ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କେନ୍ଦୁଝର, ୨୯ା୧(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିବା ଜଣାପଡିଛି। ମିଳିଥିବା ଖବର ଅନୁସାରେ, ନରଣପୁର-ଡୁବୁରୀ ରାସ୍ତାର ସୁନାଟାଙ୍ଗିରୀ ନିକଟରେ ପଣ୍ଡାପଡା ଆଡୁ ଆସୁଥିବା ଏକ ଗ୍ଲାମର ବାଇକ୍‌କୁ କେନ୍ଦୁଝର ପଟୁ ଦ୍ରୂତଗତିରେ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ଥିବା ଜୁଙ୍ଗା ପଞ୍ଚାୟତ ଠାକୁରକାଳିମାଟି ଗ୍ରାମର ରୁନା ନାଏକ(୨୬) ଓ ଓସ୍ତପଙ୍ଗା ଘୋଳିଆନାଳିର ନୃସିଂହ ନାଏକ(୨୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଦୁର୍ଘଟଣାସ୍ଥଳରେ ହମ୍ପସ ନିର୍ମାଣ ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି ଫଳକ ଲଗାଇବା ଦାବିରେ ରାସ୍ତାରୋକୋ କରିଥିଲେ। ଖବରପାଇ ପଣ୍ଡାପଡା ପୋଲିସ, କେନ୍ଦୁଝର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରକାଶ ଜେମ୍ସ ଟପୋ, ଘଟଗଁ। ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ବଳଭଦ୍ର ପୂର୍ତ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଉଭୟ ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ଏବଂ ହମ୍ପସ ନିର୍ମାଣ, ସୂଚନା ଫଳକ ସମ୍ପର୍କରେ ଆଲୋଚନା ପରେ ରାସ୍ତାରୋକୋ ହଟିଥିଲା। ପଣ୍ଡାପଡା ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିବା ଜଣାପଡିଛି।


All Right Reserved By Dharitri.Com

୮ ଓଏଏସ୍‌ ଅଫିସରଙ୍କ ପଦୋନ୍ନତିକୁ ମୋହର

ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ଆଇଏଏସ୍‌ ଅଫିସର ପାହ୍ୟାକୁ ପଦୋନ୍ନତି ଦେବାକୁ ରାଜ୍ୟ ସରକାର ୮ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ସେମାନେ ହେଲେ...

ବ୍ରାହ୍ମଣୀରୁ ବେଆଇନ ବାଲି ଚାଲାଣ: ୩ ଟ୍ରାକ୍ଟର ଜବତ, ଜରିମାନା ଆଦାୟ

ପରଜଙ୍ଗ, ୩୦।୮(ଡି.ଏନ୍‌.ଏ.) – ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ବେଳେ ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଏବଂ ତହସିଲ ପ୍ରଶାସନ ପକ୍ଷରୁ ୩ଟି...

ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ କୌଶଲ୍ୟା: ଦରଦ୍‌ ଲାଗି ଛଟ୍‌କି ଛାଡୁଛନ୍‌

ଲାଠୋର, ୧୮ା୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀପଡ଼ାର କୌଶଲ୍ୟା ନାଏକ(୫୬)। ସେ ଗଳଗଣ୍ଡ ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାରଟା ନିହାତି ଗରିବ୍‌।...

କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ

ମାର୍ଶାଘାଇ,୭।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ...

ବିଦ୍ୟୁତ୍‌ଜନିତ ଜୀବନହାନି ହ୍ରାସ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସମ୍ବେଦନଶୀଳ ବିଦ୍ୟୁତ୍‌ ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଭବିଷ୍ୟତରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌...

କୁଟୁରା ମାଂସ ସହ ବନ୍ଧୁକ ଜବତ, ୨ ଗିରଫ

ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ଶିକାର କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି।...

କଳାହାଣ୍ଡି ଏମ୍‌ପିଙ୍କ କୋକସରା ବ୍ଲକ ଗସ୍ତ

କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଗସ୍ତ କରିଛନ୍ତି। ସେ ବ୍ଲକ୍‌ର ଲଡ଼ୁଗାଁ ମାମୋଦେବୀ ଧର୍ମଶାଳାଠାରେ ଏକ...

ଜିଲା ବାହାର ଶ୍ରମିକଙ୍କୁ ନେଇ ଠିକାସଂସ୍ଥାରେ ଉତ୍ତେଜନା

ଦାରିଙ୍ଗବାଡ଼ି,୧୧।୫(ଡି.ଏନ.ଏ)- ସରକାର ଗ୍ରୀନ୍‌ଜୋନ୍‌ରେ ଚାଷକାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାମ ସାମାଜିକ ଦୂରତା ରଖି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକ ଠିକାସଂସ୍ଥାରେ...

Leave a comment

Your email address will not be published. Required fields are marked *