Posted inଜାତୀୟ

ରାହୁଲଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାହୁଲ ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ବୋଲି ଶନିବାର ଭାଜପା ପକ୍ଷରୁ ଦାବି କରାଯାଇଛି। ରାହୁଲଙ୍କ ନାଗରିକତ୍ୱ ଓ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅମେଠିର ରିଟନର୍ିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଏର ହୋଇଛି। ଏହାର ଶୁଣାଣି ଆସନ୍ତା ସୋମବାର ହେବ। ତେବେ ରାହୁଲଙ୍କ ଓକିଲ ଜବାବ ଦାଖଲ କରିବା ଲାଗି ସମୟ ମାଗିବା ଆଶ୍ଚର୍ଯ୍ୟଜନକ ବୋଲି ଭାଜପା ମୁଖପାତ୍ର ଜି.ଭି.ଏଲ୍‌. ନରସିଂହ ରାଓ କହିଛନ୍ତି।
ରାହୁଲଙ୍କ ସତ୍ୟପାଠକୁ ନେଇ ରିଟର୍ନିଂ ଅଫିସର ରାମମନୋହର ମିଶ୍ରଙ୍କ ନିକଟରେ ୪ ଜଣ ଅଭିଯୋଗ କରିଥିଲେ। ଫଳରେ ଶନିବାର ସେ ରାହୁଲଙ୍କ ନାମାଙ୍କନପତ୍ର ଯାଞ୍ଚ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବା ସହ ଏହା ଉପରେ ଜବାବ ମାଗିଛନ୍ତି। ଏହା ଅତି ଗୁରୁତର ଅଭିଯୋଗ। ରାହୁଲ ଭାରତୀୟ ନା ବ୍ରିଟିଶ ନାଗରିକ ତାହା ସେ ସ୍ପଷ୍ଟ କରିବା ଉଚିତ ବୋଲି ଭାଜପା ମୁଖପାତ୍ର କହିଛନ୍ତି। ତେବେ ଏହା ଉପରେ କଂଗ୍ରେସ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ରିଟର୍ନିଂ ଅଫିସର ଚୂଡାନ୍ତ କର୍ତ୍ତୃପକ୍ଷ ହୋଇଥିଲେ ମଧ୍ୟ ନିର୍ବାଚନ ସତ୍ୟପାଠରେ ଦିଆଯାଇଥିବା ତଥ୍ୟର ସତ୍ୟତାକୁ ଯାଞ୍ଚକରିବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନ ସୂତ୍ରରୁ କୁହାଯାଇଛି।
ଅଭିଯୋଗ ଅନୁଯାୟୀ ୨୦୦୪ରେ ରାହୁଲ ବ୍ରିଟେନର ଏକ କମ୍ପାନୀରେ ପୁଞ୍ଜିନିବେଶ କଲାବେଳେ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବା ଦସ୍ତାବିଜ୍‌ରେ ନିଜକୁ ବ୍ରିଟିଶ୍‌ ନାଗରିକ ବୋଲି ଉଲ୍ଲେଖ କରିଥିଲେ। ତେବେ ୨୦୦୪ରୁ ୨୦୧୪ ବିଭିନ୍ନ ନିର୍ବାଚନବେଳେ ସେ ସତ୍ୟପାଠରେ ଭୁଲ୍‌ ତଥ୍ୟ ଦେଇଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡେଭେଲପ୍‌ମେଣ୍ଟ ଇକୋନୋମିକ୍ସରେ ଏମ୍‌.ଫିଲ୍‌ କରିଥିବା ପୂର୍ବରୁ କହିଥିବାବେଳେ ପରେ ସେ ଡେଭେଲପ୍‌ମେଣ୍ଟ ଷ୍ଟଡିଜ୍‌ରେ ଏମ୍‌.ଫିଲ୍‌ କରିଥିବା ଦାବି କରିଥିଲେ। ସେହିବର୍ଷ ରାହୁଲ ଗାନ୍ଧୀ ନୁହନ୍ତି ରାଉଲ ଭିନ୍ସି ଉକ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ତଦନ୍ତରୁ ଜଣାପଡିଛି। ବିଭିନ୍ନ ଦେଶରେ ରାହୁଲ ଭିନ୍ନ ନାମରେ ନାମିତ କି ବୋଲି ରାଓ ପ୍ରଶ୍ନ ଉଠାଇଛନ୍ତି। ପ୍ରତି ୫ ବର୍ଷରେ କଂଗ୍ରେସର ଇସ୍ତାହାର ବଦଳିବା ଭଳି ରାହୁଲଙ୍କ ଯୋଗ୍ୟତା ବଦଳୁଥିବା ଭାଜପା ମୁଖପାତ୍ର କହିଛନ୍ତି।
ଅମେଠିର ସ୍ବାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍‌ ଉପରୋକ୍ତ ଅଭିଯୋଗ ଆଣି ରାହୁଲଙ୍କ ପ୍ରାର୍ଥିତ୍ୱ ରଦ୍ଦ କରିବା ଲାଗି ଦାବି କରିଛନ୍ତି। ତାଙ୍କ ଓକିଲ ରବି ପ୍ରକାଶ କରିଥିବା ଅଭିଯୋଗ ଅନୁଯାୟୀ ବ୍ରିଟେନରେ ପଞ୍ଜୀକୃତ କମ୍ପାନୀର ଇନ୍‌କର୍ପୋରେଶନ ସାର୍ଟିଫିକେଟ୍‌ରେ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଘୋଷଣା କରିଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଯିଏ ଭାରତର ନାଗରିକ ନୁହନ୍ତି ସେ ଦେଶରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରକାଶ କହିଛନ୍ତି। ସେ କିପରି ବ୍ରିଟିଶ ନାଗରିକ ହେଲେ ଏବଂ ଏବେ ଭାରତୀୟ ନାଗରିକତ୍ୱ ପାଇଛନ୍ତି, ତାହା ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ତାଙ୍କ ନାମାଙ୍କନପତ୍ର ଗ୍ରହଣ ନ କରିବାକୁ ସେ ରିଟର୍ନିଂ ଅଫିସରଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ୨୦୦୩ରୁ ୨୦୦୯ ମଧ୍ୟରେ ବ୍ରିଟେନ କମ୍ପାନୀରେ ଥିବା ରାହୁଲଙ୍କ ସମ୍ପତ୍ତି ସମ୍ପର୍କରେ ସେ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ସେ କଲେଜରେ ତାଙ୍କ ନାଁ ରାଉଲ ଭିନ୍ସି ଲେଖିଛନ୍ତି। ରାହୁଲ ଗାନ୍ଧୀ ନାମରେ କୌଣସି ସାର୍ଟିଫିକେଟ ନାହିଁ। ରାଉଲ ଭିନି୍ସ ଓ ରାହୁଲ ଗାନ୍ଧୀ ସମାନ ବ୍ୟକ୍ତି କି ବୋଲି ପ୍ରକାଶ ପ୍ରଶ୍ନ କରିବା ସହ ଯଦି ସେମାନେ ସମାନ ନୁହନ୍ତି ତେବେ ଯାଞ୍ଚ ପାଇଁ ମୂଳ ପ୍ରମାଣପତ୍ର ଦାଖଲ କରନ୍ତୁ ବୋଲି ପ୍ରକାଶ ଦାବି କରିଛନ୍ତି।


All Right Reserved By Dharitri.Com

ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତରୁ ପଳାୟନ କରିଥିବା ଜାକିର୍‌ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍‌ ବିନ୍‌ ମହମ୍ମଦଙ୍କ ସହିତ ଆଲୋଚନା...

ଯୋଗ ଦିବସରେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସରକାରୀ କର୍ମଚାରୀ

ଶାହଜହାଁପୁର,୨୧।୬: ଉତ୍ତରପ୍ରଦେଶର ଶାହଜହାଁପୁରରେ ଯୋଗ ଦିବସ ଅବସରରେ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କ ଏକ ଫଟୋ ଭାଇରାଲ ହୋଇଛି। ଜଣେ ସରକାରୀ କର୍ମଚାରୀ ତାଙ୍କୁ...

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ମତ ବଦଳାଇଲେ ଶାହ: ହିନ୍ଦୀକୁ ଦ୍ୱିତୀୟ ଭାଷା କରିବା ଲାଗି ପ୍ରସ୍ତାବ ଦେଇଥିଲି

ନୂଆଦିଲ୍ଲୀ,୧୯ା୯: ହିନ୍ଦୀ ଦିବସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ‘ଏକ ଦେଶ ଏକ ଭାଷା’ ନୀତି ପ୍ରଚଳନ ପ୍ରସ୍ତାବକୁ ନେଇ ବିବାଦ ଜୋର ଧରିଥିବାବେଳେ ବୁଧବାର...

ପୁଣି ସାମ୍ନାକୁ ଆସିଲା ଲାଲୁଙ୍କ ପାରିବାରିକ ଡ୍ରାମା

ପାଟନା,୧୬।୧୨: ଘରୋଇ କଳିକୁ ନେଇ ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ସମସ୍ୟାର ଅନ୍ତ ଘଟୁନାହିଁ। ରବିବାର ପାଟନାରେ...

ସୁପ୍ରିମ୍‌କୋର୍ଟରେ ଚିନ୍ମୟାନନ୍ଦ ମାମଲା: ଏସ୍‌ଆଇଟି ଗଠନ ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୩ା୯(ପି.ଟି.): ଉତ୍ତରପ୍ରଦେଶର ଶାହ୍‌ଜାହାନ୍‌ପୁରରେ ଆଇନ ଛାତ୍ରୀ ନିଖୋଜ ହେବା ଓ ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅସଦାଚରଣ...

ଶାହ ଫୈଜଲ ହାଇକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ,୨୧ା୮(ପି.ଟି.): ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହ ଫୈଜଲଙ୍କୁ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖି ଶ୍ରୀନଗର ପଠାଇଦିଆଯାଇଥିଲା। ଏହି ଘଟଣାକୁ...

ଗାନ୍ଦେରବଲ୍‌ରେ ସର୍ଚ୍ଚ ଅପରେଶନ୍‌: ୨ ହିଜିବୁଲ୍‌ ଆତଙ୍କବାଦୀ ଗିରଫ; ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ସର୍ଚ୍ଚ ଅପରେଶନ୍‌ ସମୟରେ ସୋମବାର ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଗାନ୍ଦେରବଲ୍‌ ଅଞ୍ଚଳରୁ ୨ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କୁ ଗିରଫ...

Leave a comment

Your email address will not be published. Required fields are marked *