ବ୍ରିଜ୍‌ ତଳକୁ ଖସିଲା ବସ୍‌: ୩ ମୃତ, ୨୭ରୁ ଊର୍ଦ୍ଧ୍ୱ ଆହତ

ବ୍ରହ୍ମପୁର ଅଫିସ,୨୯।୧: ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ବୁଧବାର ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ ଖସିପଡିବାରୁ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକମାନଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ମହିଳା ୨ ଜଣ ଅଛନ୍ତି। ସେହିପରି ୨୭ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିବା ଯୋଗୁ ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏବେ ବି ବସ ଭିତରେ କିଛି ଯାତ୍ରୀ ଫଶି ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଛନ୍ତି। ତେବେ ପାଣି ଓ ପଥର ପଡ଼ି ରହିଥିବା ଯୋଗୁ ଉଦ୍ଧାରକାରୀ ଟିମ ପାଇଁ ଏହା ସମସ୍ୟା ହୋଇଛି।
ସୂଚନାଯୋଗ୍ୟ, ମାରୁତି ନାମକ ଘରୋଇ ବସ ରାୟଗଡ଼ା ଟିକିରିରୁ ବ୍ରହ୍ମପୁର ଆସୁଥିଲା। ତେବେ ରାତି ପ୍ରାୟ ୩ଟା ସମୟରେ ବସ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ବସ୍‌ରେ ୫୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି।


All Right Reserved By Dharitri.Com

ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହାହେଲେ ପ୍ରସୂତି

ରତ୍ନଗିରି,୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବାଇଁଶିରିଆ ପଞ୍ଚାୟତରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ଏକ ଅଭାବନୀୟ ଘଟଣା...

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଆହତ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଚରମ୍ପାରେ ଶନିବାର ସକାଳେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡ଼ିଛି। ଚରମ୍ପା ନିକଟରେ ଥିବା ଏକ...

ବନ୍ତରେ ରୁରାଲ ହାଉସିଂ ପରାମର୍ଶଦାତା: ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ

ବନ୍ତ,୮।୨(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଆର୍‌.ଏଚ୍‌(ରୁରାଲ ହାଉସିଂ) ପରାମର୍ଶଦାତା ନିରଞ୍ଜନ ବେହେରା ଶୁକ୍ରବାର ବନ୍ତ ବ୍ଲକ ପରିଦର୍ଶନ କରିଛନ୍ତି। ବିଭିନ୍ନ ପଞ୍ଚାୟତରେ ସେ ପ୍ରଧାନମନ୍ତ୍ରୀ ଆବାସ...

ଆଉ ଦୁଇଦିନ ହେବ ଥଣ୍ଡା:ଦାରିଙ୍ଗବାଡ଼ିରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ): ଡିସେମ୍ବର ଶେଷ ହେବାକୁ ବସିଲାଣି। ଶୀତର ନାଁଗନ୍ଧ ନ ଥିଲା। ଗୁରୁବାର ହଠାତ୍‌ ପାରଦ ୨ରୁ ୩ ଡିଗ୍ରୀ ତଳକୁ ଖସିଯିବାରୁ ରାଜ୍ୟରେ...

ସାବିତ୍ରୀରେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳାଙ୍କ ଜୀବନଗଲା

ଖୋର୍ଦ୍ଧା ଅଫିସ,୨୨।୫: ଶୁକ୍ରବାର ସାବିୀତ୍ରୀ ବ୍ରତ ଅବସରରେ ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଓଳସିଂ ପଞ୍ଚାୟତ ଡମଣଭୂମି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି।...

ପୁରୁଷୋତ୍ତମପୁରରେ ପହଞ୍ଚତ୍ଲେ ୬୨ ସୁରଟ ଫେରନ୍ତା

ପୁରୁଷୋତ୍ତମପୁର, ୨l୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଜଣେ ମହିଳାଙ୍କ ସମେତ ୬୨ ଜଣ ଶନିବାର ରାତି ପ୍ରାୟ ୧୧ଟାରେ ସୁରଟରୁ ବସ୍‌...

ଅର୍ଦ୍ଧାହାରରେ ବିତୁଛି ଦିନ

ହାଟଡିହୀ, ୪।୯(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଧବା ମହିଳା ବାସନ୍ତୀ ମଣ୍ଡଳ(୫୫) ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ତାଙ୍କ ସ୍ବାମୀ...

ନିର୍ବାଚନ ସମୀକ୍ଷା ବୈଠକର ଭିଡିଓ ଭାଇରାଲ: ଭୋଟ ଦେଇ ନ ଥିବା ଲୋକଙ୍କ ପାଇଁ କାମ କରିବି ନାହିଁ କହିଲେ ବିଧାୟକ

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ): ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଏହି ଭିଡିଓରେ ବିଧାୟକ କହିଛନ୍ତି  ଯେ, ତାଙ୍କୁ ଯେଉଁମାନେ ଭୋଟ ଦେଇନାହାନ୍ତି...

Leave a comment

Your email address will not be published. Required fields are marked *