ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଖୋର୍ଦ୍ଧା ଅଫିସ,୩୦ା୧:  ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ୪ ପର୍ଯ୍ୟାୟର ଫଟୋ ଉତ୍ତୋଳନ ଓ ୪ ପର୍ଯ୍ୟାୟର ବିଲ୍‌ ମଞ୍ଜୁର ପାଇଁ ୫ରୁ ୧୦ ହଜାର ଟଙ୍କା ଲାଞ୍ଚ ନିଆଯାଉଛି। ସେହିଭଳି ପୁରୁଣା କାନ୍ଥରେ ଛାତ ପକାଇ ବିଲ୍‌ ମଞ୍ଜୁର କରାଯାଉଛି। ଛାତ ଘର ଲୋକଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯାଉଥିବାର ଅଭିଯୋଗ ରହିଛି। ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି।
ଅଭିଯୋଗ ଅନୁସାରେ ୨୦୧୮-୧୯ ଆର୍ଥିକବଷର୍ର୍ରେ ୪ନଂ. ୱାର୍ଡରେ ୩ ଜଣ ସ୍ବଚ୍ଛଳ ବର୍ଗର ଲୋକ କାର୍ଯ୍ୟାଦେଶ ପାଇ ଘର କରିଛନ୍ତି। ୭ନଂ. ୱାର୍ଡରେ ପୁରୁଣା ଘର ଛାତ ପତନ ହୋଇ ରହିଥିଲା। ଅନ୍ୟ ସ୍ଥାନର ନିଅଁ ଖୋଳା ଓ ପ୍ଲିନ୍ଥ ପର୍ଯ୍ୟନ୍ତ ଫଟୋ ଦେଖାଇ ୩ ପର୍ଯ୍ୟାୟ ବିଲ୍‌ କରାଇ ନିଆଯାଇଛି। ପରେ ନୂଆ ଛାତ ପକାଇ ପୁରୁଣା କାନ୍ଥରେ ପ୍ଲାଷ୍ଟର କରାଇ ଅନିୟମିତତାକୁ ଘୋଡାଇବାକୁ ଚେଷ୍ଟା କରାଯାଇଛି। ୧୪ ନଂ. ୱାର୍ଡରେ ୨ଜଣ କୋଠା ଘର ଥିବା ସ୍ବଚ୍ଛଳ ବର୍ଗର ଲୋକଙ୍କୁ କାର୍ଯ୍ୟାଦେଶ ଦେଇ ପୁରୁଣା କୋଠା ଘରକୁ ଲଗାଇ ନୂଆ କୋଠା ଘରରେ ବିଲ୍‌ କରାଯାଇଛି। ୧୬, ୧୦, ୯ ନଂ. ୱାର୍ଡରେ ଜଣେ ଲେଖାଏ ସ୍ବଚ୍ଛଳ ବର୍ଗର ବ୍ୟକ୍ତି ପୁଣି ପୁରଣା କୋଠା ଘର ଥାଇ କାର୍ଯ୍ୟାଦେଶ ପାଇ ନୂଆ ଘର କରିଛନ୍ତି।
ଅସ୍ଥାୟୀ ଅମିନ ସର୍ବେସର୍ବା
ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ସ୍ଥାୟୀ ଅମିନ ଥାଉ ଥାଉ ଜଣେ ଅସ୍ଥାୟୀ ଅମିନ ନିଯୁକ୍ତି ପାଇଛନ୍ତି। ଅସ୍ଥାୟୀ ଅମିନ ରଖିବାକୁ ସରକାରୀ ନିର୍ଦ୍ଦେଶନାମା ନ ଥିବାବେଳେ କିପରି ନିଯୁକ୍ତି ଦିଆଯାଇଛି ତାହା ତଦନ୍ତ ସାପେକ୍ଷ। ତେବେ ଅସ୍ଥାୟୀ ଅମିନ ଆବାସ ଯୋଜନାର ଅନେକ ଅନିୟମିତତାରେ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ ହେଉଛି। ଅସ୍ଥାୟୀ ଅମିନଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।
ଘର କଲା ପରେ ମିଳୁନି ବିଲ୍‌
ୱାର୍ଡ ନଂ. ୧୫ ପଲଟନପଡିଆରେ ରୁହନ୍ତି ପୁଷ୍ପାରାଣୀ ରାଉତ। ୨୦୧୯ ଫେବୃୟାରୀ ୨୭ରେ ଆବାସ ଯୋଜନାରେ ୭୨୩ ନଂ.ରେ ଘର କରିବା ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଇତିମଧ୍ୟରେ ୧୦ ମାସରୁ ଊର୍ଦ୍ଧ୍ୱ ବିତି ଯାଇଛି। ହେଲେ ପୁଷ୍ପାରାଣୀ ଆଦୌ ବିଲ୍‌ ପାଇ ନାହାନ୍ତି। ପୁଷ୍ପାରାଣୀଙ୍କ ଘର ନିିମିଟାଲ ପର୍ଯ୍ୟନ୍ତ ଶେଷ ହୋଇଛି। ଘରର କାର୍ଯ୍ୟକୁ ଅନୁଧ୍ୟାନ କଲେ ପ୍ରଥମ କିସ୍ତିରେ ୪୦ ହଜାର ଓ ୨ୟ କିସ୍ତିରେ ୬୦ ହଜାର ଏପରି ୧ ଲକ୍ଷ ଟଙ୍କା ପାଇ ସାରନ୍ତେଣି। ହେଲେ ଆଜି ଆସ, କାଲି ଆସ କହି ପୁଷ୍ପାରାଣୀଙ୍କୁ ଅଫିସକୁ ଦୌଡା ଯାଉଛି। ଏପରି କି ବିଲ୍‌ ମଞ୍ଜୁର ଓ ଦୁଇ ପର୍ଯ୍ୟାୟର ଫଟୋ ଉତ୍ତୋଳନ ପାଇଁ ଲାଞ୍ଚ ନ ଦେବାରୁ ତାଙ୍କ ବିଲ୍‌ ପଡି ରହିଥିବା ପୁଷ୍ପାରାଣୀ ଅଭିଯୋଗ କରିଛନ୍ତି। ଆଉ କେତେବର୍ଷ ଅପେକ୍ଷା କଲା ପରେ ବିଲ୍‌ ମିଳିବ ବୋଲି ପୁଷ୍ପାରାଣୀ କହିଛନ୍ତି। ତେବେ ସେ ଲାଞ୍ଚ ଆଦୌ ଦେବେ ନାହିଁ ବୋଲି କହିଛନ୍ତି। ୧୦ ଦିନ ଭିତରେ ତାଙ୍କର ବିଲ ନ ଦେଲେ ମ୍ୟୁନିସିପାଲିଟି ସମ୍ମୁଖରେ ଅନଶନ କରିବେ ବୋଲି କହିଛନ୍ତି। ଏ ନେଇ ପୌର ପ୍ରଶାସକ ତଥା ଜିଲାପାଳ ସିତାଂଶୁ ରାଉତ କୁହନ୍ତି, ଆବାସ ଯୋଜନାରେ ଯେଉଁ ଦୁର୍ନୀତି ଅଭିଯୋଗ ଆସିଛି ତା’ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।


All Right Reserved By Dharitri.Com

ଅବଢ଼ା ଯୋଜନା ପାଇଁ ଖର୍ଚ୍ଚ ହେବ ୩୨୦୮ କୋଟି

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ଅବଢ଼ା ଯୋଜନା ପାଇଁ ରାଜ୍ୟ ସରକାର ବୃହତ୍‌ ବ୍ୟୟବରାଦ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ସରକାର ଏହି ଯୋଜନା ସକାଶେ ୩୨୦୮ କୋଟି...

କୂଅରେ ପଡ଼ି ଯୁବକଙ୍କ ପ୍ରାଣଗଲା

ସଜନାଗଡ଼,୮।୮(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ଛକ ନିକଟ ୧୯ ନଂ ରାଜ୍ୟ...

ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି ଆଉ ଏକ ପଦକ୍ଷେପ: ଏଣିକି ରୋଗୀଙ୍କଠାରୁ ଫୋନ୍‌ ଯୋଗେ ମତାମତ ନେବ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ବିଗତ ଦିନରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ପୁଣି ଏଭଳି ଏକ ପଦକ୍ଷେପ...

ମୋତେ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ବଡ଼ ସରପ୍ରାଇଜ୍‌: ସୁଜିତ କୁମାର

ଭୁବନେଶ୍ୱର,୭ା୩(ବ୍ୟୁରୋ): ମୋତେ ରାଜ୍ୟ ସଭା ଲାଗି ପ୍ରାର୍ଥୀ କରିବା ମୋ’ ପାଇଁ ବହୁତ ବଡ଼ ସରପ୍ରାଇଜ୍‌ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଲାଗି...

ଜେନାପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଜେନାପୁର ଡାକ୍ତରଖାନା ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ପ୍ରଶାସନ ପାଖରେ ଦାବି ରଖିଥିଲେ...

କର୍ମଚାରୀଙ୍କ ଅନଶନକୁ ନେଇ ତ୍ରିପାକ୍ଷିକ ବୈଠକ: ଦୁଇ ଦିନରେ ସମାଧାନ କରିବାକୁ ନିର୍ଦ୍ଦେଶ

କାଳିଆପାଣି,୧୬ା୧୦(ଡି.ଏନ୍‌.ଏ.)- ଅଟ୍‌ୱାଲ ଛଟେଇ ଶ୍ରମିକଙ୍କ ଅନଶନକୁ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ସମାଧାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଉପଜିଲାପାଳ ସନ୍ତୋଷ କୁମାର...

ପ୍ରବଳ ବର୍ଷାରେ ଘର କାନ୍ଥ ଭୁଶୁଡିଲା

ମାଲକାନଗିରି,୬ା୯(ସ୍ବ.ପ୍ର): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗିରହିଛି। ଗୁରୁବାର ରାତିରେ ବର୍ଷାରେ ଖଇରପୁଟ ସଦର ମହକୁମା ସାହୁ କଲୋନୀ ସାହିରେ ଜଣେ ପି.ଚନ୍ଦ୍ରଶେଖର ଆଚାରି ଙ୍କ...

ଜୀବନରେ ଯୋଗର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

ଝରିଗାଁ,୨୧।୬(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦରମହକୁମାସ୍ଥିତ ୧୫ ତମ ବାଟାଲିଅନ୍‌ ବିଏସ୍‌ଏଫ୍‌ କ୍ୟାମ୍ପରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଝରିଗାଁ...

Leave a comment

Your email address will not be published. Required fields are marked *