Posted inଖେଳ

ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍‌’

ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍‌ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା ପେହେଲବାନ୍‌’ ଭାବେ ଜଣାଶୁଣା। ବୀରେନ୍ଦ୍ର ନାଗପୁରର ଜଣେ ମୂକ ବଧିର ଯୁବତୀ ଅଞ୍ଜଳିଙ୍କୁ ବିବାହ କରୁଛନ୍ତି। ଅଞ୍ଜଳି ଅନାଥ। ତାଙ୍କୁ ସେ ମନ୍ଦିରରେ ବିବାହ କରିବେ। ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣପତ୍ର ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ନିଶ୍ଚିତ ଭାବେ ଆଶୀର୍ବାଦ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ବିରେନ୍ଦ୍ର। ୧୯୮୬ ଏପ୍ରିଲ ୧ରେ ବୀରେନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ସେ ଜନ୍ମରୁ ମୂକ। ୯ ବର୍ଷ ବୟସରୁ କୁସ୍ତିରେ ପାଦ ରଖିଥିବା ବୀରେନ୍ଦ୍ର ୪ ଡିଫ୍‌ ଅଲିମ୍ପିକ୍ସ ଓ ୨ଟି ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାଗ ନେଇ ୩ ଗୋଲ୍ଡ, ୧ ସିଲ୍‌ଭର ଓ ୨ଟି ବ୍ରୋଞ୍ଜ ମେଡାଲ ଜିତିବାରେ ସଫଳ ହୋଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ

ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍‌-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଉପରେ ଦିନକୁ...

ଜୁନ୍‌ ୭ ପର୍ଯ୍ୟନ୍ତ ଡବ୍ଲ୍ୟୁଟିଏ, ଏଟିପି ସିଜନ ବନ୍ଦ

ଓ୍ବାଶିଂଟନ, ୧୯।୩ (ଏପି)- କରୋନା ଭାଇରସ୍‌ର ଆତଙ୍କକୁ ନଜରରେ ରଖି ସମସ୍ତ ପୁରୁଷ ଓ ମହିଳା ପ୍ରଫେଶନାଲ ଟେନିସ ଟୁର୍ନାମେଣ୍ଟକୁ ଜୁନ୍‌ ୭ ପର୍ଯ୍ୟନ୍ତ ବାତିଲ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ପୋଚେଫ୍ସଟ୍ରୁମ୍‌, ୨୮।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍‌ର ଏହି ୧୩ତମ ସଂସ୍କରଣରେ...

୫ମ ଥର ଡାକଶ୍ରୀ ଟାଇଟଲ ପାଇଁ ଜନ୍ମେଜୟ ଆଶାବାଦୀ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)- ସେପ୍ଟେମ୍ବର ୨୬ରୁ ୨୯ ପର୍ଯ୍ୟନ୍ତ ୩୫ତମ ସର୍ବଭାରତୀୟ ପୋଷ୍ଟାଲ ପ୍ରତିଯୋଗିତା ବ୍ରହ୍ମପୁରରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବ୍ରହ୍ମପୁରସ୍ଥିତ ହନୁମାନ କ୍ଲବଠାରେ...

ଟେଲରଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର

ଓ୍ବେଲିଂଟନ,୧।୫(ପି.ଟି.): ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସମ୍ମାନଜନକ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି କ୍ରମରେ ସାର୍‌ ରିଚାର୍ଡ...

ବେସ୍‌ବଲ୍‌: ପୂର୍ବତନ କବ୍ସ ତାରକା ବେକେର୍ଟଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ, ୧୩ା୪ (ଏଏଫ୍‌ପି): ପୂର୍ବତନ ବେସ୍‌ବଲ ତାରକା ତଥା ଚିକାଗୋ କବ୍ସ ଇନ୍‌ଫିଲ୍ଡର ଗ୍ଲେନ ବେକେର୍ଟ ରବିବାର ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୯୬୫ରୁ...

ବେଲ୍‌ଫାଷ୍ଟ ଟାଇଟାନ୍ସରୁ ଖେଳିବେ ଡୁ’ପ୍ଲେସି

ମୁମ୍ବାଇ, ୨୬ା୭ (ପି.ଟି.)- ୟୁରୋ ଟି୨୦ ସ୍ଲାମ୍‌ ଟୁର୍ନାମେଣ୍ଟରେ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ବେଲ୍‌ଫାଷ୍ଟ ଟାଇଟାନ୍ସ ଫ୍ରାଞ୍ଚାଇଜ୍‌ ଦଳରେ...

କିଟ୍‌ରେ ସିକ୍କିମ ତା’ର ସବୁ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବ

ଭୁବନେଶ୍ୱର,୨୮।୭(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଓ ସିକ୍କିମ କ୍ରିକେଟ ଆସୋସିଏଶନ (ଏସ୍‌ଆଇସିଏ) ମଧ୍ୟରେ ଏକ ବୁଝାମଣା ପତ୍ର ବା ଏମ୍‌ଓୟୁ...

Leave a comment

Your email address will not be published. Required fields are marked *