ଖୋଲୁନି ଓ୍ବାଚ୍‌ ଟାଓ୍ବାର, ପର୍ଯ୍ୟଟକ ନିରାଶ

କେନ୍ଦୁଝର, ୨୯ା୧ (ସ୍ବ.ପ୍ର.)-ପାଖାପାଖି ୧କୋଟି ଟଙ୍କାରେ ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହୋଇଛି। ତେବେ ଏହାର ଉଦ୍‌ଘାଟନ ମକରର ଦୁଇଦିନ ପୂର୍ବରୁ କରାଯାଇଥିଲେ ହେଁ ଦୁଇ ତିନିଦିନ ପରେ ଟାଓ୍ବାରରେ ତାଲା ପଡିଲା। ଫଳରେ ଏହାକୁ ଦେଖିବାକୁ ଯାଉଥିବା ପର୍ଯ୍ୟଟକ ଓ୍ବାଚ୍‌ ଟାଓ୍ବାର ଉପରକୁ ଯାଇ ନ ପାରି ନିରାଶ ହୋଇ ଫେରୁଛନ୍ତି। ଏହାର ଉଦ୍‌ଘାଟନ ହେବା ପରେ ପ୍ରଚାର ପ୍ରସାର ହୋଇଥିଲା। ଏଣୁ ଏହି ଓ୍ବାଚ୍‌ ଟାଓ୍ବାର ଦେଖିବା ସହ ଏହା ଉପରୁ ଭୀମକୁଣ୍ଡର ଚାରିପାର୍ଶ୍ୱର ମନୋରମ ଦୃଶ୍ୟକୁ ଉପଭୋଗ କରିବା ଏବଂ ଏକ ନିଆରା ଅନିୁଭୂତି ସଂଗ୍ରହ କରିବା ପାଇଁ ଜିଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ପହଞ୍ଚୁଥିଲେ ହେଁ ଏଥିରେ ତାଲା ପଡିଥିବାରୁ ଉପରକୁ ଯାଇ ନ ପାରି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ପୂର୍ବରୁ ଏହି କେନ୍ଦ୍ରକୁ ଆସି ଲୋକମାନେ ଭୋଜିଭାତ କରୁଥିଲେ ଏବଂ ମନୋରମ ଜଳପ୍ରପାତ ଓ ସୁଗମ ପାହାଡ଼ ମଧ୍ୟରେ ବୈତରଣୀର ଅଙ୍କାବଙ୍କା ଜଳଧାରାର ପ୍ରବାହ ଓ ଚାରିପାଖରେ ଥିବା ପ୍ରାକୃତିକ ସବୁଜିମା ଦେଖି ଖୁସିରେ ବିନା ଫି’ରେ ଫେରୁଥିଲେ। ତେବେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହେବା ପରେ ଏହି ସ୍ଥାନକୁ ପ୍ରବେଶ ଓ ଭୋଜିଭାତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଫି’ ଆଦାୟ ବ୍ୟବସ୍ଥା କରିଛନ୍ତି। ଏହି ଫି’ ଆଦାୟ ବ୍ୟବସ୍ଥାକୁ ସ୍ଥାନୀୟ ଭୀମକୁଣ୍ଡ ଯୁବକ ସଂଘ ୧ ଲକ୍ଷ ୧୫ ହଜାର ଟଙ୍କାରେ ପ୍ରଶାସନ ନିକଟରୁ ଟେଣ୍ଡରରେ ନେଇଛନ୍ତି। ତେବେ ଟାଓ୍ବାର୍‌ରେ ତାଲା ପଡିବା ଯୋଗୁ ପର୍ଯ୍ୟଟକ ମୁହଁ ଫେରାଉ ଥିବାରୁ ଯୁବକ ସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି ା ଏନେଇ ଯୁବକ ସଂଘର ସଭାପତି ଦ୍ୱାରିକା ମୋଦି କହିଛନ୍ତି ଯେ, ଓ୍ବାଚ୍‌ ଟାଓ୍ବାର ଖୋଲାଯାଇ ନ ଥିବାରୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ା ଏଣୁ କିପରି ଟେଣ୍ଡର ବାବଦକୁ ଦେଇଥିବା ଟଙ୍କା ଉଠାଇବୁ ଚିନ୍ତାରେ ଅଛୁ ା ଏଣୁ ପ୍ରଶାସନ ଏହାକୁ ଖୋଲିବା ବ୍ୟବସ୍ଥା କରିବା ଉଚିତ। ସେହିପରି ଏହା ପରିସରରେ ଥିବା ଏକ ଗେଷ୍ଟ ହାଉସ ମଧ୍ୟ ସଂଘକୁ ହସ୍ତାନ୍ତର କରାଯାଇନାହିଁ। ଫଳରେ ସଂଘ ମଧ୍ୟରୁ ଏଥିରୁ ଦୁଇ ପଇସା ପାଇବା ପାଇଁ କରିଥିବା ଆଶା ପାଣିରେ ପଡିଛି। ଏହି ଟାଓ୍ବାର ନ ଖୋଲିଲେ ଓ ଗେଷ୍ଟ ହାଉସ ହସ୍ତାନ୍ତର ନ କଲେ ଆମକୁ ଟେଣ୍ଡର ଅର୍ଥରେ ରିହାତି ଦିଆଯାଉ ବୋଲି ସଂଘର ବରିଷ୍ଠ ସଦସ୍ୟ ତପନ କୁମାର ମୋଦି କହିଛନ୍ତି ା ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ଏହି ଟାଓ୍ବାର ବ୍ଲକ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି। ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ଏହା ତୁରନ୍ତ ଖୋଲିବା ଲାଗି ବ୍ୟବସ୍ଥା କରାଯିବ ା ଏ ନେଇ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାୟକ କହିଛନ୍ତି ଯେ, ଓ୍ବାଚ ଟାଓ୍ବାର ସମସ୍ୟା ବିଷୟରେ ସେ ଜାଣିନାହାନ୍ତି। ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଅଛନ୍ତି, ସେ କହିପାରିବେ। ତେବେ ଏହାର ଦାୟିତ୍ୱରେ ଯେ କେହି ବି ରୁହନ୍ତୁ, ଜିଲାର ପର୍ଯ୍ୟଟନର ବିକାଶ ପାଇଁ ଜିଲା ପ୍ରଶାସନ ଉଦ୍ୟମ କରିଆସୁଥିବା ବେଳେ ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ପର୍ଯ୍ୟଟକମାନେ ମତବ୍ୟକ୍ତ କରିଛନ୍ତି।


All Right Reserved By Dharitri.Com

୫ ଶିକାରୀ ଗିରଫ, ବନ୍ଧୁକ ଜବତ

ସଜନାଗଡ଼,୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। କୁଲଡ଼ିହା...

ପୂରା ହେଲା ଆକାଶରେ ଉଡ଼ିବାର ସ୍ବପ୍ନ: ବିମାନଯାତ୍ରାର ମଜା ନେଲେ ୪୮ ଦିବ୍ୟାଙ୍ଗ ଶିଶୁ, କିଶୋର

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବପ୍ନ ବାସ୍ତବ ରୂପ ନେଲା। ଆକାଶରେ ଉଡ଼ିବାର ଇଚ୍ଛା ପୂରଣ ହେଲା। ସମସ୍ତଙ୍କ ଆଖିରେ ଥିଲା ଚମକ, ମୁହଁରେ ଖୁସି, ଓଠରେ ହସ ଓ...

ରାଜ୍ୟକୁ ଆସିବା ପୂର୍ବରୁ ସୂଚନା ଦିଅ, ନଚେତ ସରକାରୀ ସୁବିଧା ମିଳି ନ ପାରେ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ନିୟମ ଅନୁଯାୟୀ ସବୁକିଛି ବ୍ୟବସ୍ଥିତ...

ଧାର ଟଙ୍କା ନ ଦେବାରୁ ଯୁବକଙ୍କୁ ହତ୍ୟା

କେସିଙ୍ଗା,୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ କେରୋକୁଡା ଗ୍ରାମରେ ଧାର ଟଙ୍କା ନ ଦେବାରୁ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ବୈତରଣୀ ନଦୀବନ୍ଧ ନିର୍ମାଣରେ ବ୍ୟାପକ ଅନିୟମିତତା

ଯାଜପୁର ଅଫିସ,୬।୩: ଯାଜପୁର ଜିଲା ଦଶରଥପୁର ବ୍ଲକବାସୀଙ୍କ ପାଇଁ ବୈତରଣୀ ଜୀବନରେଖା ସଦୃଶ। ଏହି ନଦୀଜଳରୁ ଅଧିକାଂଶ ଚାଷୀ ସେମାନଙ୍କ ଚାଷ କାର୍ଯ୍ୟ ସମ୍ପାଦନ କରିଥାନ୍ତି।...

ଗଁ। ଚଳଣିରୁ ବାସନ୍ଦ ଅଭିଯୋଗ:ଗ୍ରାମ ସଭାପତିଙ୍କ ସମେତ ୫ ଗିରଫ

ବଇଣ୍ଡା,୭।୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଏକ ଦଳିତ ପରିବାରକୁ ବାସନ୍ଦ ଅଭିଯୋଗରେ ପୋଲିସ ସୋମବାର ୫ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନେ...

ମାସ୍କ ନ ପିନ୍ଧି ୧୪୨ ଜଣ ଗଣିଲେ ଜରିମାନା

ବରଗଡ଼ ଅଫିସ,୬ା୫: ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଜରିମାନା ନିଆଯାଉଛି। ଏହି କ୍ରମରେ ବରଗଡ଼...

୨ ଲୋଧା ଶିଶୁଙ୍କ ଚିକିତ୍ସାରେ ଅର୍ଥ ବାଧକ

ଚିତ୍ରଡା,୧୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମ ଲୋଧା ସମ୍ପ୍ରଦାୟର ରାଧି ନାୟକଙ୍କ ଦୁଇ ଶିଶୁ କନ୍ୟାଙ୍କ ଚିକିତ୍ସାରେ ଅର୍ଥ...

Leave a comment

Your email address will not be published. Required fields are marked *