ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ। ଏନେଇ ଆଲିଆ ଭଟ୍ଟ ଏହାର ଘୋଷଣା ସମ୍ପର୍କିତ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଘରେ ରଣବୀର କପୁର, ଆଲିଆ ଏବଂ ଅୟାନଙ୍କ ଉପସ୍ଥିତରେ ଏହି ଭିଡ଼ିଓର ଶୁଟିଂ କରାଯାଇଛି। ଆଲିଆ ହାତରେ ଏକ କାର୍ଡ ଧରିଛନ୍ତି। ଏଥିରେ ୪ ଡିସେମ୍ବର ୨୦୨୦ ଲେଖାଯାଇଛି। ଫିଲ୍ମଟି ହିନ୍ଦୀ ସହିତ ତାମିଲ୍‌, ତେଲୁଗୁ, ମଲୟାଲମ୍‌ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ ହେବ। ଫିଲ୍ମର ନିର୍ମାଣରେ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।


All Right Reserved By Dharitri.Com

ଅନୁଙ୍କୁ ସୋନାଙ୍କ ଟାର୍ଗେଟ

ମୁମ୍ବାଇ: ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ସୋନି ଟିଭିକୁ ଭର୍ତ୍ସନା କରିଛନ୍ତି। ପିଲାଙ୍କ ନିମିତ୍ତ ଏକ ରିୟଲିଟି...

‘ଡ୍ରାଇଭ୍‌’ର ପ୍ରଥମ ଗୀତ ‘ମଖ୍‌ନା..’ ରିଲିଜ୍‌: ମସ୍ତି ମୁଡ୍‌ରେ ସୁଶାନ୍ତ-ଜ୍ୟାକ୍‌ଲିନ୍‌

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କ ଅଭିନୀତ ଫିଲ୍ମ ‘ଡ୍ରାଇଭ୍‌’ ର ପ୍ରଥମ ଗୀତ ରିଲିଜ୍‌ ହୋଇଛି। ଗୀତ ‘ମଖ୍‌ନା…’ରେ ଏହି...

ହୋଟେଲରେ ଦୁଇଟି କଦଳୀର ବିଲ୍‌ ଆସିଲା ୪୪୨ଟଙ୍କା, ଚକିତ ହେଲେ ରାହୁଲ ବୋଷ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବା ସମୟରେ ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସେ ଟୁଇଟରରେ...

ସାଉଥ୍‌ ଫିଲ୍ମରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅଭିନୟ ଓ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୮ରେ ଫିଲ୍ମ ‘ଧଡକ୍‌’ରୁ...

ମିସ୍‌ଇଣ୍ଡିଆରୁ ଅଭିନେତ୍ରୀ ହୋଇଥିବା ପ୍ରଥମ ନାୟିକା ନୂତନ: ଫିଲ୍ମ ଫେୟାର ପୁରସ୍କାର ଜିତିବାର ରହିଛି ରେକର୍ଡ

‘ସୀମା’, ‘ସୁଜାତା’, ‘ବନ୍ଦିନୀ’ ଏବଂ ‘ମୈ ତୁଲ୍‌ସି ତେରେ ଆଙ୍ଗନ୍‌ ମୈ’ ପରି ଫିଲ୍ମରେ ସୁନ୍ଦର ଅଭିନୟ କରିଥିବା ଅଭିନେତ୍ରୀ ନୂତନଙ୍କ ପାଇଁ କୌଣସି ପରିଚୟର...

ରେଡ୍‌ କାର୍ପେଟ୍‌ରେ କ୍ୟାଟ୍ରିନାଙ୍କ ହଟ୍‌ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଆଜିକାଲି ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ କ୍ୟାଟ୍‌ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌...

ନିଜ ଟୁଇଟର ଆକାଉଣ୍ଟ ଡିଲିଟ୍‌ କଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ କରିଥିବା କହିଛନ୍ତି। ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସିପୁର, ବ୍ଲାକ ଫ୍ରାଇଡେ ଭଳି...

ବୋଲ୍ଡ ନଜରରେ ସାରା

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ସାରା, କାର୍ତ୍ତିକ ଆର୍ୟନ ଏବଂ...

Leave a comment

Your email address will not be published. Required fields are marked *