ଭାଷଣରେ ଚତୁରତା

କବିତାରୁ କୂଟନୀତି
ସଂସଦରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବେଶ୍‌ ବିଜ୍ଞତାର ସହ ସିନ୍ଧୁ-ସରସ୍ବତୀ ସଭ୍ୟତାଠାରୁ ଆରମ୍ଭ କରି ରାଜନୀତି, କୂଟନୀତି, ଅର୍ଥନୀତି ଏବଂ ଉତ୍ତମ ରାଷ୍ଟ୍ରଗଠନ ନେଇ ଗୋଟିଏ ପରେ ଗୋଟିଏ ଉଦାହରଣ କବିତା ଓ ଶ୍ଳୋକ ମାଧ୍ୟମରେ ରଖିଥିଲେ। ଅର୍ଥମନ୍ତ୍ରୀ ପ୍ରଥମେ ଶୁଣାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଖ୍ୟାତିସମ୍ପନ୍ନ କବି ପଣ୍ଡିତ ଦୀନାନାଥ କୌଲଙ୍କ କଶ୍ମୀର କବିତାର ହିନ୍ଦୀ ଭାବାନୁବାଦ। ‘ହମାରା ଓ୍ବତନ ଖିଲତେ ହୁଏ ଶାଲିମାର ବାଗ୍‌ ଜୈସା… ହମରା ଓ୍ବତନ ଡାଲ ଝିଲ୍‌ ମେଁ ଖିଲତା କମଲ ଜୈସା… ନୌଯବାନେଁାକେ ଗରମ ଖୁନ୍‌ ଜୈସା… ମେରା ଓ୍ବତନ… ତେରା ଓ୍ବତନ… ହମାରା ଓ୍ବତନ… ଦୁନିଆକା ସବ୍‌ସେ ପ୍ୟାରା ଓ୍ବତନ’। ଏହା ପରେ ଅର୍ଥମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଭାରତକୁ ସବୁଠାରୁ ଉତ୍ତମ ରାଷ୍ଟ୍ର ଭାବେ ଗଢ଼ିବାର ପ୍ରୟାସ କରୁଛୁ।

ଗୋଟିଏ ଡେଣାରେ ଉଡ଼ିବା ଅସମ୍ଭବ
ସଂକ୍ଷିପ୍ତରେ ହେଲେ ମଧ୍ୟ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ମନେପକାଇଥିଲେ ସ୍ବାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶକୁ। ପାଶ୍ଚାତ୍ୟ ରାଷ୍ଟ୍ରରେ ମଳିନ ପଡିଥିବା ଭାରତର ଛବିକୁ କିପରି ମାତ୍ର ଗୋଟିଏ ଭାଷଣରେ ସ୍ବାମିଜୀ ବଦଳାଇ ଦେଇଥିଲେ ତାହା ସେ ସ୍ମରଣ କରାଇଦେଇଥିଲେ। ମହିଳା ସଶକ୍ତୀକରଣ ଉପରେ ମତରଖି ସୀତାରମଣ କହିଥିଲେ, ସ୍ବାମୀ ବିବେକାନନ୍ଦ ଗୁରୁ ରାମକୃଷ୍ଣ ପରମହଂସଙ୍କ ପାଖକୁ ଏକ ପତ୍ର ଲେଖିଥିଲେ। ସେଥିରେ ଉଲ୍ଲେଖଥିଲା, ମହିଳାଙ୍କ ସ୍ଥିତିରେ ସୁଧାର ନ ଆସିବା ଯାଏ ଦୁନିଅଁାର ବିକାଶରେ କୌଣସି ସୁଯୋଗ ନାହିଁ। ଗୋଟିଏ ଡେଣାରେ ପକ୍ଷୀ ଉଡ଼ିବା ଅସମ୍ଭବ। ଅଧିକରୁ ଅଧିକ ମହିଳାଙ୍କ ଭାଗୀଦାରି ହେଲେ ପ୍ରଗତି ସମ୍ଭବ ବୋଲି ସ୍ବାମିଜୀ କହିଥିବା ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ ସୂଚାଇଥିଲେ।

ସ୍ମରଣ କରାଇଲେ ତିରୁବଲ୍ଲୁବରଙ୍କ ରାଷ୍ଟ୍ରଗଠନ ନୀତି
ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ପ୍ରଖ୍ୟାତ ତାମିଲ କବି ତିରୁବଲ୍ଲୁବରଙ୍କ ରାଷ୍ଟ୍ରଗଠନ ନୀତି ସମ୍ପର୍କରେ ସ୍ମରଣ କରାଇ ଦେଇଥିଲେ। ଏକ ଉତ୍ତମ ରାଷ୍ଟ୍ର ଗଠନ ପାଇଁ କବି ତିରୁବଲ୍ଲୁବର ତାଙ୍କ ତାମିଲ କବିତାରେ ଯେଉଁ ୫ଟି ଉପାଦାନ- ରୋଗମୁକ୍ତ ଦେଶ, ସନ୍ତୁଳିତ ଅର୍ଥ କାରବାର, ଭଲ ଫସଲ ଉତ୍ପାଦନ, ସୁଖୀ ଜୀବନ ଏବଂ ସୁରକ୍ଷା ସମ୍ପର୍କରେ ଉଲ୍ଲେଖ କରିଥିଲେ, ତାହା ମୋଦି ସରକାରଙ୍କ ଶାସନ ସମୟରେ ମଧ୍ୟ ପ୍ରତିଫଳିତ ହେଉଛି ବୋଲି ଅର୍ଥମନ୍ତ୍ରୀ ସୂଚନା ରଖିଥିଲେ। ସେ କହିଥିଲେ ଦେଶବାସୀଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୋଇଛି। ସମ୍ପଦ ସୃଷ୍ଟିକାରୀ (ଓ୍ବେଲ୍‌ଥ କ୍ରିଏଟର)ଙ୍କ ପାଇଁ ଦେଶର ସମ୍ମାନ ବଢ଼ିଛି। କୃଷକଙ୍କ କଲ୍ୟାଣ ନିମନ୍ତେ କିଷାନ ସମ୍ମାନ ନିଧି ସମେତ ଅନେକ ଯୋଜନା ପ୍ରଚଳନ କରାଯାଇଛି। ଇଜ୍‌ ଅଫ୍‌ ଲିଭିଂ ଖୁସି ଆଣିଛି। ସବୁଠାରୁ ବଡ଼ କଥା ସୁରକ୍ଷାକୁ ମୋଦି ସରକାର ସର୍ବଦା ଅଗ୍ରାଧିକାର ଦେଇ ଆସିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ଶାସନରେ ପ୍ରଚଳିତ ପ୍ରଭୁ ବାସବେଶ୍ୱରଙ୍କ ନୀତି
ଭଗବାନ ବାସବେଶ୍ୱରଙ୍କ ଶିକ୍ଷାନୀତିର ଉଦାହରଣ ଦେଇ ଅର୍ଥମନ୍ତ୍ରୀ କହିଥିଲେ, ଏହାକୁ ଅନୁପାଳନ କରିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଉଛି। ବିଶେଷ କରି ‘କାୟାକ’ (କାମରୁ ରୋଜଗାର), ‘ଦଶୋହା’ (ସମାଜକୁ ଫେରାଇବା) ସିଦ୍ଧାନ୍ତ ଉପରେ ଶାସନ ପର୍ଯ୍ୟବସିତ। ‘କାୟକେବ କୈଲାସା’ (କାର୍ଯ୍ୟ ହିଁ ପୂଜା) ଭଳି ମହାନ୍‌ ନୀତିକୁ ଲାଗୁ କରିବାକୁ ଯାଇ ସରକାର ୧୦ ମିଲିୟନ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ପ୍ରଶିକ୍ଷଣ ଦେଇଛନ୍ତି। ଏହା ଉଚ୍ଚମାନର କୁଶଳୀ ଜନଶକ୍ତିର ସେତୁ ହେବାକୁ ଯାଉଛି। ଏଲ୍‌ପିଜି ସବ୍‌ସିଡି ଛାଡ଼ିବା ପଛରେ ମଧ୍ୟ ପ୍ରଭୁ ବାସବେଶ୍ୱରଙ୍କ ନୀତି ପ୍ରତିଫଳିତ ହୋଇଥିବା ସୀତାରାମନ୍‌ ପ୍ରକାଶ କରିଥିଲେ।


All Right Reserved By Dharitri.Com

‘କାଫେ ନିର୍ମଳା ତାଇ’ରେ ନାହିଁ ପିଆଜ ମେନ୍ୟୁ: କଂଗ୍ରେସ ଟୁଇଟ୍‌

ନୂଆଦିଲ୍ଲୀ,୫।୧୨: ପିଆଜ ଦାମ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ନିର୍ମଳା ଲୋକ ସଭାରେ କହିଥିଲେ ଯେ,...

ଫୁଲତୋଡା ଦେବା ପରମ୍ପରାକୁ ହଟାଇଲେ ନୌସେନା ଅଧ୍ୟକ୍ଷ: ସମସ୍ତଙ୍କୁ ମିଳୁ ସମାନ ଭୋଜନ

ନୂଆଦିଲ୍ଲୀ,୫।୬: ନୌସେନା ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆଡମିରାଲ କରମବୀର ସିଂ। ଔପଚାରିକ ପ୍ରଥାକୁ ହଟାଇ ସମାନତାକୁ ସେ...

୨୭ରେ ଟିଏମ୍‌ସିର ସିଏଏ ବିରୋଧୀ ସଂକଳ୍ପନାମା

କୋଲକାତା,୨୨ା୧(ପି.ଟି.): ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଆଣିବ। ନୂଆ ନାଗରିକତ୍ୱ ଆଇନ ବିରୋଧରେ ଜାନୁୟାରୀ ୨୭ରେ ଗୃହରେ ପ୍ରସ୍ତାବ...

ଅକ୍ସିଜେନ୍‌ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ

ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍‌ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି,...

୧୩୮ ଦିନରେ ଭଙ୍ଗାଯିବ ୩୨୫ ଫ୍ଲାଟ୍‌: ଖର୍ଚ୍ଚ ହେବ ୨ କୋଟି ୩୦ ଲକ୍ଷ

କୋଚି,୧୨।୧୧: କେରଳରେ ସମୁଦ୍ର କୂଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୩୨୫ ଫ୍ଲାଟ୍‌ ୧୩୮ ଦିନରେ ଭଙ୍ଗାଯିବ। ଏନେଇ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ...

ଭାଜପାରେ ଯୋଗଦେଲେ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ

ଲକ୍ଷ୍ନୌ,୯।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ପୂରଣ ହେବା ପରେ...

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ କାନପୁର: ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍‌ ବିକାଶ କରିଛନ୍ତି । ଷ୍ଟ୍ରୋକ୍‌...

ଗଡସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ, ପ୍ରଜ୍ଞା ତାଙ୍କ ଆତ୍ମାକୁ ହତ୍ୟା କଲେ: କୈଳାସ ଶତ୍ୟାର୍ଥୀ

ନୂଆଦିଲ୍ଲୀ,୧୮।୫: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ କମଲ ହାସନ ଦେଇଥିବା ବୟାନ ପରେ ରାଜନୀତି ହୋଇଥିଲା ସରଗରମ। ହାସନ ନାଥୁରାମ ଗଡସେଙ୍କୁ ପ୍ରଥମ...

Leave a comment

Your email address will not be published. Required fields are marked *