ପରିବା ବୋଝେଇ ପିକ୍‌ଅପ୍‌କୁ ପିଟିଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର

କେନ୍ଦୁଝର,୩୦।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେକଡାଘର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକ୍‌ଅପ୍‌ ଗାଡି ଖରାପ ଥିବାରୁ ଛିଡ଼ା ହୋଇ ସଜାଡୁ ଥିବା ସମୟରେ ପଛରୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପିକ୍‌ଅପ୍‌ ଗାଡିର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଦୁଇଟି ପିକ୍‌ଅପ୍‌ ଗାଡି ଯାଜପୁର କୁଆଖିଆରୁ ପରିବା ନେଇ ରାଞ୍ଚି ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଶାରଳା ମନ୍ଦିର : ନିର୍ଦ୍ଦେଶ ମାନିଲେନି ଦୋକାନୀ, କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର ଅଫିସ,୨ା୮: ଝଙ୍କଡ଼ବାସିନୀ ମା’ଶାରଳାଙ୍କ ପୀଠ ପରିସରରେ ପାର୍କିଂ ନିଲାମୀ ନେଇଥିବା ବ୍ୟକ୍ତି, ଭୋଗ ଓ ଦୀପ ଦୋକାନୀ ଦୀର୍ଘଦିନ ଧରି ରାଜସ୍ବ ଲୁଟି ଚାଲିଥିଲେ...

ରକ୍ଷାବନ୍ଧନ ପାଳିତ

ଶେରଗଡ଼,୧୫।୮(ଡି.ଏନ.ଏ.)-ଶେରଗଡ଼ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଗୁରୁବାର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଛାତ୍ରୀଛାତ୍ରମାନେ ରାଖୀ ଗୀତ ବୋଲିବା ପରେ ପରସ୍ପରକୁ ରାଖୀ ବାନ୍ଧି...

ପ୍ରେମିକର ବର୍ବରକାଣ୍ଡ: ପ୍ରେମିକାଙ୍କ ବେକ କାଟିଦେଲେ

କାମାକ୍ଷାନଗର, ୨୧।୮(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ପିଛା କରି ସୁନ୍ଦରଗଡ଼ରୁ ଚାଲିଆସିଲେ ଢେଙ୍କାନାଳ। ରାତାରାତି ତାଙ୍କୁ ଧରି ଫେରାର ହୋଇଯିବାକୁ କରିଥିଲେ ଯୋଜନା। ହେଲେ ଏଥିରେ ଯୁବତୀ ଜଣକ...

ଇନରହ୍ବିଲ୍‌ କ୍ଲବ ପରିଦର୍ଶନ କଲେ ଜିଲା ଅଧ୍ୟକ୍ଷା

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଜାରକା ଇନରହ୍ବିଲ୍‌ କ୍ଲବର ବିଭିନ୍ନ ଜନହିତକର କାର୍ଯ୍ୟକୁ ବୁଧବାର ଇନରହ୍ବିଲ୍‌ କ୍ଲବ ୩୨୬ ଜିଲାର ଅଧ୍ୟକ୍ଷା ଜାଗୃତି ଯୋଶୀ ପରିଦର୍ଶନ କରି ତଦାରଖ କରିଛନ୍ତି।...

କରୋନା ମୁକାବିଲା: ୨୫ ପଞ୍ଚାୟତରେ ୪୫୦ ଶଯ୍ୟା ପ୍ରସ୍ତୁତ

ଦାରିଙ୍ଗବାଡ଼ି,୧୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ପ୍ରତିହତ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ କୋଭିଡ୍‌-୧୯...

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା : ପୋଲିସକୁ ତଥ୍ୟ ମାଗିଲେ ଶ୍ରମ ଅଧିକାରୀ

ପୁରୀ ଅଫିସ, ୯।୮: ରଥଯାତ୍ରା ସମୟରେ ଗତ ଜୁଲାଇ ୮ତାରିଖ ରାତିରେ ପୁରୀ ବସ୍‌ଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍‌ରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା...

ଅଚଳାବସ୍ଥାରେ ୱାଟର ଏଟିଏମ୍‌

ବ୍ରହ୍ମପୁର ଅଫିସ,୧୬ା୩: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ବ୍ରହ୍ମପୁର ମହାନଗରବାସୀ ଓ ବାହାରୁ ସହରକୁ ଆସୁଥିବା ଜନସାଧାରଣଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ମହାନଗର ନିଗମ...

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି...

Leave a comment

Your email address will not be published. Required fields are marked *