ଇସ୍କନ ବିରୋଧରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨ା୨:ଇସ୍କନ ପକ୍ଷରୁ ମୁମ୍ବାଇରେ ଗତ ଗୁରୁବାର ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି ଦର୍ଶାଯାଇ ଏଭଳି ରଥଯାତ୍ରାକୁ ଓଡ଼ିଶାରେ ବିଶେଷକରି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳାସ୍ଥଳ ଶ୍ରୀକ୍ଷେତ୍ରରେ ତୀବ୍ର ବିରୋଧ କରାଯାଇଛି। ଇସ୍କନ ବାରମ୍ବାର ବିଧି ପରମ୍ପରାକୁ ବେଖାତିର କରୁଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅଦିନିଆ ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ସେନା ରବିବାର ବିକ୍ଷୋଭ କରିବା ସହ ଇସ୍କନ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି।
ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ରବିବାର ସିଂହଦ୍ୱାର ଆଗରେ ବିକ୍ଷୋଭ ପ୍ରଦର୍ଶନ ଏବଂ ରାଧାକାନ୍ତଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରିବା ଲାଗି ଏତଲା ଦିଆଯାଇଛି। ତୁରନ୍ତ ଭାରତରେ ଇସ୍କନକୁ ବ୍ୟାନ୍‌ ଏବଂ ପୁରୀକୁ ପ୍ରବେଶ ବନ୍ଦ କରାଯିବାକୁ ଦାବି ହୋଇଛି।


All Right Reserved By Dharitri.Com

ଡିଙ୍ଗିରି ଛତୁ ଦେଇଛି ଭିନ୍ନ ପରିଚୟ

ରୂପ୍‌ସା, ୨୦।୩ (ବାଞ୍ଛାନିଧି ଦେ)-ଆରମ୍ଭରୁ ଚାକିରି କରିବାକୁ ଇଚ୍ଛା ନ ଥିଲା। ନିଜେ କିଛି ବ୍ୟବସାୟ କରି ଅନ୍ୟଙ୍କୁ ରୋଜଗାର ଯୋଗାଇ ଦେବାର ଆଗ୍ରହ ଆଜି...

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା...

ଜଳିଗଲା ୨ ବଖରା : ୭ ଗାଈ ଜୀବନ୍ତ ଦଗ୍ଧ

ପଦ୍ମପୁର,୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଗୋପବନ୍ଧୁନଗର ପଞ୍ଚାୟତର ଗଦି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାମଚନ୍ଦ୍ର ରାଉତ ଓ...

ଜଳିଗଲା ୨୦୦ରୁ ଊର୍ଦ୍ଧ୍ୱ କାଜୁଗଛ

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାହାକୁଦ କାଜୁ ଜଙ୍ଗଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ୨୦୦ରୁ ଊର୍ଦ୍ଧ୍ୱ କାଜୁ ଗଛ ଜଳିଯାଇଛି। ଖବର...

ହର୍ବାଲ୍‌ ପ୍ରଡକ୍ଟ ଦେଇଛି ମହିଳାଙ୍କୁ ରୋଜଗାର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ...

ଆୟୋଗ ବିରୋଧରେ ଅପପ୍ରଚାରକୁ ଓପିଏସ୍‌ସିର ଖଣ୍ଡନ: -ଅପପ୍ରଚାର କଲେ ପରବର୍ତ୍ତୀ ପରୀକ୍ଷାରୁ ବଞ୍ଚିତ ହେବେ

ଭୁବନେଶ୍ୱର,୮।୮(ବ୍ୟୁରୋ)- ଓଡିଶା ସିଭିଲ୍‌ ସର୍ଭିସ୍‌-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮(ଏ.ଏସ୍‌.ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଗୁରୁବାର...

ହାତୀ ଭୟରେ ବନ୍ଦ ହେଲା ସ୍କୁଲ, ଜଣେ ଆହତ

ବାଙ୍ଗିରିପୋଷି,୭ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ଶୁକ୍ରବାର ଝିଙ୍କପାହାଡି ଗ୍ରାମରେ ହାତୀ ପଶି ବ୍ୟାପକ ଫସଲ...

ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଯୋଡ଼ା,୧୬।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ଆଜାଦ ବସ୍ତିଠାରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର...

Leave a comment

Your email address will not be published. Required fields are marked *