Posted inଖେଳ

ଥିମ୍‌ଙ୍କ ପ୍ରତିଶୋଧ

୨୦୧୮ ଓ ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ଡୋମିନିକ୍‌ ଥିମ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆନ ଓପନରେ ଥିମ୍‌ ବିଶ୍ୱର ଏକ ନମ୍ବର ଖେଳାଳି ନାଡାଲଙ୍କୁ ହରାଇ ଏହାର ମଧୁର ପ୍ରତିଶୋଧ ନେଇଛନ୍ତି। ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଆଗାମୀ ଦିନରେ ଏହି ପ୍ରତିଭାବାନ ଟେନିସ ତାରକା ଆହୁରି ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି…

ଅଷ୍ଟ୍ରିଆ ଟେନିସ୍‌ ତାରକା ଡୋମିନିକ୍‌ ଥିମ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲଙ୍କୁ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍‌ରେ ପରାସ୍ତ କରି ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୯ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ନାଡାଲଙ୍କୁ ପରାସ୍ତ କରିବା ଏତେ ସହଜ ହୋଇ ନ ଥିଲେ ମଧ୍ୟ ସେ ମାରାଥନ ୭-୬, ୭-୬, ୪-୬, ୭-୬ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ଥିମ୍‌ ଏବେ ଫାଇନାଲ ଟିକେଟ ପାଇଁ ସେମିରେ ବିଶ୍ୱର ୭ ନମ୍ବର ଖେଳାଳି ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭଙ୍କୁ ଭେଟିବେ। ଏପର୍ଯ୍ୟନ୍ତ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ନ ଥିବା ୨୬ ବର୍ଷୀୟ ଥିମ୍‌ କିନ୍ତୁ ୨ଥର ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ। ସେ ୨୦୧୮ ଓ ୨୦୧୯ରେ ସେତେବେଳର ଡିଫେଣ୍ଡିଂ ଚାମ୍ପିୟନ ନାଡ଼ାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ନାଡ଼ାଲଙ୍କୁ କ୍ୱାର୍ଟର ଫାଇନାଲରେ ପରାସ୍ତ କରି ଏବେ ଥିମ୍‌ ଫ୍ରେଞ୍ଚ୍‌ ଓପନ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ହୋଇଥିଲେ ମଧ୍ୟ ଥିମ୍‌ ଆଶାନୁରୂପ ସଫଳତା ହାସଲ କରିପାରି ନାହାନ୍ତି। ୬ ଫୁଟ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଥିମ୍‌ ୨୦୧୧ର ପେସାଦାର ଟେନିସରେ ପାଦ ଦେଇଥିଲେ। ଏପର୍ଯନ୍ତ ୧୬ଟି ଏଟିପି ଟାଇଟଲ ଜିତିଥିବା ଥିମ୍‌ ୨୦୧୮ରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲ ଓ ୨୦୧୭ରେ ଓ୍ବିମ୍ବେଲଡନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୭ ନଭେମ୍ବର ୬ ତାରିଖରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୪ ନମ୍ବର ସ୍ଥାନ ହାସଲ କରିଥିଲେ। ଡବଲ୍ସରେ ଅବଶ୍ୟ ଥିମ୍‌ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇନାହାନ୍ତି। ଜୁନିୟର ଟେନିସରେ ଥିମ୍‌ ବେଶ୍‌ ସଫଳ ରହିଛନ୍ତି। ଜୁନିୟରସ୍ତରରେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ୨ ନମ୍ବର ସ୍ଥାନ ହାସଲ କରିଥିଲେ। ୨୦୧୯ରେ ସେ ଇଣ୍ଡିଆନ ଓ୍ବେଲ୍ସରେ ରୋଜର ଫେଡରରଙ୍କୁ ହରାଇ ଏଟିପି ମାଷ୍ଟର୍ସ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଜଣେ ଆଗ୍ରେସିଭ୍‌ ବ୍ୟାକ୍‌ଲାଇନ୍‌ ଖେଳାଳି ହୋଇଥିଲେ ମଧ୍ୟ ସିଙ୍ଗଲ୍‌ ହ୍ୟାଣ୍ଡେଡ ବ୍ୟାକ୍‌ ହ୍ୟାଣ୍ଡ ବ୍ୟବହାର କରିଥାନ୍ତି। ୨୦୧୭ରେ ଥିମ୍‌ ଫ୍ରାନ୍‌ ମହିଳା ଟେନିସ ଖେଳାଳି କ୍ରିଷ୍ଟିନା ମ୍ଲାଡେନୋଭିକଙ୍କ ସହ ଡେଟିଂ କରିଆସୁଥିଲେ। ୨୦୧୮ରେ ଦୁହେଁ ନିଜର ସମ୍ପର୍କଥିବା କଥା ସର୍ବସାଧାରଣରେ ପ୍ରକାଶ କରିଥିଲେ। କିନ୍ତୁ ୨୦୧୯ରେ ସେମାନେ ଅଲଗା ହୋଇଥିଲେ। ଥିମ୍‌ ଫୁଟବଲ୍‌ରେ ଜଣେ ବଡ଼ ପ୍ରଶଂସକ। ଚେଲସି ଏଫ୍‌ସିର ସେ ଜଣେ ବଡ଼ ସମର୍ଥକ ମଧ୍ୟ। ମାତ୍ର ୨୬ ବର୍ଷରେ ପଦାର୍ପଣ କରିଥିବାରୁ ଥିମ୍‌ ଆଗକୁ ଆହୁରି ସଫଳତା ହାସଲ କରିବେ । ଫର୍ମ ଓ ଫିଟ୍‌ନେସ ବଜାୟ ରଖିଲେ ସେ ଆଗାମୀ ଦିନରେ ବିଶ୍ୱ ଟେନିସ୍‌ରେ ପ୍ରଭାବ ବିସ୍ତାର କରିବେ ବୋଲି ଆଶା କରାଯାଉଛି।


All Right Reserved By Dharitri.Com

Posted inଖେଳ View All

ଦର୍ଶକଙ୍କ ବିନା ଖେଳାଯିବ ଇଣ୍ଡିଆ ଓପନ

ନୂଆଦିଲ୍ଲୀ,୧୧।୩- ଇଣ୍ଡିଆ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇଥିବାରୁ...

ଏଜିଏମ୍‌ରେ ଭାଗ ନେଇପାରିବେ ନାହିଁ ଟିଏନ୍‌ସିଏ, ହରିୟାଣା, ମହାରାଷ୍ଟ୍ର

ପୁଣେ,୧୦।୧୦(ପି.ଟି.)- ମୁମ୍ବାଇରେ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଅଂଶଗ୍ରହଣ କରିବାକୁ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ...

ଆସନ୍ତା ୨୨ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: କାଉଣ୍ଟରରେ ଚାଲିଛି ଟିକେଟ ବିକ୍ରି, ରାତିରୁ ଲାଗିଛି ଲମ୍ବା ଲାଇନ

କଟକ ଅଫିସ,୧୯।୧୨: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଏକଦିବସୀୟ ତଥା ନିର୍ଣ୍ଣାୟକ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ...

ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ ତାଙ୍କୁ ୧୫୦ ନମ୍ବର...

ରାଜସ୍ଥାନ କ୍ରିକେଟ ଆସୋସିଏଶନ ଉପରୁ ସସ୍‌ପେଣ୍ଡ ଆଦେଶ ଉଠିଲା

ନୂଆଦିଲ୍ଲୀ, ୮ା୯ (ପି.ଟି.)-ଲୋଧା କମିଟି ଗାଇଡ୍‌ ଲାଇନ୍‌ ଅନୁସାରେ କାର୍ଯ୍ୟ କରୁଥିବା ହୃଦ୍‌ବୋଧ ହେqବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାଜସ୍ଥାନ କ୍ରିକେଟ...

ବାପାଙ୍କ ବିୟୋଗ ଲାଗି ୟୁଏସ୍‌ ଓପନ୍‌ରୁ ଓହରିଲେ ଆମଣ୍ଡା

ନ୍ୟୁୟର୍କ, ୨୨।୮- ଆମେରିକା ଟେନିସ ଲଳନା ଆମଣ୍ଡା ଆନିସିମୋଭା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍‌...

ସେରେନା, ଫେଡରରଙ୍କ କଷ୍ଟସାଧ୍ୟ ବିଜୟ

ନ୍ୟୁୟର୍କ, ୩୦ା୮ (ଏଏଫ୍‌ପି)- ଚଳିତ ୟୁଏସ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ସେରେନା ଓ୍ବିଲିୟମ୍ସ ଓ ଗତଥର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ନୋଭାକ୍‌ ଜୋକୋଭିଚ୍‌ଙ୍କ ଭଳି...

Leave a comment

Your email address will not be published. Required fields are marked *