ୟୁଟ୍ୟୁବରେ ଲାଇକ୍‌ ପାଇବା ପାଇଁ ଅସହାୟ ବ୍ୟକ୍ତିଙ୍କୁ ବିସ୍କୁଟରେ ଟୁଥ୍‌ପେଷ୍ଟ ମିଶାଇ ଖୁଆଇଲେ ୟୁଟ୍ୟୁବର୍ସ

ମାଦ୍ରିଦ୍‌,୪।୬: ଆଜିକାଲି ଯୁବପୀଢ଼ିଙ୍କ ଭିତରେ ସୋସିଆଲ ମିଡିଆକୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଲାଇକ ଓ କମେଣ୍ଟ ପାଇବା ପାଇଁ ନିଜର ଜୀବନ ସହ ଅନ୍ୟର ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସ୍ପେନରେ। ସ୍ପେନରେ ୟୁଟ୍ୟୁବ ପାଇଁ ଭିଡିଓ ତିଆରି କରୁଥିବା ୟୁଟ୍ୟୁବର୍ସ କାଙ୍ଗୁଆ ରେନ ଜଣେ ୫୨ ବର୍ଷର ଅସହାୟ ବ୍ୟକ୍ତିଙ୍କୁ ବିସ୍କୁଟରେ ଟୁଥ୍‌ପେଷ୍ଟ ମିଶାଇ ଖୁଆଇ ଦେଇଥିଲେ। ଏହାକୁ ଖାଇବା ପରେ ଉକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ବାନ୍ତି ହୋଇଥିଲା। କିନ୍ତୁ ରେନ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କର ଭିଡିଓ କରି ୟୁଟ୍ୟୁବରେ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ଦେଖି ୟୁଜର୍ସ ଉତ୍ତ୍ୟକ୍ତ ହେବା ସହ ଏହା ଏକ ଖରାପ ମଜାକ ବୋଲି କହିଥିଲେ। ଏହି ଘଟଣାରେ ରେନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ରେନଙ୍କୁ ୧୫ ମାସର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏଥିସହ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ୟୁଟ୍ୟୁବ ଓ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ତାଙ୍କ ଉପରେ କଟକଣା ଲାଗିଛି। ସୂଚନାଯୋଗ୍ୟ, କାଙ୍ଗୁଆ ରେନ ୟୁଟ୍ୟୁବରେ ରିସେଟ ନାମରେ ବେଶ୍‌ ପରିଚିତ।


All Right Reserved By Dharitri.Com

ଭାରତକୁ ମିସାଇଲ ସିଷ୍ଟମ୍‌ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର

ଜେରୁଜେଲମ୍‌,୧୮ା୭(ପି.ଟି.): ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍‌ ସିପ୍‌ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍‌ (ଏମ୍‌ଆର୍‌ଏସ୍‌ଏଏମ୍‌)...

ମୋଦି-ଟ୍ରମ୍ପ୍‌ଙ୍କ ସେଲ୍ଫି ନେଇଥିବା ଏହି ବାଳକ ଜଣଙ୍କ କିଏ ଜାଣନ୍ତି କି

ହ୍ୟୁଷ୍ଟନ୍‌,୨୩।୯: ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଉଭୟଙ୍କ...

୨୩ରେ ଅଣଏନ୍‌ଡିଏ ଦଳ ବୈଠକ

ନୂଆଦିଲ୍ଲୀ,୧୭।୫:ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆସନ୍ତା ୨୩ରେ ଅଣଏନ୍‌ଡିଏ ଦଳଗୁଡ଼ିକର ନେତାଙ୍କୁ ନେଇ ଏକ ବୈଠକ କରିବେ। ଏଥିଲାଗି ଧର୍ମନିରପେକ୍ଷ ଦଳଗୁଡ଼ିକୁ ସେ ନିମନ୍ତ୍ରଣ କରଛନ୍ତି।...

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ...

ଆମାଜନ ଜଳୁଥିବ ସ୍ତ୍ରୀଙ୍କୁ ନେଇ :ଜି-୭ର ୨୦ ନିୟୁତ ଡଲାର ସହାୟତାକୁ ବ୍ରାଜିଲର ପ୍ରତ୍ୟାଖ୍ୟାନ

ପୋର୍ଟ ଭେଲ୍‌ହୋ,୨୮ା୮: ଆମାଜନ ଜଙ୍ଗଲରେ ଲାଗିଥିବା ନିଆଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଛି। ଏହାକୁ ଲିଭାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ...

ପାକିସ୍ତାନରେ ଆର୍ଥିକ ସଙ୍କଟ: ଆମେରିକା ଗସ୍ତବେଳେ ମହଙ୍ଗା ହୋଟେଲରେ ରହିବେ ନାହିଁ ଇମ୍ରାନ

ଇସଲାମାବାଦ, ୮।୭: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବା...

ଲାହୋର ବିମାନବନ୍ଦରରେ ଗୁଳିଚାଳନା: ଦୁଇ ମୃତ

ଲାହୋର, ୩।୭: ପାକିସ୍ତାନର ଲାହୋର ବିମାନବନ୍ଦରରେ ଅଚାନକ ଗୁଳିଚାଳନା କରାଯାଇଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଗୁଳିଚାଳନା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି।...

ମୁଶରଫ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲା: ରାୟ ସଂରକ୍ଷିତ; ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ଫାଶି ଦଣ୍ଡ

ଇସଲାମାବାଦ୍‌,୧୯।୧୧: ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ୍‌ ମୁଶରଫ୍‌ଙ୍କ ବିରୋଧରେ ହୋଇଥିବା ମାମଲାର ରାୟ କୋର୍ଟ ମଙ୍ଗଳବାର ସଂରକ୍ଷିତ ରଖିଛନ୍ତି। ଏଥିରେ...

Leave a comment

Your email address will not be published. Required fields are marked *