ଭାରତବନ୍ଦ ଆନ୍ଦୋଳନକାରୀଙ୍କ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌

କେନ୍ଦୁଝର,୨୯।୧(ସ୍ବ.ପ୍ର.): ଏନ୍‌ଆରସି ଓ ସିଏଏ ବିରୋଧରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦୁଝର ଜିଲାରେ ସେଭଳି ପ୍ରଭାବ ଦେଖିବାକୁ ମିଳିନାହିଁ। କେନ୍ଦୁଝର ସହର ଗାନ୍ଧିଛକରେ ମୋର୍ଚ୍ଚାର ସଦସ୍ୟ ଓ ନେତାମାନେ ଏନ୍‌ଏଚ୍‌ ନଂ.୪୯କୁ ଅବରୋଧ କରିଥିଲେ। କିନ୍ତୁ ଏନ୍‌ଆରସି ସମର୍ଥକମାନେ ପହଞ୍ଚି ସେମାନଙ୍କୁ ଘଉଡାଇ ଦେବାରୁ ଏହା ଭଣ୍ଡୁର ହୋଇଥିଲା। ଏହାକୁ ନେଇ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିନ୍ତ୍ରଣାଧୀନ କରିଥିଲା। ପୂର୍ବପରି ଏନ୍‌ଏଚ୍‌ ଓ ଅନ୍ୟାନ୍ୟ ରାସ୍ତାରେ ଗାଡି ଚଳାଚଳ କରିଥିଲା। ଏହି ଘଟଣାକୁ ନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଦୋକାନ ବଜାର, ସ୍କୁଲ କଲେଜ, ଅଫିସ ଆଦି ଖୋଲା ରହିଥିଲା। ଏହି ଘଟଣାରେ ପୋଲିସ କେତେକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିବା ଜଣାପଡିଛି। ବେଆଇନ ଭାବରେ ରାସ୍ତା ଅବରୋଧ କରିବା, ଅସଦାଚରଣ କରିବା ସହ କେତେକ ଦେଶ ବିରୋଧୀ ନାରା ଦେବା, ପାକିସ୍ତାନ ଜିନ୍ଦାବାଦ୍‌ ଭଳି ସ୍ଲୋଗାନ ଦିଆଯାଇ ଶାନ୍ତି ଓ ଭାଇଚାରା ମନୋଭା ଭଂଗ କରାଯାଇଥିବା ନେଇ ଅଭିଯୋଗ ହୋଇଛି।


All Right Reserved By Dharitri.Com

ବ୍ରହ୍ମପୁର ଷ୍ଟାଡିୟମ୍‌ରେ ସର୍ବସାଧାରଣଙ୍କ ପ୍ରବେଶ: ପେସାଦାର ଖେଳାଳିଙ୍କ ବିରୋଧ

ବ୍ରହ୍ମପୁର ଅଫିସ୍‌,୨୧ା୬- ନେତା ବଦଳିଲେ, ନୀତି ବଦଳେ। ଏକଥା କୁହାଯାଏ। ହେଲେ ବ୍ରହ୍ମପୁର ସହରରେ ଏବେ ନେତା ବଦଳୁଥିବା ନୀତି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର...

ବଜାରରୁ ଭିଟାମିନ ସି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉଭାନ

ଜୟପୁର,୧୮ା୪(ନି.ପ୍ର.): ସାରା ବିଶ୍ୱକୁ କିଛି ମାସ ହେଲା ଆତଙ୍କିତ କରି ରଖିଛି କରୋନା ଭାଇରସ। ଏହାର ମୁକାବିଲା ପାଇ କେନ୍ଦ୍ର ଓ ରାଜ୍ୟ ସରକାର ସବୁ...

ମହିଳାଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ବଡ଼ସାହି, ୭।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଜୁଣପଦା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ଶୁକ...

କୁସୁମୀ ନଦୀରେ ଭାସିଗଲେ ଯୁବକ

ଖଣ୍ଡପଡ଼ା,୨୭ା୧୦(ସ୍ବ.ପ୍ର.) -ଖଣ୍ଡପଡା ସହର ଉପକଣ୍ଠରେ ପ୍ରବାହିତ କୁସୁମୀ ନଦୀକୁ ଶନିବାର ସକାଳ ୯ଟାରେ ୨ ଜଣ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ନଦୀର...

କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାବୁନ୍‌ ଓ ମାସ୍କ ବଣ୍ଟନ

ପଦ୍ମପୁର, ୨ା୪ (ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତର ବାସନ୍ତୀ କ୍ଲବର ସଦସ୍ୟମାନେ ବୁଧବାର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ୧୫୦୦ ଶହ...

ଖୋର୍ଦ୍ଧାରେ ବନ୍ଦ ସଫଳ

ଖୋର୍ଦ୍ଧା ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ପାଳନ ଡାକରା ଖୋର୍ଦ୍ଧାରେ ସଫଳ ହୋଇଛି। କଂଗ୍ରେସ,ସିପିଆଇଏମ୍‌, ଏସ୍‌ଆଇଟିୟୁ ସମେତ...

ହୋଟେଲକୁ ସିଲ୍‌ କରିଦେଲା ପ୍ରଶାସନ

ବରଗଡ଼ ଅଫିସ୍‌,୨୬।୪: ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସହରର ଏକ ହୋଟେଲକୁ ସିଲ୍‌ କରି ଦିଆଯାଇଛି । ଲକ୍‌ ଡାଉନ୍‌ କଟକଣା କୋହଳ ହୋଇଥିଲେ ହେଁ...

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ: ଠିକାଦାରଙ୍କୁ ଘେରିଲେ ଗ୍ରାମବାସୀ

ବନ୍ତ, ୩୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଡତିରା ପଞ୍ଚାୟତ ପରମାନନ୍ଦପୁରଠାରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।...

Leave a comment

Your email address will not be published. Required fields are marked *