ଶ୍ରେଣୀଗୃହରେ ଶିକ୍ଷକ ଶୋଇଥିବା ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୩୧।୧(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଛାତ୍ରୀଛାତ୍ର ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଚଳିତ ଶିକ୍ଷା ବର୍ଷରେ ବିବାଦ ବ୍ଲକ ଶିକ୍ଷା ବିଭାଗର ପିଛା ଛାଡୁନି। ବିଦ୍ୟାଳୟରେ ଶିକ୍ଷକ ଶୋଇଥିବା ଏକ ଭିଡିଓ ଭାଇରାଲ ହୋଇଛି। ଦୁର୍ଗମ ଅଞ୍ଚଳ ପର୍ତ୍ତମାହା ପଞ୍ଚାୟତ ଝିମାବାଡ଼ି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା। ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମାତ୍ର ୧୮ ଜଣ ଛାତ୍ରୀଛାତ୍ର ଥିବାବେଳେ ପ୍ରଧାନ ଶିକ୍ଷକଙ୍କ ସମେତ ୨ ଜଣ ଶିକ୍ଷକ ପାଠ ପଢାଉଛନ୍ତି। ଏବେ ଅଞ୍ଚଳରେ ଏହି ବିଦ୍ୟାଳୟର ଏକ ଭିଡିଓ ଭାଇରାଲ ହୋଇଛି। ବିଦ୍ୟାଳୟର ଜଣେ ଗଣଶିକ୍ଷକ ଚୌକିରେ ବସି ଶୋଇ ପଡ଼ିଥିବାବେଳେ ଛାତ୍ରୀଛାତ୍ର ଶିକ୍ଷକଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ସେ ନ ଉଠିବାରୁ ପାଠ ନ ପଢ଼ି ଶିକ୍ଷକ ଶୋଇଥିବାବେଳେ ସ୍କୁଲ ଛାଡ଼ି ଘରକୁ ଚାଲିଯାଉଛନ୍ତି। ଶିକ୍ଷକ ଜଣକ ନିଦରେ ଶୋଇଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବୁଲୁଛି ା ଏହାକୁ ନେଇ ସିଆର୍‌ସିସି ହରିଶଙ୍କର ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଏନେଇ ସେ ତଦନ୍ତ କରୁଛନ୍ତି। ଘଟଣାରେ ସତ୍ୟତା ରହିଛି। ଭିଡିଓଟି ଗତ ଶୁକ୍ରବାରର ବୋଲି ସେ କହିଛନ୍ତି। ଶୀଘ୍ର ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସେ କହିଛନ୍ତି। ଯେ, କାର୍ଯ୍ୟରେ ଅନିୟମିତତା ନେଇ ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତର ମାର୍ଦ୍ଦିପଙ୍କା ପ୍ରାଥମିକ ବିଦ୍ୟାଳୟ, ସୋନପୁର ପଞ୍ଚାୟତ ଦବେଡ଼ି ବିଦ୍ୟାଳୟ ଓ ଲକଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଦରମା ବିଇଓ ବନ୍ଦ କରିଛନ୍ତି।


All Right Reserved By Dharitri.Com

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା: ବାଲିଗୁଡ଼ାରେ ପହଞ୍ଚି ବିଡିଓଙ୍କୁ ଦେଲେ ଦାବିପତ୍ର

ବାଲିଗୁଡ଼ା,୨୯।୨(ଡି.ଏନ୍‌.ଏ.): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସତ୍ୟବ୍ରତ ଦାସ ୨୦୧୯ ଜୁଲାଇ ୧୦ରୁ ଯାଜପୁର ଜିଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିଲେ। ତେବେ...

ଚିଲିକା ମଝିରେ ଅଟକିଲା ଡଙ୍ଗା: ୩୦ ପରୀକ୍ଷାର୍ଥୀ ୧ ଘଣ୍ଟା ଜଳବନ୍ଦୀ

କୃଷ୍ଣପ୍ରସାଦ,୫ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାଉଥିବା ଯାତ୍ରୀବାହୀ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ଚିଲିକା ମଝିରେ ଅଟକି ଯାଇଥିଲା। ସେଥିରେ...

ମୁଗ୍‌ଫଲି ଫସଲରେ ରୋଗ୍‌ପୋକ:କାମ୍‌ ନାଇଁ ଦେବାର୍‌ ଉଷୋ, ଚିଁନ୍‌ତାରେ ଚାଷୀ

ବିଜେପୁର, ୭।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ବ୍ଲକରେ ବଛରକୁତା ଦୁଖ୍‌ ଦୁରଦଶା ଚାଷୀକର ପିଛା ନାଇଁ ଛାଡବାର୍‌। କେତେବେଲେ ବରଷା ପାଏନ୍‌ ଅଭାବୁ ତ...

ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି,  ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି

ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ...

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର

ଗୁଣପୁର,୫।୬(ଡି.ଏନ୍‌.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ...

ମହିଳାଙ୍କୁ ବଳାତ୍କାର ଅଭିଯୋଗ

ଦିଗପହଣ୍ଡି,୧୭ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ତାଙ୍କ ଚାଷଜମିରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତକାରୀ ପୋଲିସ ଅଧିକାରୀ...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କଲେ କନ୍ଧମାଳ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୮।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ କୋଠାକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତାନନ୍ଦ...

ବସ୍‌-ବାଇକ୍‌ ଧକ୍କା, ୩ ମୃତ

ଚମ୍ପୁଆ, ୧୧।୧୦(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଟୋଲକନଣ୍ଡା ଠାରେ ଏକ ଯାତ୍ରୀବାହି ବସ୍‌ ସହ ବାଇକ ଦୁର୍ଘଟଣା ଘଟିବାରୁ ଘଟଣା ସ୍ଥଳରେ ୨ ବାଇକ...

Leave a comment

Your email address will not be published. Required fields are marked *