Posted inଜାତୀୟ

ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟିଲା ଗୁଳି

ନୂଆଦିଲ୍ଲୀ,୩୦।୧: କିଛିଦିନ ହେବ ଆଶନ୍ତ ଥିବା ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ପରିସର ପୁଣିଥରେ ଅଶାନ୍ତ ହୋଇ ପଡିଛି। ଗୁରୁବାର ଏଠାରେ ଜଣେ ଯୁବକ ଗୁଳି କରୁଥିବା ଦେଖିବାକୁ ମିଳିଛି। ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଜଣେ ଯୁବକ ଗୁଳି ଚଳାଇବା ସହ ଧମକ ଦେଉଥିବା ଦେଖାଯାଇଥିଲା। ଯୁବକ ଜଣକ ଗୁଳି ଚାଳନା ସମୟରେ କହୁଥିଲେ, ଏହି ନିଅ ସ୍ବାଧିନତା। ଏଥିରେ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଉକ୍ତ ଭିଡିଓରେ ଜଣେ ଯୁବକ ବ୍ଲାକ କଲର ଜ୍ୟାକେଟ ପିନ୍ଧିଥିବା ବେଳେ ପୋଲିସମାନଙ୍କଠାରୁ ମାତ୍ର ଅଳ୍ପ କିଛି ମିଟର ଦୂରରେ ରହି ଗୁଳି ଚଳାଉଥିବା ଦେଖାଯାଇଛି। ଉକ୍ତ ଯୁବକଙ୍କୁ ଗରିଫ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳି ଚାଳନା କରିଥିବା ଯୁବକ ଜଣଙ୍କ ଉତ୍ତର ପ୍ରଦେଶ ଗୌତମ ବୁଦ୍ଧ ନଗର ଯଓ୍ବୋର ଅଞ୍ଚଳର ବାସିନ୍ଦା ବୋଲି ପୋଲିସ କହିଛି। ରାମ ଭଗତ ଗୋପାଳ ଶର୍ମା ନାମକ ଉକ୍ତ ଯୁବକଙ୍କ ବୟସ ୧୯ ବର୍ଷ ବୋଲି ଜଣାପଡିଛି।


All Right Reserved By Dharitri.Com

ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗଳିପଡ଼ିଲେ ଜିଲାପାଳ

ବାରାଣସୀ,୧୯।୯: ପୂର୍ବାଞ୍ଚଳ ବାରାଣସୀ ସମେତ ବହୁ ଆଖପାଖ ଜିଲାରେ ଗଙ୍ଗାର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳଗୁଡିକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।...

ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍‌

ନୂଆଦିଲ୍ଲୀ,୨୦।୮: ଏପର୍ଯ୍ୟନ୍ତ ସମସ୍ତେ କେବଳ ଏଲିଏନ୍‌ ଓ ୟୁଏଫ୍‌ଓର ନାଁ ଶୁଣିଛନ୍ତି। ହେଲେ ଏହାର ଉପସ୍ଥିତି ସମ୍ପର୍କରେ ଏଯାବତ୍‌ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ।...

ଭାଜପାକୁ ଟାର୍ଗେଟ୍‌ କଲା ଶିବସେନା: ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତକୁ ବିରୋଧ

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁନି। ଇତିମଧ୍ୟରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ ପାଇଁ ଇୟୁ ପ୍ରତିନିଧି ଦଳଙ୍କ...

ଅରୁଣାଚଳ ପ୍ରଦେଶରେ ଚାଇନାର ଅନୁପ୍ରବେଶ ଉଦ୍ୟମ: ନାଳରେ ତିଆରି କଲା କାଠ ପୋଲ

ଇଟାନଗର,୪।୯: ଅରୁଣାଚଳ ପ୍ରଦେଶରେ ପୁଣି ଥରେ ଚାଇନା ଅନୁପ୍ରବେଶ ଉଦ୍ୟମ କରିଥିବା ଜଣାପଡ଼ିଛି। ଚାଇନାର ଡ୍ରାଗନ ସେନା ଅଞ୍ଜଓ୍ବା ଜିଲାର ଚାଗଲଗମ ଗାଁ ନିକଟରେ ଥିବା...

ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କ ପରଲୋକ

କୋଲକାତା,୧୫ା୨: ଇଣ୍ଡିଆନ ରକ୍‌ ବ୍ୟାଣ୍ଡ୍‌ ‘ପରିକ୍ରମା’ର ମୁଖ୍ୟ ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କର ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କର ଅକାଳ...

ମୋଦିଙ୍କୁ ‘ମିଛର ସର୍ଦ୍ଦାର’କହିଥିବା ରାହୁଲଙ୍କୁ ଭାଜପାର ସମାଲୋଚନା:ଉପା ଅମଳରେ ଗଢ଼ାହୋଇଥିଲା ଅଟକ କେନ୍ଦ୍ର

ନୂଆଦିଲ୍ଲୀ,୨୭-୧୨(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମିଛର ସର୍ଦ୍ଦାର’ କହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭାଜପା ସମାଲୋଚନା କରିଛି। ଅଟକ କେନ୍ଦ୍ର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି...

୩ କୋଟି ପରିବାର ସହ ସମ୍ପର୍କ କରିବ ଭାଜପା

ନୂଆଦିଲ୍ଲୀ,୨୨ା୧୨: ସିଏଏକୁ ନେଇ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥିବା ଶାସକ ଭାଜପା ଆଗାମୀ ୧୦ ଦିନରେ ୩ କୋଟି ପରିବାର ନିକଟରେ ପହଞ୍ଚତ୍ ଉକ୍ତ ଆଇନ...

କରୋନା ନେଲା ଆଉ ଏକ ମୁଣ୍ଡ

ମୁମ୍ବାଇ,୨୨।୩: କରୋନା ଭାଇରସ ଏବେ ଆଉ ଏକ ମୁଣ୍ଡ ନେଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ରବିବାର ସକାଳେ ସେଠାରେ ୬୩...

Leave a comment

Your email address will not be published. Required fields are marked *