ଖଣିରେ ଚଢ଼ାଉ ବେଳେ ଚଢ଼ିଗଲା ଟ୍ରକ୍‌: ଶ୍ରମିକ ମୃତ, ୧୫ ପାୱାରଟିଲର, ୧ ଜେସିବି ଜବତ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ପୋଲିସ ଜିଲା ଜଙ୍କିଆ ଥାନାର ଅଁଳାଯୋଡି ମାଙ୍କଡାପଥର ଖଣି ଉପରେ ଶୁକ୍ରବାର ଚଢ଼ାଉ ସମୟରେ ଟ୍ରକ ଚଢ଼ି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଳିପଡା ସୁରେଶ ସାମନ୍ତରାୟ(୪୮)। ଜଙ୍କିଆ ଥାନା ପୋଲିସ ନଂ. ୨୮/୨୦ରେ ଦୁର୍ଘଟଣାଜନିତ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିଭଳି ୧୫ ପାୱାରଟିଲର ଓ ୧ ଜେସିବି ଜବତ ହୋଇଛି। କେତେଜଣ ମାଫିଆ ଗୋଟିଏ ଜେସିବିକୁ ଖସାଇ ନେଇଛନ୍ତି। ତେବେ ଆଉ ଏକ ଜେସିବିକୁ ଖସାଇ ନେଉଥିବା ଉଦ୍ୟମ ହେଉଥିବାବେଳେ ଟ୍ରକ ମଳିପଡା ସୁରେଶଙ୍କୁ ଟାଣିକି କିଛି ଦୂରରେ ପକାଇ ଦେଇଥିଲା। ଫଳରେ ସୁରେଶଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ପୋଲିସ ମୟୂରଭଞ୍ଜର ଜଣେ ପାୱାରଟିଲର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।


All Right Reserved By Dharitri.Com

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌...

୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ନାବାଳକ

ଚିକିଟି,୨୨ା୧(ଡି.ଏନ.ଏ.)-ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଅଷ୍ଟମ ଶ୍ରେଣୀ ଛାତ୍ର ବଳାତ୍କାର କରିଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ...

ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ: ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

କୋରାପୁଟ,୧୪।୧୦(ସ୍ବ.ପ୍ର.): କୋରାପୁଟ ସଦର ଓ ଟାଉନ ଥାନା ପୋଲିସ ପକ୍ଷରୁ ରବିବାର ବିଳମ୍ବିତ ରାତ୍ରରେ ସହରର ସୁନାପୁର ଓ ସଦର ଥାନା ଅନ୍ତର୍ଗତ ଅପରକୋଲାବ ଅଞ୍ଚଳରେ...

କୃଷି ଉତ୍ପାଦନ ପାଇଁ ଓଡ଼ିଶାକୁ ପ୍ରଶଂସା ପୁରସ୍କାର

ଭୁବନେଶ୍ୱର,୩ା୧(ବ୍ୟୁରୋ):କୃଷି କ୍ଷେତ୍ରରେ ଓଡିଶା ପୁଣି ଥରେ ଉତ୍କର୍ଷ ଲାଭ କରିଛି। ରାଜ୍ୟର କୃଷି ଉତ୍ପାଦନ ବୃଦ୍ଧିକୁ ମିଳିଛି ଜାତୀୟ ସ୍ବୀକୃତି। ୨୦୧୬-୧୭ ଆର୍ଥିକବର୍ଷରେ ସମୁଦାୟ ଅଧିକ...

ସାନିଟାଇଜ୍‌ ହେଲା ସୂର୍ଯ୍ୟନଗର ଅଞ୍ଚଳ

ଭୁବନେଶ୍ୱର, ୨ା୪ (ବ୍ୟୁରୋ) – ମଙ୍ଗଳବାରଠାରୁ ଭୁବନେଶ୍ୱର ମହାନଗର ନିଗମ ସହାୟତାରେ ଅଗ୍ନିଶମ ବିଭାଗ ପକ୍ଷରୁ ସହରକୁ ସାନିଟାଇଜ୍‌ କାର୍ଯ୍ୟ ଜାରି ରହିଛି। ବୁଧବାର ୟୁନିଟ୍‌-୭...

ମମତା ଆଗରେ ଅସହାୟ ମା’ : ଆଜି ବିଶ୍ୱ ମାତୃ ଦିବସ

କେନ୍ଦୁଝର, ୧୨ା୫ (ସ୍ବ.ପ୍ର.)-ଏ ମହିଳାଙ୍କୁ ଦୁନିଆ କହେ ମା’। ମୁଣ୍ଡରେ ପରିବାରର ବୋଝ। କାନିରେ ବନ୍ଧା ହୋଇଛି ମମତାର ଫୁଲ କଢ଼ି। ଗୋଟିଏ ପଟେ ଦାୟିତ୍ୱ,...

ବନ୍ଦ କୋଠରିରୁ ଭାଉଜ, ଦିଅରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର/ପାଟଣା,୧୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ କବାଟ ଭାଙ୍ଗି ଉଦ୍ଧାର...

ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଗେଟବଜ଼ାର ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଷ୍ଣୁ ପ୍ରଧାନ(୩୭)ଗୁରତର ହୋଇଥିଲେ। ତେବେ ଏମ୍‌କେସିଜି ମେଡିକଲରେ...

Leave a comment

Your email address will not be published. Required fields are marked *