ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇବା ଦାବି ନେଇ ଫେବୃୟାରୀ ୧ରେ କଂଗ୍ରେସର ଅନଶନ

ବରଗଡ଼ ଅଫିସ,୩୦।୧: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି)କୁ ସ୍ଥାନାନ୍ତର ପ୍ରତିବାଦରେ ଆସନ୍ତା ଫେବୃୟାରୀ ୧ତାରିଖ ସ୍ଥାନୀୟ ଗାନ୍ଧୀଛକରେ କଂଗ୍ରେସ ୨୪ ଘଣ୍ଟିଆ ଅନଶନ କରିବ। ଅନଶନରେ କଂଗ୍ରେସ ନେତା ନିପନ କୁମାର ଦାଶ, ବ୍ରହ୍ମାନନ୍ଦ ମହାକୁଡ଼ ବସିବେ। ଗୁରୁବାର ବରଗଡ଼ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତା ନିପନ କୁମାର ଦାଶ ସୂଚନା ଦେଇଛନ୍ତି। ସେହିପରି ବରଗଡ଼ବାସୀ ଲେଭେଲ-୧ କ୍ୟାନସର ହସ୍ପିଟାଲ ଦାବି କରୁଥିବା ବେଳେ ରାଜ୍ୟ ସରକାର ଲେଭେଲ-୩ କ୍ୟାନସର ହସ୍ପିଟାଲ ସ୍ଥାପନ ଆଳରେ ଭୂଆଁ ବୁଲାଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ବନ୍ଦ କରା ନ ଯାଇ ସେଠାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କଂଗ୍ରେସ ନେତା ଦାବି କରିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସୁବାସ ମଜୁମଦାର, ନିହାର ରଞ୍ଜନ ମହାନନ୍ଦ, ବ୍ରହ୍ମାନନ୍ଦ ମହାକୁଡ଼, ପାଣ୍ଡବ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁକୁର୍ଲା(ଖେଦାପାଲି)ରେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାର ଉଦ୍‌ଘାଟନ କରିଥିଲେ।


All Right Reserved By Dharitri.Com

ରବିଧାନ କିଣା ଆରମ୍ଭ ହେଲା: ୩ ଲକ୍ଷ ୪୮ ହଜାର ୮୬୮ କୁଇଣ୍ଟାଲ କିଣା ହେବ

ନୂଆପଡା ଅଫିସ,୨୦ା୫: ବହୁ ପ୍ରତିକ୍ଷୀତ ୨୦୧୯ ରବି ଧାନ କିଣା ସୋମବାରଠାରୁ ଆରମ୍ଭ ହୋଇଛି । ଏହାକୁ ଜିଲାପାଳ ଡା.ପୋମା ଟୁଡୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ...

ଚିକିଛା ଅଭାବୁ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ବୁଲୁ: ମାଏକିନାର ଉପରେ ୫ ପରାନୀର ବୋଝ୍‌

ଗଣ୍ଡତୁରୁମ, ୮ା୧(ଡି.ଏନ୍‌.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଭାଙ୍ଗକୁଦ ଗଁାର ବୁଲୁ ହଂସ(୪୩)। ସେ ଆଏଜ୍‌କେ ୨ ବଛର ହେଲା ରୋଗ୍‌ ବେମାରୀରେ ଶଢ଼ୁଛନ୍‌।...

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବ୍ଲାକମେଲିଂ ଉଦ୍ୟମ, ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୨ା୩: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବ୍ଲାକମେଲିଂ କରିବାକୁ ଉଦ୍ୟମ କରି ରବିବାର ଜଣେ ଯୁବକ ଗିରଫ ହେବା ସହ କୋର୍ଟ ଚାଲାଣ ହୋଇଛନ୍ତି। ସେ ହେଲେ...

ଝାରସୁଗୁଡାରେ ବିଚାରପତି-ପୋଲିସ ମୁହାଁମୁହିଁ

ଝାରସୁଗୁଡା ଅଫିସ,୨୭।୩-ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ଲକ୍‌ ଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ ସହରର କିଶାନ ଛକ, ବସଷ୍ଟାଣ୍ଡ ଛକ, ରେଳ ଷ୍ଟେସନ...

ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ

ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା...

କନ୍ଧମାଳ-ଗଞ୍ଜାମ ସୀମା ସିଲ୍‌, ଗାଡ଼ି ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଛି। ଏନେଇ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର...

ରାଜସ୍ବ ଗ୍ରାମ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ପଞ୍ଚାୟତ ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ପ୍ରଦାନ ଦାବି କରାଯାଇଛି। ଏ ନେଇ ଗ୍ରାମବାସୀ ବୁଧବାର...

ଛାତରୁ ଖସି ଜଣଙ୍କ ଜୀବନ ଗଲା

ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲା ଟାଉନ୍‌ଥାନା ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ଓଡ଼ିଶା ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଆସୋସିଏଶନ (ଓସିଆ) ଛାତରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ...

Leave a comment

Your email address will not be published. Required fields are marked *