Posted inଜାତୀୟ

ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ବିନୟଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଖାରଜ କରି ଦେଇଛନ୍ତି। ଏବେ ଏହି ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ସୁପ୍ରିମକୋର୍ଟ ପବନଙ୍କ ଆବେଦନକୁ ଖାରଜ କରିଥିବା ବେଳେ ଶନିବାର ବିନୟଙ୍କ ଆବେଦନ ଖାରଜ ହେବା ଫଳରେ ଏହା ସେମାନଙ୍କୁ ଶକ୍ତ ଧକ୍କା ଦେଇଛି। ପବନ ଘଟଣା ସମୟରେ ଅର୍ଥାତ୍‌ ୨୦୧୨ରେ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଅନ୍ୟପଟେ ଏମାନଙ୍କ ଫାଶୀ ଦେବାର ତାରିଖ ଫେବୃୟାରୀ ୧ ଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। କେବେ ଏମାନଙ୍କୁ ଫାଶୀ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା।


All Right Reserved By Dharitri.Com

୨୨୯.୭ କୋଟିରେ ପାର୍ଲାମେଣ୍ଟ ଭବନର ପୁନଃ ବିକାଶ ହେବ

ନୂଆଦିଲ୍ଲୀ,,୨୬ା୧୦: ୨୨୯.୭ କୋଟି ଟଙ୍କା ବ୍ୟୟରେ ପାର୍ଲାମେଣ୍ଟ ଭବନର ନବୀକରଣ ଓ ପୁନଃବିକାଶ କରାଯିବ। ଏଥିଲାଗି ଗୁଜରାଟ ଅହମଦାବାଦର ଏଚ୍‌ସିପି ଡିଜାଇନ୍‌ ପ୍ଲାନିଂ କମ୍ପାନୀକୁ ଶୁକ୍ରବାର...

‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ,୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା...

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ...

ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ...

କଶ୍ମୀର ଆଇଜିପି ହେଲେ ବିଜୟ କୁମାର

ଶ୍ରୀନଗର,୨୯ା୧୨(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ନୂଆ ପୋଲିସ ଆଇଜି ଭାବେ କେ. ବିଜୟ କୁମାର ନିଯୁକ୍ତ ହୋଇଛନ୍ତି। ୧୯୯୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଏସ.ପି....

ସେଲ୍ଫ ଆଇସୋଲେଶନରେ ସ୍ବାସ୍ଥ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୦।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ସଂକ୍ରମଣ ଏବେ ଦିଲ୍ଲୀଠାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଲଣ୍ଡନରୁ ଫେରିବା ପରେ...

ଭୋପାଳ ରାଜଭବନକୁ ପହଞ୍ଚିଲା କରୋନା

ଭୋପାଳ,୨୫।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସୋମବାର ୨୪ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସହରର ହଟସ୍ପଟ ଜୋନ କରୋନା ସଂକ୍ରମଣର ଶିକାର...

ଭାରତରେ ଚିହ୍ନଟ ହେଲେ ଆଉ ୨ କରୋନା ଭାଇରସ ସଂକ୍ରମିତ

ନୂଆଦିଲ୍ଲୀ,୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏବେ କରୋନା ଭାଇରସରେ ଭାରତର ଆଉ ୨ ବ୍ୟକ୍ତି ସଂକ୍ରମିତ...

Leave a comment

Your email address will not be published. Required fields are marked *