Posted inଫୁରସତ

ଚିକେନ୍‌ ପରିବର୍ତ୍ତେ କାଉ ମାଂସରେ ବିରିୟାନି ବିକି ଗିରଫ ହେଲେ ଦୋକାନୀ

ଚେନ୍ନାଇ: ବଲିଉଡ୍‌ ଫିଲ୍ମ ‘ରନ୍‌’ରେ ଶୁଣିଥିବେ କାଉ ମାଂସରେ ବିରିୟାନି ହେବା କଥା। ମାତ୍ର ବାସ୍ତବରେ ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ରାମେଶ୍ୱରମ୍‌ ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲରେ ବିରିୟାନିରେ ଚିକେନ୍‌ ପରିବର୍ତ୍ତେ କାଉ ମାଂସ ବିକ୍ରି କରାଯାଉଥିବା ଖାଦ୍ୟ ଯୋଗାଣ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ଚଢ଼ାଉ କରାଯିବାରୁ ସତ୍ୟତା ଜଣାପଡ଼ିଛି। ଅଧିକାରୀମାନେ ଯାଞ୍ଚ କରିବାରୁ ଉକ୍ତ ଦୋକାନରେ କାଉ ମାଂସରେ ବିରିୟାନି କରାଯାଇ ଗ୍ରାହକଙ୍କୁ ଭୁଆଁ ବୁଲାଯାଉଥିବା ସ୍ପଷ୍ଟ ହୋଇଥିଲା। ଏହି ମାମଲାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ୧୫୦ ମୃତ କାଉ ଜବତ କରିଛି।
ପୋଲିସ କହିଛି, କାଉଗୁଡ଼ିକୁ ଚାଉଳରେ ବିଷ ମିଶାଯାଇ ଖାଇବାକୁ ଦିଆଯାଉଥିଲା। ସେମାନେ ଖାଇବାରୁ ମୃତ୍ୟୁ ଘଟୁଥିଲା। ପରେ ଦୋକାନୀ ଏହାକୁ ନେଇ ବିରିୟାନିରେ ମିଶାଇ ଲୋକଙ୍କୁ ବିକୁଥିଲେ। କାରଣ କାଉ ମାଂସରେ ବହୁ ଲାଭ ହେଉଥିଲା। ଏହା ପୂର୍ବରୁ ମୁମ୍ବାଇ, ନଏଡା ଏବଂ କୋଲକାତାରେ ଚିକେନ୍‌ ଏବଂ ମଟନ ନାମରେ କୁକୁର, ବିଲେଇ ମାଂସ ବିକ୍ରି କରାଯାଇଥିବା ଶୁଣିବାକୁ ମିଳିଥିଲା।


All Right Reserved By Dharitri.Com

ଜଣଙ୍କର ଆଖି ନାହିଁ ତ ଆଉ ଜଣଙ୍କର ଗୋଡ, ତଥାପି ଲଙ୍ଘୁଛନ୍ତି ଗିରି

କୁହାଯାଏ ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ସେଇକଥାକୁ ପ୍ରମାଣିତ କରିଦେଖେଇଛନ୍ତି ଦୁଇଜଣ ବନ୍ଧୁ। ସେ ହେଉଛନ୍ତି ମେଲାନୀ ନେକ୍ଟ ଓ ଟ୍ରେଭର୍‌...

ବୋମା ଫୁଟିଲେ ୪ ବର୍ଷର ଝିଅକୁ କାହିଁକି ହସାଉଛନ୍ତି ବାପା…..

ଦକ୍ଷିଣ ସିରିଆର ଟର୍କିଶ୍‌ ବର୍ଡରରେ ଏବେ ଯୁଦ୍ଧ ପରିସ୍ଥିତି ଉପୁଜିଛି। ସିରିଆ ବାୟୁସେନା ଏବଂ ରୁଷିଆ ସେନା ମଧ୍ୟରେ ଇଦଲିବ୍‌ରେ ଲାଗିଥିବା ଲଢେଇରେ ୨୧ ଜଣଙ୍କ...

ବେଦାନ୍ତର ‘ମେଟାଲ ଓ୍ବିମେନ୍‌’

ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍‌ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି,...

ବ୍ୟକ୍ତିତ୍ୱ: ସଙ୍ଗୀତ ନିର୍ଦ୍ଦେଶକ ହେମନ୍ତ କୁମାର

ଭାରତୀୟ ସଙ୍ଗୀତକୁ ବ୍ୟବସାୟିକ କରିବା କ୍ଷେତ୍ରରେ ଯେଉଁ କେତେଜଣ ସଙ୍ଗୀତ ନିର୍ଦ୍ଦେଶକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ହେମନ୍ତ କୁମାର ଅନ୍ୟତମ। ପୂର୍ବରୁ...

ଯାହା ପାଖକୁ ଯାଇଛି ତାକୁ ସର୍ବସ୍ବାନ୍ତ କରିଛି କୋହୀନୂର…

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ ଆକର୍ଷିତ କରିଥାଏ । ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। ତେବେ ଏହା ଯାହା...

ପୁରୁଣା ବସ୍‌ରେ ସୁଇମିଂ ପୁଲ୍‌, ମଜା ଉଠାଉଛନ୍ତି ଲୋକେ

ଫ୍ରାନ୍ସର ବେଟୁନ୍‌ ସହରର ବିଭିନ୍ନ ସ୍ଥାନରେ ପୁରୁଣା ବସଗୁଡ଼ିକରେ ସୁଇମିଂ ପୁଲ୍‌ କରାଯାଇଛି। ଏଥିରେ ଲୋକେ ସ୍ନାନ କରିବା ସହ ବେଶ୍‌ ମଜା ଉଠାଉଛନ୍ତି। ଏକ...

୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର

ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍‌...

ଫୋଲ୍ଡ ହୋଇପାରୁଥିବା ଇ-ବାଇକ୍‌

ବଢ଼ିଚାଲିଥିବା ପ୍ରଦୂଷଣକୁ ରୋକିବା ଲାଗି ଏବେ ଇ-ବାଇକ୍‌ ଓ କାର୍‌କୁ ଗୁରୁତ୍ୱ ଦିଆଯାଉଛି। ଏହାର ବ୍ୟବହାର ଯେମିତି ବହୁଳଭାବେ ହେବ ସେଥିପାଇଁ ସରକାର ମଧ୍ୟ ବିଭିନ୍ନ...

Leave a comment

Your email address will not be published. Required fields are marked *