Posted inଜାତୀୟ

ଘୋଷଣାପତ୍ରରେ ଭାଜପା କହିଲା ଶାସନକୁ ଆସିଲେ କମିବ ଦିଲ୍ଲୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ବହୁ ଘୋଷଣା କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣାପତ୍ର ଜାରି କରିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ନିତିନ ଗଡକରି, ଡା. ହର୍ଷବର୍ଦ୍ଧନ, ଭାଜପା ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରି ଶ୍ୟାମ ଜାଜୁ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଆଦିଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି। ଏଥିରେ ଭାଜପା ଘୋଷଣା କରିଛି ଏଥର ତା’ ହାତକୁ ଶାସନ କ୍ଷମତା ଆସିଲେ ଦିଲ୍ଲୀରେ ଜଳ ଓ ବାୟୁ ପ୍ରଦୂଷଣର ମାତ୍ରା କମିଯିବ। ଏବେ ଦିଲ୍ଲୀ-ମୁମ୍ବାଇ ହାଇଓ୍ବେ କାମ ଆରମ୍ଭ କରାଯାଇଥିବା ବେଳେ ଏହା ଖୁବ୍‌ଶୀଘ୍ର ସରିବ। ଏହାପରେ ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବାକୁ ମାତ୍ର ୧୨ ଘଣ୍ଟା ଲାଗିବ ବୋଲି କହିଛନ୍ତି ଗଡକରି। ସେହିପରି ଘୋଷଣାପତ୍ରରେ ଭାଜପା କହିଛି ଦିଲ୍ଲୀରେ ପ୍ରାୟ ୨ଶହ ନୂଆ ସ୍କୁଲ ନିର୍ମାଣ କରାଯିବ, ଗରିବଙ୍କୁ ୨ ଟଙ୍କାରେ ଅଟା ମିଳିବ ଆଦି ଆହୁରି ଅନେକ କିଛି।


All Right Reserved By Dharitri.Com

ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟିରୁ ଅଧିକ ଭାରତୀୟ ଡାଉନଲୋଡ୍‌ କରିଛନ୍ତି ଜୁମ୍‌ ଆପ୍‌

ନୂଆଦିଲ୍ଲୀ,୯।୫: ଭାରତ ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟି ୧୦ ଲକ୍ଷ ଭାରତୀୟ ଜୁମ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଛନ୍ତି। ଏହି ଆପ୍‌ ଡାଉନଲୋଡ଼୍‌ ନ...

ଆଜାଦଙ୍କୁ କଶ୍ମୀର ଯିବାକୁ ଅନୁମତି

ନୂଆଦିଲ୍ଲୀ,୧୭-୯(ପି.ଟି.):ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସେ...

କଶ୍ମୀର ନୁହେଁ, ଏବେ କେବଳ ପିଓକେ: ପାକିସ୍ତାନକୁ ରାଜନାଥଙ୍କ ଚରମବାଣୀ

କାଲ୍‌କା, ୧୯ା୮(ପି.ଟି./ଆଇଏଏନ୍‌ଏସ୍‌) :ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ...

ମୋ ସହ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି: ଆଜମ

ରାମପୁର,୨୯।୨: ଭୁଲ ତଥ୍ୟ ଦେଇଥିବା ମାମଲାରେ ଉତ୍ତର ପ୍ରଦେଶର ସୀତାପୁର ଜେଲରେ ବନ୍ଦଥିବା ସମାଜବାଦୀ ପାର୍ଟି ନେତା ତଥା ରାମପୁର ଏମ୍‌ପି ଆଜମ ଖାଁ ଉତ୍ତର...

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ନାବାଳକ ହୋଇଛନ୍ତି ଗିରଫ: ହାଇକୋର୍ଟ ସୁପ୍ରିମ୍‌କୋର୍ଟକୁ ଦେଲେ ସୂଚନା

ନୂଆଦିଲ୍ଲୀ,୨।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ଜଣା ନାବାଳକଙ୍କୁ ଗିରଫ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ହାଇକୋର୍ଟର କିଶୋର ନ୍ୟାୟ ସମିତି ପକ୍ଷରୁ ସୁପ୍ରିମ୍‌କୋର୍ଟକୁ...

ଚାନ୍ଦା ନ ଦେବାରୁ ପିଟି ହତ୍ୟା

କଟିହାର,୧୪ା୧୧(ପି.ଟି.): ପଶ୍ଚିମବଙ୍ଗର ଏକ ହାଟକୁ ଗୋରୁ ବିକିବା ପାଇଁ ନେଉଥିବା ଜଣେ ବ୍ୟକ୍ତିଙ୍କୁ ବିହାରର କଟିହାର ଜିଲାରେ କିଛି ଦୁର୍ବୃତ୍ତ ପିଟିପିଟି ମାରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ...

ସମାଜ ଉପରେ ଜୋର ଜବଦରଦସ୍ତ ନିଜ ଚିନ୍ତାଧାରା ଲଦି ଦେବା ନୁହେଁ ଯୁକ୍ତିଯୁକ୍ତ: ରାଷ୍ଟ୍ରପତି

ବିଶୁନପୁର,୨୯।୨: ସମାଜ ଉପରେ ଜୋର ଜବଦରଦସ୍ତ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ଲଦି ଦେବା ଯୁକ୍ତିଯୁକ୍ତ ନୁହେଁ। ଏହା ଏକ ପ୍ରକାର ବିକୃତ ମନୋଭାବ। ଅପରପକ୍ଷରେ ଦେଶକୁ...

Leave a comment

Your email address will not be published. Required fields are marked *