୨୩୨ ରେଳ ଷ୍ଟେଶନରେ ନିର୍ମାଣ ହେବ ପୂର୍ବନିର୍ମିତ ଶୌଚାଳୟ

ଭୁବନେଶ୍ୱର,୪-୬: ସ୍ବଚ୍ଛ ଭାରତ ମିଶନ ପଦକ୍ଷେପ ଅନ୍ତର୍ଗତ ୨୩୨ ରେଳ ଷ୍ଟେଶନରେ ପୂର୍ବନିର୍ମିତ ଶୌଚାଳୟ ନିର୍ମାଣ କରାଯିବ। ଏଥି ଲାଗି ପୂର୍ବତଟ ରେଳପଥ, ରାଇଟ୍ସ ଏବଂ ମହାନଦୀ କୋଲ ଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରେଳ ଷ୍ଟେଶନର ବିସ୍ତୃତ ସ୍ଥାନଗୁଡିକରେ ଏହା ନିର୍ମାଣ ହେବ। ସ୍ଥାନୀୟ ଏମ୍‌ସିଏଲ୍‌ କାର୍ଯ୍ୟାଳୟଠାରେ ପୂର୍ବତଟ ରେଳପଥ ପ୍ରମୁଖ ଯନ୍ତ୍ରୀ ଏନ୍‌.ଏସ୍‌.ଉଇକେ, ଏମ୍‌ସିଏଲ୍‌ ସମ୍ବଲପୁର ସିଏସ୍‌ଆର୍‌ ମହାପ୍ରବନ୍ଧକ ବି.ସାଇରାମ, ରାଇଟ୍ସ ମହାପ୍ରବନ୍ଧକ ପ୍ରେମ ରଞ୍ଜନ କୁମାର ଏବଂ ପୂର୍ବତଟ ରେଳପଥର ଯୋଜନା ବିଭାଗ ମୁଖ୍ୟଯନ୍ତ୍ରୀ ବ୍ରଜେଶ ମିଶ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତି ମୁତାବକ ଓଡ଼ିଶାର ୧୨୭, ଦକ୍ଷିଣ ପୂର୍ବ ରେଲଓ୍ବେର ୫୫ ଏବଂ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ୫ଟି ଷ୍ଟେଶନରେ ଶୌଚାଳୟ ନିର୍ମାଣ କରାଯିବ। ଏହା ଦ୍ୱାରା ରେଳଯାତ୍ରୀଙ୍କ ସମେତ ବିଭିନ୍ନ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ଭାବେ ରାଇଟ୍ସ ନିୟୋଜିତ ହୋଇଛି।


All Right Reserved By

ଜି-୨୦ ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୬-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜି-୨୦ ଦେଶର ଅର୍ଥମନ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନରଙ୍କ ସମ୍ମିଳନୀରେ ଯୋଗ ଦେବେ। ଜାପାନରେ ଆସନ୍ତା ୮ରୁ ଦ୍ୱିଦିବସୀୟ ସମ୍ମିଳନୀ...

୨୦୨୦ରେ ଆସୁଛି ଫେସ୍‌ବୁକ୍‌ର କ୍ରିପ୍ଟୋକରେନ୍ସି ‘ଲିବ୍ରା’

ନୂଆଦିଲ୍ଲୀ,୧୮-୬: ସୋସିଆଲ ମିଡିଆ ଓ୍ବେବସାଇଟ ଫେସ୍‌ବୁକ୍‌ ୨୦୨୦ରେ ନିଜସ୍ବ କ୍ରିପ୍ଟୋକରେନ୍ସି ‘ଲିବ୍ରା’ ଲଞ୍ଚ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ସ୍ମାର୍ଟ ଡିଭାଇସ୍‌ ଜରିଆରେ...

ଅନ୍ତରୀଣ ବଜେଟ ଆବଣ୍ଟନ ରହିପାରେ ଜାରି

ନୂଆଦିଲ୍ଲୀ,୬-୬: ଚଳିତ ବର୍ଷ ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଦିଆଯାଇଥିବା ଆବଣ୍ଟନକୁ ଚଳିତ ଆର୍ଥିକ ବର୍ଷ ଲାଗି ଜାରି ରଖିବାକୁ ଅର୍ଥ ମନ୍ତ୍ରଣାଳୟ ସଙ୍କେତ...

୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ...

ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ମିଳିଛି ମାତ୍ର ୩ କୋଟି ସବ୍‌ସିଡି

  ନୂଆଦିଲ୍ଲୀ,୨୩-୭: ଗୁଜରାଟ, କର୍ନାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ୨୦୧୮-୧୯ରେ ନିଜ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସର୍ବାଧିକ ସବ୍‌ସିଡି ପ୍ରଦାନ କରିଛନ୍ତି। ତେବେ ଓଡ଼ିଶା ଏହାର ମତ୍ସ୍ୟଜୀବୀଙ୍କୁ...

ରାଜ୍ୟଗୁଡ଼ିକର ଋଣ ୯୧%କୁ ବୃଦ୍ଧି

ମୁମ୍ବାଇ,୨୬-୫: ଆର୍ଥିକ ବର୍ଷ ୨୦୧୮-୧୯ରେ ନିଜର ବିତ୍ତୀୟ ନିଅଣ୍ଟକୁ କମାଇବାକୁ ଯାଇ ରାଜ୍ୟଗୁଡ଼ିକର ବଜାର ଋଣ ୯୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କେୟାର ରେଟିଙ୍ଗ୍‌ସର ରିପୋର୍ଟରେ...

ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲା;ହାଇକୋର୍ଟରେ ଜୁଲାଇ ୨ରେ ଶୁଣାଣି

ଲଣ୍ଡନ,୨୭-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଲଣ୍ଡନ ହାଇକୋର୍ଟ ଜୁଲାଇ ୨ରେ ଶୁଣାଣି କରିବେ। ସେହି ଦିନ ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା...

ଜମାକାରୀଙ୍କଠୁ ସୁନା ଜମା ରଖିପାରିବେ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସୁନା ମୁଦ୍ରୀକରଣ ଯୋଜନା,୨୦୧୫ର ନିୟମକୁ କୋହଳ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଜମାକାରୀ ନିଜର ଗଚ୍ଛିତ ସୁନାକୁ ବ୍ୟାଙ୍କ,...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *