Posted inଜାତୀୟ

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି, ଫେବୃୟାରୀ ୧ରେ ଦୋଷୀଙ୍କୁ ଦିଆଯିବ ଫାଶୀ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଫାଶୀଖୁଣ୍ଟରେ ଝୁଲିବାକୁ ଥିବା ୪ ଅଭିଯୁକ୍ତ ନୂଆ ନୂଆ ଭେଳିକି ଦେଖାଉଛନ୍ତି। ଆସନ୍ତା ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏଥିରୁ ବର୍ତ୍ତିବା ପାଇଁ ଦୋଷୀମାନେ ଆଇନର ସବୁ ରାସ୍ତାକୁ ଆପଣାଇବାରେ ଲାଗିଛନ୍ତି। ଦୋଷୀଙ୍କ ଏଭଳି ଭେଳିକି ଦେଖି ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି, ଫେବୃୟାରୀ ୧ ତାରିଖରେ ହିଁ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଫାଶୀ ବିଳମ୍ବ ଯୋଗୁ ଆଶା ଦେବୀ କ୍ରୋଧ ପ୍ରକାଶ କରିଛନ୍ତି। ଏଭଳି ଦୋଷୀଙ୍କୁ ଆମ ନ୍ୟାୟ ବ୍ୟବସ୍ଥା ଯେଉଁ ଅଧିକାର ଦେଇଛି, ତେଣୁ ସେମାନେ ଭୁଲ ଉପଯୋଗ କରୁଛନ୍ତି। କୋର୍ଟ ଏହା ଉପରେ ଅଙ୍କୁଶ ଲଗାଇବା ଉଚିତ। ୨୦୧୨ର ଏହି ଘଟଣାରେ ୬ ଜଣ ଗିରଫ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଦୋଷୀ ରାମ ସିଂହ ଆତ୍ମହତ୍ୟା କରିଥିଲା। ଅନ୍ୟ ୪ ଜଣଙ୍କୁ ୨୦୧୩ରେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।


All Right Reserved By Dharitri.Com

ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ...

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ,୮।୨: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସାଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜପାକସା ୫ ଦିନିଆ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ।...

ରାମ ରହିମଙ୍କୁ ଝଟ୍‌କା

ପଞ୍ଚକୁଲା,୧୦।୧୨: ପଞ୍ଚକୁଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ମଙ୍ଗଳବାର ସିବିଆଇ କୋର୍ଟରୁ ଝଟ୍‌କା ମିଳିଛି। ସିବିଆଇ ବିଚାରପତିଙ୍କୁ ପରିବର୍ତ୍ତନ ପାଇଁ କରାଯାଇଥିବା...

ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୌଦ୍ଧ ଭିକ୍ଷୁ

ଗୟା,୨୨।୪: ବୋଧ ଗୟାର ମହାବୋଧି ମନ୍ଦିରରେ ଥିବା ବୌଦ୍ଧ ଭିକ୍ଷୁମାନେ ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରବିବାର ସନ୍ଧ୍ୟାରେ ଏକ ମହମବତୀ...

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର,୨୦।୪: ଝାଡ଼ଖଣ୍ଡ ଜମ୍‌ଶେଦ୍‌ପୁର ଲୋକ ସଭା ଆସନରେ ୬ଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ କରାଯିବ। ଏଠାରେ ଥିବା ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦...

ଚନ୍ଦାପଣ ଠୁଁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ …

ପରିବର୍ତ୍ତିତ ଜୀବନ ଶୈଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁ କେତେକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳିଥାଏ। ଚନ୍ଦାପଣ ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି...

କଂଗ୍ରେସ ଉପରେ ବର୍ଷିଲେ ମୋଦି

ହରିୟାଣା,୧୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ହରିୟାଣାରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସଫଳତାର କାହାଣୀ କହିଛନ୍ତି।...

Leave a comment

Your email address will not be published. Required fields are marked *