Posted inଜାତୀୟ

ଦିଲ୍ଲୀବାସୀଙ୍କୁ ବିଶୁଦ୍ଧ ଜଳ, ଛାତ୍ରୀଙ୍କୁ ଇ-ସ୍କୁଟର

ନୂଆଦିଲ୍ଲୀ, ୧ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ୮ ଦିନ ବାକି ଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ନିର୍ବାଚନୀ ଇସ୍ତାହାରରେ ଭାଜପା ପ୍ରତ୍ୟେକ ଦିଲ୍ଲୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ପଢ଼ୁଥିବା ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଛାତ୍ରୀଙ୍କୁ ମାଗଣାରେ ଇ-ସ୍କୁଟର ଦେବ ବୋଲି ଘୋଷଣା କରିଛି। ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀ, ଦିଲ୍ଲୀ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ଦିଲ୍ଲୀରେ ଭାଜପା ସରକାର ଗଢ଼ିଲେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ତିଓ୍ବାରୀ କହିଥିଲେ। ଏଥିସହ ଗରିବଙ୍କୁ ଅଟା କିଲୋ ମାତ୍ର ୨ ଟଙ୍କାରେ ଯୋଗାଯିବା ସହ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ, ନ୍ୟୁ କଲୋନୀର ବିକାଶ ଆଦି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଭାଜପା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


All Right Reserved By Dharitri.Com

ରାସ୍ତାକଡରେ ଥିବା ଚିକେନ-ମଟନ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ

ଲକ୍ଷ୍ନୌ,୨୨।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୀପାବଳି ସମୟରେ ରାସ୍ତାକଡରେ ବିକ୍ରି ହେଉଥିବା...

ହୋମ୍‌ ଡେଲିଭରି ମଦ ବ୍ୟବସ୍ଥା ଉପରେ ବିଚାର କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୫: ସାରା ବିଶ୍ବରେ ମହାମାରୀ କରୋନା ସଙ୍କଟ ଦେଖାଦେଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ତେବେ ଲକ୍‌ଡାଉନ...

ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ

ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା...

୭୦୦ ସୁପର ସ୍ପ୍ରେଡର ଚିହ୍ନଟ

ଅହମଦାବାଦ,୧୭।୫(ପି.ଟି.): ଗୁଜରାଟର ଅହମଦାବାଦରେ ସପ୍ତାହକ ମଧ୍ୟରେ ୭୦୦ କରୋନା ସୁପର ସ୍ପ୍ରେଡର ଚିହ୍ନଟ ହୋଇଛନ୍ତି। ୭ରୁ ୧୪ ତାରିଖ ମଧ୍ୟରେ ସହରର ଦୋକାନୀମାନଙ୍କର ସ୍କ୍ରିନିଂ ପରେ...

ଚନ୍ଦ୍ରାୟନ-୨: ବାହୁବଳୀ ରକେଟର ଉତ୍‌କ୍ଷେପଣ ଦେଖିବେ ଦର୍ଶକ

ଶ୍ରୀହରିକୋଟା,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ...

କାର୍‌ ଛାତ ଭାଙ୍ଗି ପଶିଲା ବ୍ଲାଷ୍ଟିଂ ପଥର: ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ

ଭୋପାଳ,୧୫।୧୦: କୁହାଯାଏ ମୃତ୍ୟୁ କେଉଁଠାରେ ଓ କିଭଳି ଆସିବ ତାହା କେହି ଭାବି ବି ନ ଥିବେ। କିଛି ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ।...

ଗୁରୁଦିବସ ଅବସରରେ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି: ୪୬ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ,୫।୯: ଶିକ୍ଷାର ମାନ, ଅଭିନବୀକରଣ ଓ ରୋଚକ କରିଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି।...

ଗାଈ ଖେଳୁଛି ଫୁଟବଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଏବେ ଗୋଟିଏ ଗାଈ ଫୁଟବଲ ଖେଳୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ କିଛି ପିଲା ଫୁଟବଲ ଖେଳୁଥିବାର ଦୃଶ୍ୟ ଭିଡ଼ିଓରେ...

Leave a comment

Your email address will not be published. Required fields are marked *