Posted inଫୁରସତ

ଯେଉଁଠି କଦଳୀ ଗଛକୁ ବିବାହ କରନ୍ତି ଝିଅ

ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ପ୍ରକାରର ଅଦ୍ଭୁତ ପରମ୍ପରା ପ୍ରଚଳିତ। ଏଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଆସାମର ସୋଲମାରୀ ଗାଁରେ। ଏଠାରେ ଝିଅମାନଙ୍କ ବିବାହ କଦଳୀ ଗଛ ସହ ସମ୍ପନ୍ନ କରାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହି ନିଆରା ବିବାହକୁ ‘ତୋଲିନି ବିବାହ’ କୁହାଯାଏ। ପରମ୍ପରା ଅନୁସାରେ, ଯେତେବେଳେ ଝିଅ ପିଲାଦିନ ଅତିକ୍ରମ କରି କିଶୋରାବସ୍ଥାରେ
ଉପନୀତ ହୁଏ ଅର୍ଥାତ୍‌ ପ୍ରଥମ ଋତୁଚକ୍ରରେ ପ୍ରବେଶ କରେ ସେତେବେଳେ ଏହି ବିବାହର ଆୟୋଜନ କରାଯାଏ। ଭାରତରେ ଆଜି ବି ମାସିକ ଧର୍ମକୁ ନେଇ ଖୋଲାଖୋଲି ଆଲୋଚନା କରାଯାଏ ନାହଁି। କିନ୍ତୁ ଭାରତର କିଛି ସ୍ଥାନରେ ଯେମିତିକି ଆସାମ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଝିଅମାନେ କିଶୋରାବସ୍ଥାରେ ପହଞ୍ଚତ୍ବା ପରେ ଏଭଳି ଆୟୋଜନ କରି ସେମାନଙ୍କ ବିବାହ କରାଯାଏ। ଏହି ସମୟରେ ଝିଅଙ୍କୁ ସୂର୍ଯ୍ୟଙ୍କ କିରଣରୁ ଦୂରେଇ ରଖାଯାଏ। ଖାଦ୍ୟରେ କେବଳ ଫଳ, କଞ୍ଚା କ୍ଷୀର ଏବଂ ପିଠା ଦିଆଯାଏ। କାରଣ ଏ ସମୟରେ ରନ୍ଧାଖାଦ୍ୟ ସେବନ ଦ୍ୱାରା ଅନିଷ୍ଟ ହୋଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି। ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ଝିଅକୁ ଭୂଇଁରେ ଶୋଇବାକୁ ପଡ଼େ। ଏ ସମୟରେ କୌଣସି ପୁରୁଷଙ୍କ ଚେହେରା ସେମାନଙ୍କୁ ଦେଖିବାକୁ ବାରଣ କରାଯାଇଥାଏ।


All Right Reserved By Dharitri.Com

ଦୁଇ ହାତ ନାହିଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଦନଲାଲ

କୁହାଯାଏ, ଦୃଢ଼ ମନୋବଳ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ରୋକିପାରିବ ନାହଁି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି, ଫତେହାବାଦର ମଦନଲାଲ। ଭାଗ୍ୟ ତାଙ୍କ...

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌...

ଜାଣନ୍ତୁ ଶିବଲିଙ୍ଗ ଉପରେ କାହିଁକି ଶଙ୍ଖରେ ଢଳାଯାଏନା ପାଣି

ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ। ପ୍ରାୟ ସମସ୍ତ ଦେବଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ। ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ...

ପ୍ରେମ ପାଇଁ ରକ୍ତପାନ

ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍‌ବୁକ୍‌ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି...

ପ୍ରକୃତ ରୂପକୁ ଫେରୁଛି ପ୍ରକୃତି

ନୂଆଦିଲ୍ଲୀ: କୋଭିଡ୍‌-୧୯କୁ ନେଇ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ଏହାକୁ ନେଇ ଅବ୍ୟବସ୍ଥିତ ହୋଇପଡ଼ିଛି ସାରା ବିଶ୍ୱ। ସଂକ୍ରମଣ ରୋକିବାକୁ ଭାରତ ଏବେ ୨୧ଦିନିଆ ଲକ୍‌ଡାଉନ୍‌ରେ।...

ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ

ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍‌ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ...

ଏଠାରେ ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସି ରୁହନ୍ତି ଦମ୍ପତି

ଦାମ୍ପତ୍ୟ ଜୀବନରେ ଚୁମ୍ବନର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେବେ ମେକ୍ସିକୋର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦମ୍ପତି ଚୁମ୍ବନ ଦେବା ଲାଗି ଘଣ୍ଟା...

ସାଇକେଲରେ ଅଫିସ ଗଲେ ମିଳେ ଅଧିକ ଟଙ୍କା

ନେଦରଲାଣ୍ଡସ୍‌ରେ ସାଇକେଲରେ ଯାତାୟାତକୁ ଦିଆଯାଉଛି ଗୁରୁତ୍ୱ। ପୁଣି ସେଠାରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ...

Leave a comment

Your email address will not be published. Required fields are marked *