ବାଲେଶ୍ୱର ଜିଲା ଚିଠି: ଶିଶୁ ସୁରକ୍ଷା ଯୋଜନା

ପଞ୍ଚାୟତସ୍ତରରେ ପିଲାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ। ଅସୁରକ୍ଷିତ ପିଲାଙ୍କୁ ଉଦ୍ଧାର କରି ଜିଲା ଶିଶୁ କମିଟି ମାଧ୍ୟମରେ ଥଇଥାନ କରାଯିବା ଉଦ୍ଦେଶ୍ୟରେ ଜିଲାର ସବୁ ପଞ୍ଚାୟତରେ ଉକ୍ତ କମିଟି ଗଠନ କରାଯାଇଛି। ବାସ୍ତବରେ ଜିଲାର ଅଧିକାଂଶ ପଞ୍ଚାୟତରେ ଏହି କମିଟି ଗଠନ ହୋଇ ନ ଥିବାବେଳେ ଯେଉଁଠାରେ ଗଠନ ହୋଇଛି ସେଠାରେ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇ କେବଳ କାଗଜକଲମରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ କାମ ଚଳାଇ ଚାଲିଥିବା ଓଏସିଆର୍‌ (ଓଡ଼ିଶା ଆଲିଆନ୍ସ ଫର୍‌ ଚାଇଲ୍ଡ ରାଇଟ୍‌ସ) ପକ୍ଷରୁ ହୋଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ନିୟମ ଅନୁଯାୟୀ, ଜିଲାରେ ସବୁ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯିବ। ଉକ୍ତ କମିଟିରେ ସଭାପତି ଭାବେ ସରପଞ୍ଚ, ସମ୍ପାଦକ ଭାବେ ଅଙ୍ଗନୱାଡ଼ିର ସୁପରଭାଇଜର, ସଦସ୍ୟ ଭାବେ ଜଣେ ଏଏନ୍‌ଏମ୍‌, ଅଙ୍ଗନୱାଡ଼ିର ଜଣେ କର୍ମୀ, ଦୁଇଜଣ ପିଲା, କ୍ଲବ କି ଏନ୍‌ଜିଓ ସଂସ୍ଥାରୁ ଜଣେ ସଦସ୍ୟ ଏବଂ ଉକ୍ତ ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ ଏଥିରେ ସଦସ୍ୟ ଭାବେ ଗ୍ରହଣ କରାଯିବାର ସ୍ଥିର ହୋଇଛି। ନିକଟରେ ବାଲେଶ୍ୱର ଜିଲା ରେମୁଣା ବ୍ଲକର ୩ଟି ପଞ୍ଚାୟତକୁ ନେଇ ଓଏସିଆର୍‌ ପକ୍ଷରୁ ଏକ ସର୍ଭେ କରାଯାଇ ନିରୁତ୍ସାହଜନକ ତଥ୍ୟ ସାମ୍ନାକୁ ଆସିଛି। ଶିଶୁଙ୍କ ସୁରକ୍ଷା ପାଇଁ ଏହି ଯୋଜନା କରାଯାଇଥିଲେ ମଧ୍ୟ ଜନସାଧାରଣଙ୍କ ସମେତ ଖୋଦ୍‌ ପଞ୍ଚାୟତର ସରପଞ୍ଚଙ୍କୁ ମଧ୍ୟ କମିଟି ସମ୍ପର୍କରେ ଜଣାନାହଁି। ଆହୁରି ରୋଚକର କଥା ହେଲା, ଏହି କମିଟିଗୁଡ଼ିକରେ ଶିଶୁ ପ୍ରତିନିଧିଙ୍କ ନାମ ନ ଥିବା ଦେଖିବାକୁ ମିଳିଛି। ଜିଲାର ସମସ୍ତ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ଯୋଜନା କମିଟି ଗଠନ ହୋଇ ନ ଥିବାବେଳେ ଯେଉଁଗୁଡ଼ିକରେ ହୋଇଛି ଉକ୍ତ କମିଟିର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାରଙ୍କ ଅନ୍ୟ ଯୋଜନା ପରି ଏହି ଯୋଜନା କେତେଦୂର ସଫଳ ହେଉଛି ତାହା ଏଥିରୁ ସ୍ପଷ୍ଟ ବୁଝାପଡୁଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଜ୍ଞାତରେ ଜିଲାର ସମସ୍ତ ପଞ୍ଚାୟତରେ ଉକ୍ତ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ଅନ୍ୟ କେଉଁଠି ନୂତନ ଭାବରେ ତିଆରି କରାଯାଇଥିବା ପଞ୍ଚାୟତଗୁଡ଼ିକରେ ଟ୍ରେନିଂ ଦିଆଯାଇ ନ ଥିବା କାରଣରୁ ତାହା କାର୍ଯ୍ୟକାରୀ ହୋଇପାରୁନାହଁି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସଚେତନତା ଅଭାବରୁ ଉକ୍ତ ଯୋଜନାର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ପଛରେ ପଡ଼ିଯାଇଥିବା ତଥ୍ୟ ସାମ୍ନାକୁ ଆସିଛି। ସରକାରଙ୍କ କୋଟି କୋଟି ଟଙ୍କା ଏ ଦିଗରେ ଖର୍ଚ୍ଚ ହେଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଦୁଃଖର ବିଷୟ ହୋଇଛି।

– ମାନସ ବିଶ୍ୱାଳ


All Right Reserved By Dharitri.Com

ତିନି ବଖରା ଜଳିଗଲା

ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର...

୨୦୨୦ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଆବଶ୍ୟକ ଅର୍ଥ ନାହିଁ : ଜିଲାପାଳଙ୍କୁ ଭେଟି ସହାୟତା ଲୋଡ଼ିଲେ ଆଥଲେଟ ଜଉନା ମୁର୍ମୁ

ବାରିପଦା ଅଫିସ,୩୧ା୧୦- ୨୦୨୦ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବାକୁ ଅନ୍ତର୍ଜାତୀୟସ୍ତରୀୟ ଆଥଲେଟ ଜଉନା ମୁର୍ମୁଙ୍କ ନିକଟରେ ସମ୍ବଳ ନାହିଁ। ଏହି ଅଲିମ୍ପିକ୍ସ...

ମରାମତି ଓ ପ୍ରଶସ୍ତୀକରଣ ଦାବି କରି ରାସ୍ତାରୋକୋ

ବାଲିଆପାଳ,୩୧।୭(ସ୍ବ.ପ୍ର.): ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ମରାମତି ଓ ପ୍ରଶସ୍ତୀକରଣ ନ ହେବାରୁ ବୁଧବାର ପୂର୍ବାହ୍ନରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମାନ୍ଧାତା ପଞ୍ଚୁପାଲି ରାସ୍ତାର...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ‘ଆମ ଜନତା ଅଧିକାର’ର ସମୂହ ଦୀପଦାନ, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ ଅଫିସ,୧୩।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁ...

ପାରିବାରିକ କଳହର ଦୁଃଖଦ ପରିଣତି: ପଥରରେ କଚାଡ଼ି ୧୮ ବର୍ଷର ଯୁବକଙ୍କୁ ହତ୍ୟା

ଝୁମ୍ପୁରା, ୨।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ୧୮ ବର୍ଷର ଜଣେ ଯୁବକଙ୍କୁ ରବିବାର ଅପରାହ୍ନରେ ପଥରରେ...

ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି...

ନୟାଗଡ଼ ଉପକାରାଗାରରୁ ମୁକୁଳିଲେ ବନିତା: ନାବାଳିକା ସମୟରେ ଶୁଣାଣି ହୋଇ ଭୋଗୁଥିଲେ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୧୮।୧୨-ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରୁ ମଙ୍ଗଳବାର ମୁକୁଳିଛନ୍ତି ବନିତା ସେଠୀ। ବନିତା ନାବାଳିକା ଥିବା ସମୟରେ ଶୁଣାଣି କରାଯାଇ ଆଜୀବନ କାରାଦଣ୍ଡ ଭୋଗ କରିଥିଲେ। ସେହିଭଳି...

ବେଲଗାମ ହେଲାଣି ନିଶା ଓଷଧ କାରବାର

ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ...

Leave a comment

Your email address will not be published. Required fields are marked *