ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର

ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଭଙ୍ଗାଯାଉଛି। ତେବେ ଏହି ଉଚ୍ଛେଦକୁ ନେଇ ନୂଆ ଏକ ଘଟଣା ସାମ୍ନାକୁ ଆସିଛି। ଉଚ୍ଛେଦରେ ବ୍ୟବହୃତ ହେଉଛି ଉଚ୍ଚ କ୍ଷମତାସମ୍ପନ୍ନ ଜେସିବି ଏବଂ ବୁଲ୍‌ଡୋଜର। ଏହି ମେଶିନ ମାଡ଼ରେ ଥରିଯାଉଛି ସଂଲଗ୍ନ ଅଞ୍ଚଳ। ୭୫ ମିଟର ପରେ ଥିବା ଘରେ ବି ଫାଟ ସୃଷ୍ଟି ହେଉଛି। ଭାଇବ୍ରେଟ ଯୋଗୁ ଗୋଟିଏ କି ଦୁଇଟି ନୁହେଁ ଏକାଧିକ କୋଠା ଏବଂ ରାସ୍ତାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେବେ ସବୁଠୁ ପରିତାପର ବିଷୟ ହେଉଛି ଯେଉଁ ଲୋକଙ୍କର ଘର ଫାଟୁଛି ଏବଂ ଯାହାର ଅଧା ଭାଙ୍ଗୁଛି ସେମାନେ ମରାମତି କିମ୍ବା ନିର୍ମାଣ କରିବାକୁ ଚାହୁଁଥିଲେ ବି କରିପାରୁ ନାହାନ୍ତି। ଏଥିପାଇଁ ଦରକାର ପଡୁଛି ଅନୁମତି। ୧୦୦ ମିଟର ଭିତରେ କିଛି ବି କଲେ ଏଏସ୍‌ଆଇଠାରୁ ଅନୁମତି ଆଣିବା ଦରକାର ବୋଲି ପ୍ରଶାସନ କହୁଛି। ଏହା ଏବେ ପାଖ ପଡୋଶୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କିଭଳି ବିପଦପୂର୍ଣ୍ଣ ଘରେ ରହିବେ ତାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିିଛନ୍ତି।
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସହ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ପାଇଁ ନିର୍ମାଣ ହେବ ସୁରକ୍ଷା ବଳୟ। ସେଥିପାଇଁ ସୁରକ୍ଷା ଜୋନରେ ଜୋର୍‌ଦାର ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ବୁଲୁଛି ବୁଲ୍‌ଡୋଜର। ଉଚ୍ଚକ୍ଷମତା ସମ୍ପନ୍ନ ବୁଲ୍‌ଡୋଜର ସହ ଡ୍ରିଲ ମେଶିନ, ଜେସିବି ଆଦି ମାଡ଼ରେ ଥରିଉଠୁଛି ଉଚ୍ଛେଦ ସଂଲଗ୍ନ ଅଞ୍ଚଳ। ୭୫ମିଟର କଡ଼ରେ ଥିବା ଘରଗୁଡ଼ିକରେ ଫାଟ ସୃଷ୍ଟି ହେଉଛି। ଗଡ଼ନ୍ତି ଛକ ନିକଟ ହୋମିଓପାଥିକ ଡାକ୍ତର କୃପାସିନ୍ଧୁ ଦାଶଙ୍କ ଘର ୭୫ ମିଟର ପରେ ରହିଛି। କିନ୍ତୁ ପାଖ ଘର ଭଙ୍ଗା ସମୟରେ ବୁଲ୍‌ଡୋଜର ମାଡ଼ରେ ତାଙ୍କ ଘରେ ଫାଟ ସୃଷ୍ଟି ହୋଇଛି। ଏହିଭଳି ଏକାଧିକ ଘର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସବୁଠୁ ପରିତାପର ବିଷୟ ହେଉଛି ସେମାନେ ଚାହିଁଲେ ବି ତାଙ୍କ ଘର ମରାମତି କରିପାରୁ ନାହାନ୍ତି। ଏଥିରେ ବାଧକ ସାଜିଛି ଏଏସ୍‌ଆଇର ନିୟମ। ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ନିର୍ମାଣ ପାଇଁ ଅନୁମତି ଦରକାର। ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ଏହା କୁହାଯାଇଥିବା ଜଣାପଡ଼ିିଛି। ତେଣୁ ସେମାନେ ଘର ମରାମତି କିମ୍ବା ନିର୍ମାଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କ ଘରର କିଛି ଅଂଶ ୭୫ ମିଟର ମଧ୍ୟରେ ରହିଛି ସେମାନେ ପ୍ରଶାସନ ଭାଙ୍ଗିବା ପୂର୍ବରୁ ନିଜେ ଲୋକ ଲଗାଇ ହାତରେ ଭାଙ୍ଗିବାକୁ ଉଚିତ ମଣୁଛନ୍ତି। କାରଣ ପ୍ରଶାସନ ବୁଲ୍‌ଡୋଜର, ଜେସିବି ଦ୍ୱାରା ଭାଙ୍ଗିଲେ ତାଙ୍କ ଘରର ଅନ୍ୟ ଅଂଶ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥିବାରୁ ସେମାନେ ଲୋକ ଲଗାଇ ଭାଙ୍ଗୁଛନ୍ତି। ୭୫ ମିଟର ଉଚ୍ଛେଦ ପରେ ରହିଯାଇଥିବା ଭଗ୍ନ ଅଂଶକୁ ମରାମତି ବା ନିର୍ମାଣ ପାଇଁ ଏଏସ୍‌ଆଇର ଅନୁମତି ଏବେ ଅଡୁଆ ସାଜିଛି। ଏ ନେଇ ପାଖ ପଡୋଶୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, କେତେକ ଲୋକ ଏହାକୁ ଆଳ କରି ନୂଆ ନିର୍ମାଣ କରିବାକୁ ଚାହୁଁଛନ୍ତି । ତେଣୁ ସେମାନଙ୍କୁ ଏଏସ୍‌ଆଇ ଏବଂ ପିକେଡିଏଠାରୁ ଅନୁମତି ଆଣିବାକୁ ପଡ଼ିବ।


All Right Reserved By Dharitri.Com

ସ୍ମୃତିରେ ସଜ୍ଜଳ କଳ୍ପନା: ପର୍ବତରାଣୀଙ୍କୁ ଝୁରୁଛି ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୩।୫ – ଏଭରେଷ୍ଟର ଉତ୍ତୁଙ୍ଗ ଶିଖରରେ ତ୍ରିରଙ୍ଗା ଉଡ଼ାଇବା ସ୍ବପ୍ନ ସାକାର କରୁକରୁ ସବୁଦିନ ଲାଗି ନୀରବିଗଲେ ପର୍ବତରାଣୀ କଳ୍ପନା ଦାଶ। ଏହି...

ଦିବ୍ୟାଙ୍ଗ ଅଞ୍ଜନଙ୍କୁ ଆବାସ ଯୋଜନା ସାତ ସପନ

ଚମ୍ପୁଆ,୨୯।୮(ଡି.ଏନ.ଏ.)-ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ଅଢଙ୍ଗାପାଳର ଅଞ୍ଜନ ମହାନ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ ପାଲଟିଛି। ଦୁଇବର୍ଷ ପୂର୍ବରୁ ଆବେଦନ କରି ମଧ୍ୟ ଆଜି...

ନେପାଳରୁ ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

ଭଦ୍ରକ ଅଫିସ,୩୦।୪: କରୋନା ଲକ୍‌ଡାଉନ ହେବାର କିଛି ମାସ ପୂର୍ବରୁ କେନ୍ଦୁଝର ଓ ଭଦ୍ରକ ଜିଲାର କିଛି ଶ୍ରମିକ କାର୍ଯ୍ୟ ପାଇଁ ନେପାଳ ଯାଇଥିବା ଜଣାପଡ଼ିଛି।...

ପଶ୍ଚିମ ଓଡ଼ିଶା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ...

ଏସ୍‌ଏଚଜି ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ

କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୨୦୯ ଜଣ ମହିଳା, ପୁରୁଷଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଲକ୍‌ ଡାଉନ ଯୋଗୁ ପ୍ରଭାବିତ...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାହାନଗା,୧୩।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ମହାରୁଦ୍ରପୁର ଗ୍ରାମର ହୋତା ପୋଖରୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ...

ଅସୁରକ୍ଷିତ ବନ୍ୟପ୍ରାଣୀ: ସାତକୋଶିଆ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର; ୩ଜଣ ଶିକାରୀ ସହ ମାଂସ ଜବତ

ଠାକୁରମୁଣ୍ଡା, ୨୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ ୧୨ ତଳବନ୍ଧ ନାଳ ନିକଟରେ ଗୁରବାର ରାତିରେ...

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ...

Leave a comment

Your email address will not be published. Required fields are marked *