ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୧(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ କମ ସ୍ପେଶାଲ ଜଜ ଲୋକନାଥ ସାହୁ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ବୁଧବାର ଦୋଷୀ ଜଗନା ମୁଣ୍ଡାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଫାଇନ କରିଛନ୍ତି। ଏହି ଅର୍ଥ ନ ଦେଇପାରିଲେ ଅଧିକ ୬ ମାସ ଜେଲ ଭୋଗିବାକୁ ଆଦେଶ କରିଛନ୍ତି। ଏହା ସହିତ ପିଡିତା ନାବାଳିକାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ କରାଯାଇଥିବା ସ୍ପେଶାଲ ପିପି ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।
୨୦୧୩ ମସିହା ଜାନୁୟାରୀ ୨୪ ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜଗନାଙ୍କ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ଘଟଣା ଦିନ ଡେଲିଭରୀ ହେବାର ଥିଲା। ଏଣୁ ସେ ତାଙ୍କ ଧାଇ ଭାବରେ କାମ କରୁଥିବା ଜଣେ ସମ୍ପର୍କିୟ ବୃଦ୍ଧାଙ୍କୁ ଘରକୁ ଡାକିଥିଲା। ଉକ୍ତ ବୃଦ୍ଧାଙ୍କ ସହିତ ତାଙ୍କ ନାତୁଣୀ ଆସିଥିଲା। ଉକ୍ତ ଦିନ ଜଗନା ପାଖ ଗ୍ରାମକୁ ଗୁଣିଆ ଡାକିବା ପାଇଁ ଯିବାକୁ କହି ଉକ୍ତ ପିଡିତାଙ୍କୁ ଧରି ଯାଇଥିଲା। ତେବେ ସେ ସେ ଦିନ ନ ଫେରି ପର ଦିନ ଫେରିଥିଲା। ଏନେଇ ଧାଇ ତାଙ୍କ ନାତୁଣୀଙ୍କୁ ପଚାରିବାରୁ ନାତୁଣୀ ଜଣକ ସବୁ ସତ କଥା ଜଣାଇଥିଲା। ଏହାକୁ ନେଇ ବଲାଣୀ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ଏହାର ଶୁଣାଣି କରି କୋର୍ଟ ଏହି ଦଣ୍ଡାଦେଶ କରିଛନ୍ତି।


All Right Reserved By Dharitri.Com

ପ୍ରଶାସନର ନୂଆବର୍ଷ ପ୍ରସ୍ତୁତି: ଝଲସିଲାଣି ମେଘନାଦ ପାଚେରି; ଶେଷ ପର୍ଯ୍ୟାୟରେ ବ୍ୟାରିକେଡ କାମ

ପୁରୀ ଅଫିସ, ୨୯ା୧୨:  ଆଉ ୩ ଦିନ ପରେ ନୂଆବର୍ଷ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି...

ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ

ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ...

ଆଜି ବିଧାନସଭା ଘେରିବେ ୫୦ ହଜାର ବସ୍ତିବାସିନ୍ଦା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ) : ଗୌଡ ବସ୍ତି, ବୀରବସ ବସ୍ତି, ଲକ୍ଷ୍ମୀପୁର ବସ୍ତି ଓ ଶ୍ରୀକ୍ରିଷ୍ଣ ନଗର ବସ୍ତିରେ ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା ଶୁକ୍ରବାର ଗୋଟିଏ...

ଯନ୍ତାରେ ପଡ଼ିଲା ଉତ୍ପାତ କରୁଥିବା ହନୁ

ବାରଙ୍ଗ,୪ା୭(ଡି.ଏନ୍‌.ଏ.): ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଅନ୍ଧାରୁଆ ଜଗନ୍ନାଥପ୍ରସାଦ ଗ୍ରାମରେ ଗତ ୨ମାସ ହେବ ଉତ୍ପାତ ସୃଷ୍ଟିକରୁଥିବା ଏକ ଲାଞ୍ଜଖଣ୍ଡି ହନୁମାଙ୍କଡ ବୁଧବାର ଧରାପଡିଛି। ବିସ୍କୁଟ ଖାଇବାକୁ...

ଶାଳକାଠ ବୋଝେଇ ପିକ୍‌ଅପ୍‌ ଗାଡ଼ି ଜବତ: ଅଭିଯୁକ୍ତ ଫେରାର

ପାଟଣା,୨୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଧନୁର୍ଜୟପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଶନିବାର ସକାଳେ ପାଟଣା ବନ ବିଭାଗ ୫ ଖଣ୍ଡ ଶାଳକାଠ ଥିବା...

ଜଗତ୍‌ସିଂହପୁର ଜିଲା ଚିଠି: କାଗଜପତ୍ରରେ କଟକଣା, ଟ୍ରାଫିକ ସମସ୍ୟା ଜଟିଳ

ଜଗତ୍‌ସିଂହପୁର ଜିଲାରେ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡିଛି। ପ୍ରତ୍ୟହ କେଉଁଠି ନା କେଉଁଠି ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ଏହାର ପ୍ରତିକାର ପାଇଁ ଯଦିଓ ଜିଲା...

ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଅନୁରୋଧ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୋମବାର ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସାମ୍ପ୍ରତିକ ସ୍ଥିତିରେ କରୋନା ବ୍ୟତୀତ...

‘ଓଡ଼ିଆ ମୋ ପରିବାରର’ ପ୍ରଥମ ବୈଠକ: ୩ ଦିଗ ଉପରେ କାର୍ଯ୍ୟ ଲାଗି ଖସଡା ପ୍ରସ୍ତୁତି

ଭୁବନେଶ୍ୱର,୫।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଆ ମୋ ପରିବାରର’ ପ୍ରଥମ ଆନୁଷ୍ଠାନିକ ବୈଠକ ରବିବାର ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆବାହକ...

Leave a comment

Your email address will not be published. Required fields are marked *