Posted inଖେଳ

ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ,୨୯।୧- ଏଠାରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିଛି। ଦଳକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ। ଦୁହେଁ ପ୍ରଥମ ଉଇକେଟ ପାଇଁ ୯ ଓଭରରେ ୮୯ ରନ୍‌ କରିଥିଲେ। ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ରାହୁଲ ୨୭ ରନ୍‌ କରି ଆଉଟ୍‌ ହେବା ପରେ ଅର୍ଦ୍ଧଶତକ ପୂରଣ କରିସାରିଥିବା ରୋହିତ ୬୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ପରେ ଶିବମ ଦୁବେ (୩) କିଛି ଖାସ୍‌ କରିପାରି ନ ଥିଲେ। ମଧ୍ୟକ୍ରମରେ ଶ୍ରେୟାସ ଆୟାର ୧୭, ଅଧିନାୟକ ବିରାଟ କୋହଲି ୩୮, ମନୀଷ ପାଣ୍ଡେ ୧୪ ଓ ରବୀନ୍ଦ୍ର ଜାଡେଜା ୧୦ ରନ୍‌ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଗାଙ୍ଗୁଲି, ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ଗଲା ବିସିସିଆଇ

ନୂଆଦିଲ୍ଲୀ,୨୩।୫: ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳକୁ ପୂରା ୩ ବର୍ଷକୁ ବୃଦ୍ଧି କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ଧୋନୀ ଥିଲେ ସୁପର ଓଭରରେ ବୁମ୍‌ରା ନୁହେଁ, ଏହି ବୋଲରଙ୍କୁ ଦେଇଥାନ୍ତେ ବୋଲିଂ

ନୂଆଦିଲ୍ଲୀ,୩୦ା୧: ହାମିଲ୍‌ଟନର ଶେଡନ୍‌ ପାର୍କରେ ଟିମ୍‌ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ୍‌ ଜିତି ଇତିହାସ...

ତାଇଓ୍ବାନ ଏକାଡେମୀରେ ଯୋଗଦେଲେ ସିନ୍ଧୁଙ୍କ କୋଚ୍‌

ପୁଣେ,୧୫।୧୧- ପି. ଭି. ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତ ଛାଡ଼ିଥିବା କୋରିଆନ ବ୍ୟାଡ୍‌ମିଣ୍ଟନ କୋଚ୍‌ କିମ ଜି ହ୍ୟୁନ ପୁଣେ...

ଇଣ୍ଡିଆନ ଗ୍ରାଁ ପ୍ରି ୫: ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୮(କ୍ରୀଡ଼ା ପ୍ରତିନିଧି)- ପଞ୍ଜାବର ପଟିଆଲାସ୍ଥିତ ଏନଏସଏନଆଇଏସଠାରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍‌ ମିଟ୍‌ର ୫ମ ଚରଣରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ...

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୪୮/୪

ପର୍ଥ, ୧୨।୧୨- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ଗୁରୁବାର ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମାର୍ନୁସ ଲାବୁସେନଙ୍କ...

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ, ପାଣି ବାଣ୍ଟିଲେ ସାମି

ନୂଆଦିଲ୍ଲୀ,୨।୬(ପି.ଟି.): କୋଭିଡ-୧୯ ମହାମାରୀ ଲଢେଇରେ ସାମିଲ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାରେ ପ୍ରଭାବିତ ହୋଇ ସେ ସମାଜମଙ୍ଗଳ କାର୍ଯ୍ୟପାଇଁ...

ଗୋଆରେ ଖେଳାଯିବ ଆଇଏସ୍‌ଏଲ ଫାଇନାଲ

ମୁମ୍ବାଇ,୨୩ା୨(ପି.ଟି.)- ଗୋଆର ମାର୍ଗାଓଠାରେ ଚଳିତ ସିଜନରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଫାଇନାଲ ଖେଳାଯିବ। ଏ ନେଇ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ସ ଫାଉଣ୍ଡିଂ ମୁଖ୍ୟ ନିତା...

ପ୍ରମିଳାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଥମ ପଦକ ଜିତିଛନ୍ତି ପ୍ରମିଳା କିର୍ସାନୀ। ସିନିୟର ମହିଳା ୫୫...

Leave a comment

Your email address will not be published. Required fields are marked *