ଅଣ୍ଟାବିନ୍ଧାର ଘରୋଇ ଉପଚାର

ଅଣ୍ଟା ବିନ୍ଧିବା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହାର ଲକ୍ଷଣ ସମ୍ପର୍କରେ ଅବଗତହେବା ପରେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ। ତେଣୁ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶକରି ଚିକିତ୍ସା କରାଇନେବା ଦରକାର। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଅନୁସରଣ କଲେ ଏଥିରୁ ଅନେକାଂଶରେ ଉପଶମ ମିଳିଥାଏ। କୌଣସି ସ୍ଥାନରେ ବସିବା ବେଳେ ଏପରି ବସନ୍ତୁ ଯେପରି ନିଜ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ। ଉଠିବା ସମୟରେ ସତର୍କତାର ସହ ଉଠନ୍ତୁ। କାରଣ ଉଠିବା ବେଳେ ସାମାନ୍ୟ ଅବହେଳାରୁ ଅଣ୍ଟା ଉପରେ ଚାପ ପଡ଼ିଥାଏ ଏବଂ ତାହା ଅଣ୍ଟାବିନ୍ଧାର କାରଣ ସାଜିଥାଏ। କୌଣସି ସ୍ଥାନରେ ଠିଆ ହୋଇଥିଲେ ସିଧା ଠିଆ ହୁଅନ୍ତୁ। ନଇଁପଡ଼ି ହଠାତ୍‌ କୌଣସି ଓଜନିଆ ଜିନିଷ ଉଠାନ୍ତୁ ନାହିଁ। ଯଦି ନଇଁକରି କାମ କରୁଛନ୍ତି ତେବେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଣ୍ଟାକୁ ବିଶ୍ରାମ ଦିଅନ୍ତୁ। ଅଧିକ ମୋଟା ଗଦିରେ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ। ଯଦି କାର୍‌ ଚଳାଉଛନ୍ତି ତେବେ ୯୦ ଡିଗ୍ରୀ ପୋଜିସନରେ ବସି ଡ୍ରାଇଭ କରନ୍ତୁ। ଅଣ୍ଟାଜନିତ ସମସ୍ୟା ଦେଖାଦେଲେ କେତେକ ବ୍ୟାୟାମ କରିବାକୁ ପଡ଼ିଥାଏ। ଏନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।


All Right Reserved By Dharitri.Com

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଟମାଟର ସୁପ୍‌

ଶୀତଦିନେ ଟମାଟର ସୁପ୍‌ ପିଇବାର ମଜା ନିଆରା। ଟମାଟର ସୁପ୍‌ରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏଥିରେ...

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ...

କାନଫୁଲ ବି ଦୂର କରିଥାଏ ମହିଳାଙ୍କ ବହୁ ଶାରିରୀକ ସମସ୍ୟା…

ଶୃଙ୍ଗାର ଯୋଗୁ ମହିଳାଙ୍କ ସୌନ୍ଦର୍ଯ୍ୟ ଅଧିକ ବୃଦ୍ଧି ପାଇଥାଏ। ଭାରତୀୟ ସଂସ୍କୃତିରେ ଶୃଙ୍ଗାର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଅନ୍ତର୍ଗତ ମହିଳାମାନେ ବିଭିନ୍ନ...

ବେଶ୍‌ ଉପକାରୀ ତୁଳସୀ ଚେର

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ପ୍ରତିଟି ଅଂଶ ବିଭିନ୍ନ ପ୍ରକାର ରୋଗର ନିଦାନ କରିବାରେ ସହାୟକ ହୋଇଥାଏ। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା...

ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ମାଛ

ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଗୋଲ୍ଡ ଫିସ୍‌ ସହ ଏରୋଓ୍ବାନା ମାଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି...

ଦୈନନ୍ଦିନ ଜୀବନଶୈଳୀ ଓ ମସ୍ତିଷ୍କର କାର୍ଯ୍ୟଧାରା

ସନ୍ତୁଳିତ ଜୀବନଶୈଳୀ ଆମକୁ କେତେକାଂଶରେ ସୁସ୍ଥ ରଖିଥାଏ। ଯଦି ଜଣେ ବ୍ୟକ୍ତି ନିଜର ଜୀବନଶୈଳୀକୁ ଠିକ୍‌ ଭାବରେ ଆଗେଇ ନିଅନ୍ତି ତେବେ ତାଙ୍କର ମସ୍ତିଷ୍କ ଆହୁରି...

ଅନିଦ୍ରା ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଅଧାକପ୍‌ ଏହି ଜୁସ୍‌…

ପ୍ରତିଦିନ ସକାଳେ ଅଧାକପ୍‌ ଗାଜର ଜୁସ୍‌ ପିଇଲେ ରାତିରେ ଭଲ ନିଦ ହେବା ସହିତ ଶରୀର ନିରୋଗ ରହିଥାଏ । ଅନିଦ୍ରା ସମସ୍ୟାରେ ଏହା ମହୌଷଧୀ...

ବେଶ୍‌ ଉପକାରୀ କଦଳୀ ଚୋପା

କଞ୍ଚା ଅବା ପାଚିଲା କଦଳୀ ଉଭୟର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଅଧିକାଂଶ କ୍ଷେତ୍ରରେ କଦଳୀ ଖାଇବା ପରେ ଚୋପାକୁ ଫିଙ୍ଗି ଦିଆଯାଏ। କିନ୍ତୁ...

Leave a comment

Your email address will not be published. Required fields are marked *