Posted inଖେଳ

ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ ଲାଇନ

ଓ୍ବେଲିଂଟନ,୩୧।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଛି। ଦଳ ୧୩ ଓଭରରେ ତା’ର ପ୍ରମୁଖ ୬ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହରାଇ ୯୭ ରନ୍‌ କରିଛି। କେବଳ ଲୋକେଶ ରାହୁଲ (୩୯)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅଧିନାୟକ ବିରାଟ କୋହଲି ୧୧, ଶିବମ ଦୁବେ ୧୨, ସଞ୍ଜୁ ସାମସନ ୮, ଶ୍ରେୟାସ ଆୟାର ୧ ରନ୍‌ କରି ଆଉଟ୍‌ ହୋଇଥିବାବେଳେ ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ମନୀଷ ପାଣ୍ଡେ ୧୪ ଓ ଶାର୍ଦ୍ଦୁଳ ଠାକୁର ୭ ରନ୍‌ କରି ଖେଳୁଛନ୍ତି। ଘରୋଇ ଦଳ ପାଇଁ ଲେଗ୍‌ ସ୍ପିନର ଇଶ ସୋଧି ସର୍ବାଧିକ ୩ ଉଇକେଟ ସଫଳତା ପାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ସ୍ଥିର, ରାହାନେ ଖସିଲେ

ଦୁବାଇ, ୨।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ...

ଅନୁଷ୍କାଙ୍କ ନାଁ ନେବାରୁ ରାଗିଲେ ବିରାଟ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଅନେକ ବଡ ରେକର୍ଡ ରହିଛି। କୋହଲିଙ୍କ ବ୍ୟାଟିଂକୁ ଯେତେ ପ୍ରଶଂସା କରାଯାଏ, ଫ୍ଲପ୍‌ ହେଲେ...

ଭାଇଙ୍କ ଶଟ୍‌ରେ ଏହି କ୍ରିକେଟରଙ୍କ ନାକ ଫାଟିଲା

ଆଡିଲେଡ,୧୮।୧୧: ଅଷ୍ଟ୍ରେଲିଆର ଆଡିଲେଡରେ ଚାଲିଥିବା ମାର୍ଶ ଓ୍ବାନ୍‌ ଡେ କପ୍‌ର ଏକ ମ୍ୟାଚ୍‌ରେ ଏଷ୍ଟନ୍‌ ଏଗର ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା...

ମୋହନ ବାଗାନର କ୍ରମାଗତ ୫ମ ବିଜୟ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୧୫ା୨ (ପି.ଟି.)-ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୬-୨ ଗୋଲରେ ନେରୋକା ଏଫ୍‌ସିକୁ ପରାସ୍ତ...

ଲୌରିୟସ ପୁରସ୍କାର ଦୌଡ଼ରେ ନାଡାଲ, ଓସାକା, ମୁରେ

ବର୍ଲିନ,୧୬।୧(ପି.ଟି.)-ସମ୍ମାନଜନକ କ୍ରୀଡ଼ା ପୁରସ୍କାର ଦୌଡ଼ରେ ଏ ବର୍ଷ ସାମିଲ ହୋଇଛନ୍ତି ସ୍ପେନ୍‌ ଟେନିସ ତାରକା ରାଫାଲ ନାଡାଲ ଓ ଆମେରିକା ମହିଳା ତାରକା ନାଓମି ଓସାକା,...

ପାଟ୍ରିକ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ

ନୂଆଦିଲ୍ଲୀ,୨।୮- ଭାରତୀୟ ଦଳର ପୂର୍ବତନ ଫିଜିଓ ପାଟ୍ରିକ ଫର୍ହାଟ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ସେ ଆସନ୍ତା ୩ ବର୍ଷ ଲାଗି ଦଳର...

ହାମିଲ୍‌ଟନ ଜିତିଲେ ରୁଷିଆନ ଗ୍ରାଁ ପ୍ରି

ସୋଚି, ୨୯।୯-ମର୍ସିଡିଜ୍‌ ଡ୍ରାଇଭର ବ୍ରିଟେନର ଲୁଇସ ହାମିଲ୍‌ଟନ ରବିବାର ଅନୁଷ୍ଠିତ ରୁଷିଆନ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।...

ସ୍ପଟ୍‌ ଫିକ୍ସିଂ ପରେ ଅମିରଙ୍କୁ ମାଡ଼ ମାରିଥିଲେ ଆଫ୍ରିଦୀ

କରାଚୀ,୧୨।୬(ପିଟି): ପାକିସ୍ତାନ ଦଳର ପୂର୍ବତନ ଦିନିକିଆ ଅଧିନାୟକ ଶାହିଦ ଆଫ୍ରିଦୀ ମାଡ଼ ମାରିବା ପରେ ମହମ୍ମଦ ଅମିର ସ୍ପଟ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ଦୋଷ...

Leave a comment

Your email address will not be published. Required fields are marked *