୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରେ ନୂଆ ନିଯୁକ୍ତି ସଂଖ୍ୟା ସର୍ବାଧିକ ୮.୯୪ ଲକ୍ଷ ରହିଛି। ଏଥିପୂର୍ବରୁ ପୂର୍ବ ମାସରେ ଜାରି ଅନ୍ତରୀଣ ତଥ୍ୟ ଅନୁଯାୟୀ, ଏହା ୮.୯୬ ଲକ୍ଷ ରହିବ ବୋଲି କୁହାଯାଇଥିଲା। ସୂଚନାଥାଉ କି, ଇପିଏଫ୍‌ଓ ଗତବର୍ଷ ଏପ୍ରିଲରୁ କମ୍ପାନୀଙ୍କ ବେତନ ରେଜିଷ୍ଟରରେ ସାମିଲ ହେଉଥିବା ନାମ ଆଧାରରେ ନିଯୁକ୍ତି ସୃଷ୍ଟି ତଥ୍ୟ ଜାରି କରିବା ଆରମ୍ଭ କରିଛି। ସଂଗଠନ ୨୦୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ତଥ୍ୟ ପୂର୍ବରୁ ସଂଗ୍ରହ କରିଥିଲା। ଫେବୃୟାରୀରେ ୨୨ରୁ ୨୫ ବର୍ଷ ବୟସ ବର୍ଗରେ ୨.୩୬ ଲକ୍ଷଙ୍କୁ ଏବଂ ୧୮ରୁ ୨୧ ବର୍ଷ ବୟସ ବର୍ଗରେ ୨.୦୯ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିଛି। ତଥ୍ୟ ଅନୁଯାୟୀ ୨୦୧୭ ସେପ୍ଟେମ୍ବରରୁ ଚଳିତବର୍ଷ ଫେବୃୟାରୀ ମଧ୍ୟରେ ୧୮ ମାସରେ ୮୦.୮୬ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହୋଇଥିବା ଦର୍ଶାଯାଇଛି।


All Right Reserved By

ନିବେଶକଙ୍କ ଉପରେ ଚଡ଼କ;ଏଫ୍‌ପିଆଇ ଉଠାଇ ନେଲେ ୧୫ ଲକ୍ଷ କୋଟି

ମୁମ୍ବାଇ,୬-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ବଜେଟ ଓ ଫାଇନାନ୍ସିଆଲ ବିଲ୍‌ ଉପସ୍ଥାପନ କରିଥିଲେ। ଏଥିରେ ଅତି ଧନୀ ଓ ବିଦେଶୀ ପୋର୍ଟଫୋଲିଓ...

ସଭରେନ ବଣ୍ଡ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ସଭରେନ ବଣ୍ଡ ମାଧ୍ୟମରେ ବିଦେଶରୁ ଋଣ କରିବେ। ଏଥିଲାଗି ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର...

ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ,୧୭-୫: ଜେଟ୍‌ ଏୟାରଓ୍ବେଜ୍‌ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର...

ଏଫ୍‌ପିଆଇଙ୍କୁ ଟାର୍ଗେଟ କରାଯାଇନି: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦-୭:ବଜେଟରେ ପ୍ରସ୍ତାବ ଦିଆଯାଇଥିବା ନୂଆ ଟିକସ ବ୍ୟବସ୍ଥାକୁ ନେଇ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର(ଏଫ୍‌ପିଆଇ)ଙ୍କ ମଧ୍ୟରେ ବିଭିନ୍ନ ଆଶଙ୍କା ଉପୁଜିଛି। ଏହାର ପ୍ରଭାବ ଦେଶର ପୁଞ୍ଜି ବଜାର...

ବଜେଟକୁ ନିବେଶକଙ୍କ ନାପସନ୍ଦ

ମୁମ୍ବାଇ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବଜେଟକୁ ଷ୍ଟକ୍‌ ମାର୍କେଟ ସକରାମତ୍କ ଭାବେ ଗ୍ରହଣ କରିପାରିନାହିଁ। ବଜେଟ ଉପରେ ଆଶାବାନ୍ଧିଥିବା ନିବେଶକ ନିରାଶ ହୋଇଛନ୍ତି। ଫଳସ୍ବରୂପ...

ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର,୧୦ା୮:ହସ୍ତଶିଳ୍ପୀ ଆର୍ଟିଜାନ୍ସ ଏବଂ ଓ୍ବେଭର୍ସ ଓ୍ବେଲଫେୟାର ଆସୋସିଏଶନ ପକ୍ଷ ରୁ ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିୟନଠାରେ ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଏକ୍ସପୋର...

ଅର୍ଥନୀତି ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ହେବ ବିଳମ୍ବ;ଆହୁରି ୮ ବୈଠକରେ ଯୋଗ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୧୯-୮: ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ଆର୍ଥିକ ପ୍ୟାକେଜ ଘୋଷଣା କରିବା ଆହୁରି ବିଳମ୍ବ ହେବ। କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାରା ଦେଶରେ...

ଜମ୍ମୁ-କଶ୍ମୀରରେ ହେବ ନିଯୁକ୍ତି ବର୍ଷା;ସରକାରଙ୍କୁ ସମର୍ଥନ ଜଣାଇଲା ସିଆଇଆଇ

ନୂଆଦିଲ୍ଲୀ,୧୦-୮: ଦେଶର ଉଦ୍ୟୋଗ ସଂଗଠନ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଜମ୍ମୁ-କଶ୍ମୀରରେ ନିବେଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *