ଚାଇନାରୁ ନିଜ ନାଗରିକଙ୍କୁ ଫେରାଇ ଆଣିବନି ପାକିସ୍ତାନ

ଇସ୍‌ଲାମାବାଦ,୧।୨: ଚାଇନାରେ ଏବେ କରୋନା ଭୂତାଣୁ ମହାମାରୀର ରୂପ ନେଇଛି। ଏବେ ଏଠାକୁ କିଛି ଦେଶ ସେମାନଙ୍କ ବିମାନ ସେବା ବନ୍ଦ କରିଦେଇଥିବା ବେଳେ ଆଉ କିଛି ଦେଶ ସେମାନଙ୍କ ବିମାନ ସେବାକୁ କମାଇ ଦେଇଛନ୍ତି। ଭାରତ ସମେତ କିଛି ଦେଶ ଚାଇନାରେ ଥିବା ସେମାନଙ୍କ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣୁଛନ୍ତି। ହେଲେ ପାକିସ୍ତାନ ଏବେ ତା’ର ନାଗରିକଙ୍କୁ ଚାଇନାରୁ ଫେରାଇ ଆଣିବ ନାହିଁ ବୋଲି କହିଛି। ପାକିସ୍ତାନ କହିଛି ସେ ଚାଇନା ସହ ଅଛି। ଏଭଳି ସମୟରେ ସେ ଚାଇନାକୁ ସହଯୋଗ କରୁଛି। ଏକ ଖବରଦାତା ସମ୍ମିଳନୀରେ ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମୟରେ ଯଦି ସେ ଚାଇନାରୁ ତା’ର ନାଗରିକଙ୍କୁ ଫେରାଇ ଆଣୁଛି ତେବେ ଏହା ଚାଇନା ପ୍ରତି ଠିକ୍‌ ବ୍ୟବହାର ହେବନାହିଁ। ଏହାବ୍ୟତୀତ ଏଭଳି କାର୍ଯ୍ୟ ଜଙ୍ଗଲରେ ନିଆଁ ଲଗାଇବା ସହ ସମାନ ହେବ ବୋଲି ସେ କହିଛନ୍ତି। ଏହି ସମୟରେ ପାକିସ୍ତାନ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ସୌଦି ରାଜକୁମାରଙ୍କୁ ଭେଟିଲେ ଡୋଭାଲ

ରିଆଦ୍‌,୨।୧୦: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ଅଜିତ ଡୋଭାଲ ବୁଧବାର ସୌଦି ରାଜକୁମାର ମହମ୍ମଦ ବିନ୍‌ ସଲମାନଙ୍କୁ ଭେଟିଛନ୍ତି। ପ୍ରାୟ ୨ଘଣ୍ଟା ଧରି ଡୋଭାଲ ଓ ରାଜକୁମାରଙ୍କ...

ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି...

ଆତଙ୍କବାଦ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଆହ୍ବାନ

କଲମ୍ବୋ,୧୦ା୬(ପି.ଟି.): ଦ୍ୱିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଲମ୍ବୋରେ ପହଞ୍ଚତ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଓ ଅନ୍ୟ ଶୀର୍ଷ ନେତାମାନଙ୍କ...

ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ

ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍‌ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ...

କୋଭିଡ-୧୯: ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୬ ।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି...

ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ସିଓଲ,୪।୧୦: ମିଳିତ ଜାତିସଂଘ ଏବଂ ଆମେରିକାର ସମସ୍ତ କଟକଣା ସତ୍ତ୍ୱେ ତିନି ବର୍ଷ ପରେ ଉତ୍ତର କୋରିଆ ପୁଣି ବାଲାଷ୍ଟିକ ମିଶାଇଲ୍‌ ପରୀକ୍ଷଣ କରିଛି ଉତ୍ତର...

ପାକିସ୍ତାନ ନାଳରୁ ମିଳିଲା ବିଏସଏଫ ଯବାନ ପରିତୋଷ ମଣ୍ଡଳଙ୍କ ମୃତଦେହ

ଇସଲାମାବାଦ,୧।୧୦: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ ହୋଇଯାଇଥିବା ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଯବାନ ପରିତୋଷ ମଣ୍ଡଳ(୫୪)ଙ୍କ ମୃତଦେହ ପାକିସ୍ତାନରୁ ଅଇକ୍‌...

ରନ୍‌ ଓ୍ବେରେ ୩ ଖଣ୍ଡ ହେଲା ବିମାନ: ୧ ମୃତ, ୧୨୦ ଆହତ

ଅଙ୍କାରା,୬।୨: ତୁର୍କିର ପେଗାସସ ଏୟାର ଲାଇନ୍ସର ଏକ ବିମାନ ବୁଧବାର ଇସ୍ତାନବୁଲର ସବିହା ଗୋକେନ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ସମୟରେ ରନ୍‌ ଓ୍ବେରେ ଖସି ଯିବାରୁ...

Leave a comment

Your email address will not be published. Required fields are marked *