତାଙ୍କ ସହିତ ବନ୍ଧୁତା କରିଥାନ୍ତି। ସେ ହେଉଛନ୍ତି ୨୮ ବର୍ଷ ବୟସ୍କ ରୋବ୍‌...

ନୀଳ ରାସ୍ତା

ରାସ୍ତାର ରଙ୍ଗ ସମସ୍ତେ କଳା ହିଁ ଜାଣନ୍ତି। ହେଲେ ନିକଟରେ କତ୍ତାରର ଦୋହାରେ ଦେଖିବାକୁ ମିଳିଥିଲା ନୀଳ ରଙ୍ଗର ରାସ୍ତା। କାରଣ ଏହାର ସମସ୍ତ ରାସ୍ତାକୁ...

ଅମ୍ଫନ୍‌ ବାତ୍ୟା ଯୋଗୁ ଭାରତ-ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବା ଆଶଙ୍କା: ୟୁନିସେଫ୍‌

ଜେନେଭା,୨୧।୫: ବୁଧବାର ଅମ୍ଫନ୍‌ ବାତ୍ୟା ଭାରତ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ଭାରତ ଏବଂ ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ...

ଚାଇନାରୁ ଆସିଲା ଭଲ ଖବର: ସଫଳତାର ସହ ପରୀକ୍ଷା ହେଲା କରୋନା ଟୀକା!

ବେଜିଂ,୪।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ ବ୍ୟାପି ସାରିଲାଣି। ହେଲେ ଚାଇନା ଏବେ କରୋନା ଭାଇରସ ପାଇଁ...

Leave a comment

Your email address will not be published. Required fields are marked *