୨ ଲୁହାପଥର ଖଣି ହାତେଇଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର ଖଣି ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ୨ଟି ଲୁହାପଥର ଖଣି ଜେଏସ୍‌ଡବ୍ଲ୍ୟୁକୁ ମିଳିଛି। ଏହି ୨ଟି ଖଣିରେ ପ୍ରାୟ ୯୮୦ ମିଲିୟନ୍‌ ଟନ୍‌ର ଲୁହାପଥର ମହଜୁଦ ରହିଥିବା କୁହାଯାଉଛି। କେବଳ ନୂଆଗାଁ ଲୁହାପଥର ଖଣିର ପରିମାଣ ୭୯୦ ମିଲିୟନ ଟନ୍‌ ରହିଛି।
ଶୁକ୍ରବାର ଜେଏସ୍‌ଡବ୍ଲ୍ୟୁ ନିଲାମୀ ପ୍ରକ୍ରିୟାରେ ଆଦାନୀ, ଆର୍ସେଲର ମିତ୍ତଲ, ବେଦାନ୍ତ, ଟାଟା ଏବଂ ରୁଙ୍ଗ୍‌ଟା ସନ୍ସ ପ୍ରଭୃତିକୁ ପଛରେ ପକାଇ ନୂଆଗାଁ ଖଣି ଲାଭ କରିଥିଲା। ସେହିପରି ଶନିବାର ହୋଇଥିବା ନିଲାମ ପ୍ରକ୍ରିୟାରେ ମଧ୍ୟ ଏହି କମ୍ପାନୀ ଜେଏସ୍‌ପିଏଲ୍‌, ଆର୍ସେଲର ମିତ୍ତଲ ଇଣ୍ଡିଆ, ମର୍ଚ୍ଚାଣ୍ଟ ମାଇନର୍ସ ରୁଙ୍ଗ୍‌ଟା ମାଇନ୍ସ ଏବଂ କେଜେଏସ୍‌ ଆଲୁୱାଲିଆଙ୍କୁ ପଛରେ ପକାଇଥିଲା। ସାମ୍ପ୍ରତିକ ସ୍ଥିତିରେ ଜେଏସ୍‌ଡବ୍ଲ୍ୟୁ ବାର୍ଷିକ ୧୮ ମିଲିୟନ ଟନ୍‌ ଉତ୍ପାଦନର କ୍ଷମତା ରଖିଛି। ନିଲାମ ଦ୍ୱାରା ପ୍ରାପ୍ତ ହୋଇଥିବା ଏହି ୨ଟି ଖଣି ଯୋଗୁ କମ୍ପାନୀ ନିଜ ପାରାଦୀପ ପ୍ଲାଣ୍ଟ ପାଇଁ ବାର୍ଷିକ ୧୩.୨ ମିଲିୟନ ଟନ୍‌ ପରିମାଣର କ୍ୟାପ୍‌ଟିଭ୍‌ ଲୁହାପଥର ପାଇବାକୁ ସକ୍ଷମ ହେବ। ପାରାଦୀପର ଏହି ଶିଳ୍ପରେ ଜେଏସ୍‌ଡବ୍ଲ୍ୟୁ ୫୫,୦୦୦ କୋଟି ଟଙ୍କାର ନିବେଶ କରିବାକୁ ଯାଉଛି। ଏହି ନିବେଶ ରାଜ୍ୟର ଶିଳ୍ପକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେହିପରି ସ୍ଥାନୀୟ ଏବଂ ରାଜ୍ୟର ଯୁବବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ। ନୂଆଗାଁ ଲୁହାପଥର ଖଣିଟି ବର୍ତ୍ତମାନ କେଜେଏସ୍‌ ଆଲୁୱାଲିଆଙ୍କ ଲିଜ୍‌ରେ ରହିଛି। ଏହାର ଅବଧି ଆସନ୍ତା ମାର୍ଚ୍ଚରେ ସମାପ୍ତ ହେଉଛି।
ରବିବାର ସା ସୁଦ୍ଧା ମିଳିଥିବା ଶେଷ ସୂଚନାନୁଯାୟୀ, ଠାକୁରାଣୀ ଲୁହାପଥର ଖଣିର ନିଲାମ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଲିଜ୍‌ ଅବଧି ସମାପ୍ତ ହେଉଥିବା ୧୯ଟି ଲୁହାପଥର ଖଣିର ନିଲାମ କରାଯିବ। ପ୍ରତିଦିନ ଗୋଟିଏ ଗୋଟିଏ ଖଣି ନିଲାମ ହେବ। ଏହି ପ୍ରକ୍ରିୟା ଆସନ୍ତା ୧୮ ତାରିଖ ଯାଏ ଜାରି ରହିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ଆଉ ୨ ମାସ ଜାରି ରହିବ ଏସି ମୋ ବସ୍‌ର ଭଡ଼ା ରିହାତି

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ (ଏସି) ମୋ ବସ୍‌ର ଭଡ଼ା ରିହାତି ଆସନ୍ତା ୨ ମାସ ପାଇଁ...

ମେଟଲ୍‌ ମିଟ୍‌-୨୦୧୯; ସରିଲା ଜୁନିୟର୍‌ ଗ୍ରୁପ୍‌ ପ୍ରିଲିମ୍ସ, ସିନିୟର ପ୍ରିଲିମ୍ସ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟସ୍ତରୀୟ କୁଇଜିଂ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ର ଜୁନିୟର ଗ୍ରୁପ୍‌ର ପ୍ରିଲିମ୍‌ ରାଉଣ୍ଡ ଶନିବାର ଶେଷ ହୋଇଛି। କୁଇଜ ମାଷ୍ଟର ଅଜୟ ପୁନିଆଙ୍କ ଦମ୍‌ଦାର ପ୍ରଶ୍ନର...

ରେଳ ଷ୍ଟେଶନରେ ଯାତ୍ରୀ ପାଇବେ ସ୍ବାସ୍ଥ୍ୟକର ଖାଦ୍ୟ

ଭୁବନେଶ୍ୱର, ୪ା୧୨(ବ୍ୟୁରୋ): ଏଣିକି ରେଳ ଷ୍ଟେଶନରେ ଯାତ୍ରୀଙ୍କୁ ମିଳିବ ସୁରକ୍ଷିତ ତଥା ସ୍ବାସ୍ଥ୍ୟକର ଖାଦ୍ୟ। ଏହା ଉପରେ ଏବେ ଭାରତୀୟ ରେଳପଥ ଗୁରୁତ୍ୱ ଦେଇଛି। ଏନେଇ...

ଭତା, ପୋରଛାହନ୍‌ରୁ ବଁଚିତ୍‌ ଗଣ୍ଡାବଜା କଳାକାର: ବିପଦ୍‌ରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି

  ଲାଠୋର, ୨୮ା୧୨ (ଡି.ଏନ୍‌.ଏ.)- ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ବହୁତ୍‌ ପ୍ରାଚୀନ। ସେନ୍‌ତା ଇଠାନର ଜାନିଯାତ୍‌ରା, ପରବ୍‌, ଉଛବ୍‌, ବିହାବରୁ ସଂଗେ ଯୁଡ଼ି ହେଇରହିଛେ...

ଭଙ୍ଗା ହେଉଛି ଏମାର ମଠ: କୋଠିଘର ଭଙ୍ଗାଯିବା ବେଳେ ବାହାରିଲେ ଶହ ଶହ ସଂଖ୍ୟାରେ ଚେମିଣି, ସରୀସୃପ ଥିବା ଆଶଙ୍କା

ପୁରୀ ଅଫିସ,୨୯।୮: ଲଙ୍ଗୁଳୀ ମଠ ଭଙ୍ଗା ଯିବା ପରେ ଏବେ ଏମାର ମଠକୁ ଭାଙ୍ଗିଛି ପ୍ରଶାସନ। ବିପଦ ସଙ୍କୁଳ ଦର୍ଶାଇ ବୁଧବାର ଏମାର ମଠ ଉଚ୍ଛେଦ...

ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା...

ଆହୁରି ୧୫ ଦିନ ପରେ ମଣ୍ଡିରେ କିଣାହେବ ଧାନ: ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ନୟାଗଡ଼ ଅଫିସ,୫ା୧୨: ଗତ ୨୯ ତାରିଖରେ ଜିଲାରେ ସରକାରୀ ଭାବେ ଧାନମଣ୍ଡି ଉଦ୍‌ଘାଟିତ ହୋଇଥିଲା। ସେ ସମୟରେ ଡିସେମ୍ବର ୧୮ ତାରିଖ ପରେ ମଣ୍ଡିରେ ଧାନ...

ସରକାରୀ ବାବୁଙ୍କୁ ଓଡ଼ିଆ ଭାଷାର ପ୍ରଶିକ୍ଷଣ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ):  ଓଡ଼ିଆ ଭାଷାରେ ପାଠ ପଢ଼ିବେ ସରକାରୀ ବାବୁ ଓ କର୍ମଚାରୀମାନେ। ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକ ବୁଝିପାରୁଥିବା...

Leave a comment

Your email address will not be published. Required fields are marked *