ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍‌ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ

 

ମୁମ୍ବାଇ,୧-୨: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍‌ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନୂଆ ଆପ୍ଲିକେଶନକୁ ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ଲିକେଶନର ନାମ ମୋବାଇଲ ଏଡେଡ ନୋଟ୍‌ ଆଇଡେଣ୍ଟିଫାୟର (ଏମ୍‌ଏଏନ୍‌ଆଇ) ରହିଛି। ଆଣ୍ଡ୍ରଏଡ ପ୍ଲେ ଷ୍ଟୋର କିମ୍ବା ଆଇଓଏସ୍‌ ଆପ୍‌ ଷ୍ଟୋରରୁ ଡାଉନଲୋଡ କରାଯାଇ ପାରିବ। ମୋବାଇଲର ପଛ କ୍ୟାମେରାରେ ଫଟୋ ଉଠାଇ ଦୃଷ୍ଟିବାଧିତ ମହାତ୍ମାଗାନ୍ଧୀ ସିରିଜ ଏବଂ ମହାତ୍ମା ଗାନ୍ଧୀ ନୂଆ ସିରିଜ ନୋଟ ଚିହ୍ନଟ କରିପାରିବେ। ଏହି ଆପ୍‌ କରେନ୍ସି ନୋଟର ଅଡିଓ ଜେନେରେଟ କରିବା ସହ ନନ୍‌ ସୋନିକ ନୋଟିଫିକେଶନ ପ୍ରଦାନ କରିବ। ନଭେମ୍ବର ୨୦୧୬ ପରେ ଆସିଥିବା ନୂଆ ସିରିଜର ମହାତ୍ମାଗାନ୍ଧୀ ନୂଆ ସିରିଜ ନୋଟରେ ଆକାର ଏବଂ ଡିଜାଇନ ଉନ୍ନତ ରହିଛି। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ହଟିବା ପରେ ୧୦,୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ରହିଛି। ଦୈନଦିନ କାର୍ଯ୍ୟ ବେଳେ ଏହି ନୂଆ ନୋଟ ଚିହ୍ନିବା ଲାଗି ଦୃଷ୍ଟିବାଧିତ ଲୋକମାନେ ହଇରାଣ ହେଉଥିବା ନଜରକୁ ଆସିଛି। ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ନୂଆ ଆପ୍ଲିକେଶନ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିରେ ଥିବା ବିଭିନ୍ନ ଫିଚର ମଧ୍ୟରେ ଭାଷା ଚୟନ ପରିବର୍ତ୍ତନ କରିବା ସୁବିଧା, ଭଏସ କମାଣ୍ଡ, କ୍ୟାମେରା ବ୍ୟବହାର ଦ୍ୱାରା ନୋଟ ଚିହ୍ନିବା ଟୁଲ ଏବଂ ୩୦ ଦିନର ହିଷ୍ଟ୍ରି ଭଳି ସୁବିଧା ରହିଛି।


All Right Reserved By Dharitri.Com

ଭି-ଗାର୍ଡର ଆଣିଲା ନୂଆ ରାଇସ୍‌ କୁକର

ନୂଆଦିଲ୍ଲୀ,୨୬-୪: ଭିଗାର୍ଡ ପକ୍ଷରୁ ନୂଆ ରାଇସ୍‌ କୁକର ବଜାର ପ୍ରବେଶ  କରାଯାଇଛି। କମ୍ପାନୀ ଏହାର ୩ଟି ମଡେଲ ଆଣିଛି। ଏଗୁଡିକ ୧ଲିଟର, ୨.୨ ଲିଟର ଏବଂ...

ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ଲିଙ୍କ୍‌: ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୦-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ଗୋଟିଏ...

ନିବେଶକଙ୍କ ୧୧.୧୨ ଲକ୍ଷ କୋଟି ଲାଭ

ନୂଆଦିଲ୍ଲୀ,୨୭। ୩: ଗତ ୩ ଦିନ ଧରି ଦେଶର ପୁଞ୍ଜି ବଜାର କାରବାର ଉନ୍ନତ ରହିବା ଯୋଗୁ ଏହି ସମୟରେ ନିବେଶକଙ୍କୁ ୧୧.୧୨ ଲକ୍ଷ କୋଟି...

ଭାରତ ମସଲାର କର୍ପୋରେଟ ଷ୍ଟଲ

ଭୁବନେଶ୍ୱର,୧୪-୧୧(ବ୍ୟୁରୋ): ଭାରତ ମସଲା ପକ୍ଷରୁ ବାଲିଯାତ୍ରାରେ ଏକ କର୍ପୋରେଟ ଷ୍ଟଲ ସ୍ଥାପନ କରାଯାଇଛି। ପ୍ରଥମ ଥର ଲାଗି ଏଭଳି ଏକ ଆକର୍ଷଣୀୟ ଷ୍ଟଲ କମ୍ପାନୀ ପକ୍ଷରୁ...

ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲାଣ୍ଡର ସ୍କି ରିସର୍ଟ୍ଟ ଟାଉନଠାରେ ଜାନୁୟାରୀ ୨୦ରୁ ୨୪ ଯାଏ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ୧୦୦ ଭାରତୀୟ ସିଇଓଙ୍କ...

ରିଲାଏନ୍ସର ୨୦% ଅଂଶଧନ କିଣିବ ଆରାମ୍‌କୋ

ସଉଦି ଆରବର ସର୍ବବୃହତ ତୈଳ କମ୍ପାନୀ ସଉଦି ଆରାମ୍‌କୋ ରିଲାଏନ୍ସର ଅଏଲ ଟୁ କେମିକାଲ ବ୍ୟବସାୟରେ ୨୦ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ସଉଦି କମ୍ପାନୀ...

୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସାମ୍ନା କରିବେ

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ଲକ୍‌ଡାଉନ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ସାରା ବିଶ୍ୱରେ ପ୍ରାୟ ୪.୯ କୋଟି...

ଆର୍‌ଟିଜିଏସ୍‌ ଜରିଆରେ ଟଙ୍କା ପଠାଇବା ହେଲା ଶସ୍ତା

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗ୍ରାହକଙ୍କୁ ଆଶ୍ୱସ୍ତ କରି ରିୟଲ ଟାଇମ୍‌ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସମୟକୁ ସନ୍ଧ୍ୟା ୬ଟା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ଅପରାହ୍ନ...

Leave a comment

Your email address will not be published. Required fields are marked *