Posted inଜାତୀୟ

ନିର୍ଭୟା ମାମଲା: ଖାରଜ ହେଲା ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୩୦।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁରଙ୍କୁ ଲାଗିଛି ଆଉ ଏକ ଝଟକା। ଗୁରୁବାର ସୁପ୍ରିମକୋର୍ଟ ଅକ୍ଷୟଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିଶ ଏନ୍‌ଭି ରମଣ, ଅରୁଣ ମିଶ୍ର, ଆର୍‌ଏଫ୍‌ ନରିମନ, ଆର୍‌. ବାନୁମଥି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି। ଏହା ପୂର୍ବରୁ ନିର୍ଭୟା ମାମଲାର ଦୋଷୀ ବିନୟ ଓ ମୁକେଶଙ୍କ କ୍ୟୁରେଟିଭ ପିଟିସନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ଏବେ କେବଳ ପବନଙ୍କ ପାଖରେ କ୍ୟୁରେଟିଭ ପିଟିସନ ଦାଖଲ କରିବାର ବିକଳ୍ପ ରହିଛି। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ ଏବେ ଏଥିରେ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି।


All Right Reserved By Dharitri.Com

ବାଲ ଠାକରେଙ୍କୁ ମନେପକାଇଲେ ଫଡନବିସ

ମୁମ୍ବାଇ,୨୩।୧: ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ୯୪ତମ ଜନ୍ମ ଜୟନ୍ତିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଟୁଟଇ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।...

ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ପୁଲଓ୍ବାମା ଆକ୍ରମଣରେ କିଏ ଲାଭବାନ ହୋଇଛି

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣର ବର୍ଷପୂର୍ତ୍ତୀ ଅବସରରେ ଶହୀଦ ଯବାନଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ...

ଦିଲ୍ଲୀ ହିଂସା: କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବ ରାଜ୍ୟ; କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଦେଖାଦେଇଥିବା ହିଂସା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ...

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ

ନୂଆଦିଲ୍ଲୀ,୨।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ...

ଦେଶର ୨୫୫ ଜିଲାର ୭୫୬ ସହରରେ ଜଳ ସଙ୍କଟ: ତାମିଲନାଡୁର ସର୍ବାଧିକ ୧୮୪

ନୂଆଦିଲ୍ଲୀ,୮।୭: ଦେଶର ୨୫୫ ଜିଲାର ୭୫୬ ସହରରେ ତଥା ୧,୫୯୭ ବ୍ଲକ୍‌ରେ ଜଳ ସଙ୍କଟ ଦେଖାଦେଇଛି। ସେଥିମଧ୍ୟରେ ତାମିଲନାଡୁର ସର୍ବାଧିକ ସହର ରହିଛି। ତାମିଲନାଡୁର ୨୭ଟି...

ସୋନିଆ ଆସିବା ପରେ ବଦଳିଛି କଂଗ୍ରେସର ଭାଗ୍ୟ!

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଆସି ନ ଥିଲେ ବି କଂଗ୍ରେସ-ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ଯେଉଁ ସ୍ଥିତିରେ ରହିଛି ସେଥିରୁ ଅନୁମାନ...

ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି

ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା...

ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ବିଜାପୁର,୨୧।୪: ଛତିଶଗଡ଼ ପୋଲିସ ଓ ଗ୍ରେହାଉଣ୍ଡ ଫୋର୍ସଙ୍କ ମିଳିତ ଉଦ୍ୟମରେ ବିଜାପୁରରେ ହୋଇଥିବା ଅପରେଶନରେ ରବିବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାମେଦ...

Leave a comment

Your email address will not be published. Required fields are marked *