ତାତି କମିଲା: ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ହ୍ରାସ ପାଇଛି। ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀଜନିତ ବର୍ଷା ଲାଗିରହିଛି। ଆସନ୍ତା ୭ ତାରିଖ ଯାଏ ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୂ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୬ ତାରିଖରେ ମୌସୁମୀ କେରଳ ଛୁଇଁବ। ଏହାର ୨ ସପ୍ତାହ ପରେ ଅର୍ଥାତ୍‌ ଜୁନ୍‌ ୧୫ରୁ ୧୮ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।


All Right Reserved By

ସିୱାଇଏସ୍‌ଡିର ବଜେଟ୍‌ ବ୍ୟବଚ୍ଛେଦ: ପୂର୍ବ ଘୋଷିତ ଯୋଜନା ପାଇଁ ସାମାଜିକ ବିକାଶକୁ ଅଣଦେଖା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ଆର୍ଥତ୍କ ବର୍ଷର ରାଜ୍ୟ ବଜେଟ୍‌ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହି ଅନୁସାରେ ସାମାଜିକ କ୍ଷେତ୍ରର...

୨୦ରୁ ୫୦୦ ଟଙ୍କା

ରଜରେ ପାନର ମଜା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲେଣି ବ୍ୟବସାୟୀ। ଶହୀଦନଗରରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ସିଆରପିଏଫ୍‌ ଛକ, ବନାରସୀ ଓ ଡିଲକ୍ସ ଭଳି...

କେନ୍ଦ୍ର ଦେଇନି ୩୦ ହଜାର କୋଟି; ଯାହା ମାଗୁଛୁ, ମିଳୁନି: ଚତୁର୍ଦ୍ଦଶ ଅର୍ଥ କମିଶନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଚତୁର୍ଦ୍ଦଶ ଅର୍ଥ କମିଶନ ଯାହା ସୁପାରିସ କରିଛନ୍ତି, ତାହା ଓଡ଼ିଶାକୁ ମିଳୁନାହିଁ। କମିଶନ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟ ପାଇଁ କେନ୍ଦ୍ରୀୟ ଟିକସରୁ...

ପାଟକୁରାରେ ଭାଜପାର ହାଇଭୋଲଟେଜ ପ୍ରଚାର: କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ସମ୍ବିତ

ଡେରାବିଶ, ୧୬।୭ (ସ୍ବ.ପ୍ର.): ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ସୋମବାର ପ୍ରଚାର କରିଛନ୍ତି ଦଳର...

ଖଣ୍ଡପଡ଼ାରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀ ଜୀଉମାନେ ରତ୍ନବେଦୀକୁ ବିଜେ କରିବା ନିମନ୍ତେ ବାହୁଡ଼ିଛନ୍ତି। ଏହି ଅବସରରେ ଖଣ୍ଡପଡ଼ା, ଭାପୁର, ଖଳିସାହି ଓ...

ବଢ଼ିଲା ବନ୍ୟା ମୁକାବିଲା ଚିନ୍ତା

କଟକ ଅଫିସ, ୧୫|୮:ଲଗାଣ ବର୍ଷା ଯୋଗୁ ପଶ୍ଚିମ ଓଡ଼ିଶା ପରେ ଉପକୂଳରେ ଦେଖାଦେଇଛି ବନ୍ୟା ପରିସ୍ଥିତି। ବୁଧବାର ସନ୍ଧ୍ୟା ସୁଦ୍ଧା ମହାନଦୀରେ ବନ୍ୟାଜଳ ଉଛୁଳିବାରୁ ନଦୀକୂଳିଆ...

ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ: ଅସନ୍ତୋଷ ପରେ ଜରିମାନା ନେଲା ପୌରପାଳିକା

ଅନୁଗୋଳ ଅଫିସ, ୧୯।୭-ଘର ନିର୍ମାଣ ପାଇଁ ଜନୈକ ବ୍ୟକ୍ତି ରାସ୍ତା ଉପରେ ବିଭିନ୍ନ ସାମଗ୍ରୀ ଗଦାଇଥିବାରୁ ଅନୁଗୋଳ ସହରର ବଜାର ଛକ ରାସ୍ତାରେ ଗୁରୁବାର ଯାତାୟାତ...

କାଦେ ମାଝୀଙ୍କ ହତ୍ୟାକାଣ୍ଡ ଘଟଣା:୯ ଅଭିଯୁକ୍ତ ଗିରଫ

ପାଟଣା,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲପାହାଡ଼ି ଗ୍ରାମର ଭାଲୁଘରା ସାହିର ୫୫ ବର୍ଷୀୟ ବୃଦ୍ଧ କାଦେ ମାଝୀଙ୍କୁ ୧୬ହଜାର ଟଙ୍କା ପାଇଁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *