୯ରୁ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ: ଭାଗନେବେ ନେପାଳ, ରାଜ୍ୟ ବାହାରର ୨ ଟିମ

ଭଞ୍ଜନଗର,୩।୨(ଡି.ଏନ.ଏ)-ଭଞ୍ଜନଗର ଜେଲ ପଡ଼ିଆରେ ଆସନ୍ତା ୯ ତାରିଖରୁ ୫ମ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରେ ନେପାଳ, ରାଜ୍ୟ ବାହାରର ୨ ଏବଂ ରାଜ୍ୟର ୫ ଏପରି ମୋଟ ୮ ଟିମ ଭାଗ ନେବେ। ଭଞ୍ଜନଗର ଫୁଟବଲ ଆସୋସିଏଶନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ଅମରନାଥ ରଥ, ସୁଧୀର ରଞ୍ଜନ ବେହେରା, କାର୍ଯ୍ୟକାରୀ ସଭାପତି ଈଶ୍ୱର ଆଚାରୀ, ଉପ ସଭାପତି ଈଶ୍ୱର ପ୍ରଧାନ, ସାଧାରଣ ସମ୍ପାଦକ ପ୍ରେମଚାନ୍ଦ ସିଂ, ସମ୍ପାଦକ ଏମ୍‌. ଡ଼ି ନୌସାଦ, କାର୍ଯ୍ୟକାରୀ ସମ୍ପାଦକ ଚିଦାନନ୍ଦ ସ୍ବାଇଁ, ସହ ସମ୍ପାଦକ ସଦାଶିବ ପ୍ରଧାନ, ବିଷ୍ଣୁ ରାଓ, କୋଷାଧ୍ୟକ୍ଷ ଶରତ ମହାନ୍ତି, ଅନିଲ ମୋହିନୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଚାମ୍ପିୟନ ଟିମ୍‌କୁ ପୁରସ୍କାର ବାବଦକୁ ୩୩, ୩୩୩ ଟଙ୍କା ଓ ରନର୍ସଅପ୍‌ ଟିମ୍‌କୁ ୨୨,୨୨୨ ଟଙ୍କା ପ୍ରଦାନ କରାଯିବ। ଏଥିସହ ଦୈନନ୍ଦିନ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯିବ। ଟୁର୍ନାମେଣ୍ଟରେ ୮ ଟିମ ଯଥା ନେପାଳର ନେପାଳଗଞ୍ଜ, ଭୁବନେଶ୍ୱରର ଜଗା ୟୁନାଇଟେଡ଼, ଭଞ୍ଜନଗରର ଗୁରୁବା ଇଲଭେନ, ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ, ସମ୍ବଲପୁର ଏଫସି, କୋଲକତା ଭାଇପର୍ସ, ଆୟୋଜକ ଭଞ୍ଜନଗର ଫୁଟବଲ ଆସୋସିଏଶନ ଓ ତେଲଙ୍ଗାନାର ଆର୍ମି ଏକାଡ଼େମୀ ଭାଗ ନେବ। ଦୈନନ୍ଦିନ ଅପରାହ୍ନ ସାଢ଼େ ୨ଟାରୁ ମ୍ୟାଚ୍‌ ଆରମ୍ଭ ହେବ। ୧୬ ତାରିଖରେ ଫାଇନାଲ ମ୍ୟାଚ୍‌ ହେବ। ଗ୍ରୁପ୍‌-ଏର ପ୍ରଥମ ମ୍ୟାଚ୍‌ ବରଗଡ଼ ସହ ଭଞ୍ଜନଗର ଗୁରୁବା ଇଲେଭେନ ମଧ୍ୟରେ ହେବ। ୧୦ରେ ନେପାଳ ଓ ଭୁବନେଶ୍ୱର ମଧ୍ୟରେ ମ୍ୟାଚ୍‌ ହେବ। ୧୧ ତାରିଖରେ ଗୃପ୍‌-ଏର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ହେବ। ୧୨ରେ ଗ୍ରୁପ୍‌-ବିର ପ୍ରଥମ ମ୍ୟାଚ୍‌ ସମ୍ବଲପୁର ଓ କୋଲକତା ମଧ୍ୟରେ ହେବ। ୧୩ରେ ଆୟୋଜକ ଭଞ୍ଜନଗର ଫୁଟବଲ ଆସୋସିଏଶନ ସହ ତେଲଙ୍ଗାନା ଟିମ୍‌ ମଧ୍ୟରେ ମ୍ୟାଚ ହେବ। ୧୪ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଓ ୧୬ ତାରିଖରେ ଫାଇନାଲ ମ୍ୟାଚ୍‌ ହେବ।


All Right Reserved By Dharitri.Com

ନକଲି ଦେଶୀ ମଦ ସହ ଅଟୋ ଜବତ ବାପ,ପୁଅଙ୍କ ସମେତ ୩ ଗିରଫ

ପୁରୁଷୋତ୍ତମପୁର,୨ା୮(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ ଧୋବାଡି ପାଟପୁର-ବାଳକୃଷ୍ଣପୁର ରାସ୍ତାରୁ ମଦ ବୋଝେଇ ଏକ ଅଟୋ (ନଂ.ଓଡି ୦୭ ଏସ ୨୮୧୨)କୁ ଜବତ କରିଛି। ଏଥିରୁ...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନର ବନ୍ଦ ଡାକରା: କଳାହାଣ୍ଡି ଜିଲାର ସମସ୍ତ ବ୍ୟାଙ୍କ ବନ୍ଦ

ଭବାନୀପାଟଣା,୩୧।୧(ଡି.ଏନ୍‌.ଏ.): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି।...

ଗୋଡ଼ଭଗାରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ଅତାବିରା,୩।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଏଟିଏମ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍‌  ଭାଙ୍ଗିବାରେ ସଫଳ...

ହିଲ୍‌ଭ୍ୟୁ ହୋଟେଲରେ ମେସ୍କୋ ନିର୍ଦ୍ଦେଶିକା ନଜରବନ୍ଦୀ

କଳିଙ୍ଗନଗର,୪ା୧୨(ଡି.ଏନ୍‌.ଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ର ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସ ହେବ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ...

ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା...

ଡାଲା ଅଟୋ ଚଳାଇ ପରିବାର ପୋଷୁଛନ୍ତି କବିତା

କେନ୍ଦୁଝର,୨୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ନହବେ ଗାଁକୁ ପ୍ରାୟ ୧୧ ବର୍ଷ ତଳେ ବୋହୂ ହୋଇ ଆସିଥିଲେ କବିତା। ଶଙ୍କର୍ଷଣ ପ୍ରଧାନଙ୍କୁ ବିବାହ...

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୃତ ବ୍ୟକ୍ତିଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ସାଲାଇନ

ପୁରୀ ଅଫିସ,୩।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ମୃତ ବ୍ୟକ୍ତିଙ୍କଠାରେ ଏକ ଘଣ୍ଟା ପର୍ଯ୍ୟନ୍ତ ସାଲାଇନ ଚାଲିଥିବା ଅଭିଯୋଗ ଆସିଛି। ଚିକିତ୍ସାରେ ଅବହେଳା...

ଜିଲାପାଳ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ,୧୯।୧୧: ଖରିଫ ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧକରି ମଙ୍ଗଳବାର ଚାଷୀମାନେ ବରଗଡ଼ ଜିଲାପାଳଙ୍କ ଅଫିସରେ ତାଲା ପକାଇଛନ୍ତି। ଓଡ଼ିଶା ରାଜ୍ୟ କୃଷକ ସଂଗଠନର...

Leave a comment

Your email address will not be published. Required fields are marked *