Posted inଜାତୀୟ

୨ ବର୍ଷ ପରେ ଲାଲୁଙ୍କୁ ଭେଟିଲେ ରାବିଡି ଦେବୀ

ରାଞ୍ଚି,୨୮।୧: ଦୀର୍ଘ ୨ ବର୍ଷ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି ସ୍ତ୍ରୀ ରାବିଡି ଦେବୀ। ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ରିମ୍ସ)ରେ ଭର୍ତ୍ତି ଥିବା ଲାଲୁଙ୍କୁ ଭେଟି ତାଙ୍କ ସହ ଘଣ୍ଟାଏ ଧରି ଆଲୋଚନା କରିଛନ୍ତି ରାବିଡି। ଏହି ସମୟରେ ଝିଅ ମିଶା ଭାରତୀ ମଧ୍ୟ ଉପସ୍ଥିତ ଥିଲେ। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ବିର୍ସାମୁଣ୍ଡା ଜେଲରେ ୧୪ବର୍ଷ ଦଣ୍ଡାଦେଶ ଭୋଗୁଥିବା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ତାଙ୍କୁ ରିମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭେଟିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡିଥିଲେ ରାବିଡି। ପରେ ତାଙ୍କୁ ଅନୁମତି ଦିଆଯାଇଥିଲା। ସେ ମିଶାଙ୍କ ସହ ଆସି ରିମ୍ସରେ ତାଙ୍କୁ ଭେଟିଥିଲେ।


All Right Reserved By Dharitri.Com

ସିଏଏକୁ ବିରୋଧ କରି ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

ଚେନ୍ନାଇ,୨।୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ଥମିବାର ନାଁ ନେଉନି। ରବିବାର ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଦ୍ୱାରା ସିଏଏକୁ ବିରୋଧ...

ମୋଦିଙ୍କ ପାଇଁ ନିଆରା ଉପହାର

ନୂଆଦିଲ୍ଲୀ, ୨।୬: ୨୦୧୪ ଲୋକ ସଭା ନିର୍ବାଚନଠାରୁ ଚା’ରେ ଚର୍ଚ୍ଚା ଏତେ ମାତ୍ରାରେ ବ୍ୟାପିଛି ଯେ, ଯାହା ଆଜି ପର୍ଯ୍ୟନ୍ତ ଥମିନି। ଚା’କୁ ନେଇ ଚର୍ଚ୍ଚା,...

ପାଣ୍ଠିର ଅଭାବ: ୯୦ ହଜାର ଯବାନଙ୍କୁ ମିଳିବନି ୨ ମାସ ଦରମା

ନୂଆଦିଲ୍ଲୀ,୨୯।୧: ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ ଏବେ ପାଣ୍ଠିର ଅଭାବ ଦେଖାଦେଇଛି। ତେଣୁ ଜାନୁୟାରୀ ଓ ଫେବୃୟାରୀ ୨ ମାସ ଧରି ଏସ୍‌ଏସ୍‌ବି ଯବାନଙ୍କୁ ଦରମା ମିଳିବ...

ପଳାତକ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ନାଁରେ ‘ବ୍ଲୁ କର୍ନର ନୋଟିସ’ ଜାରିକଲା ଇଣ୍ଟରପୋଲ୍‌

ଗାନ୍ଧୀନଗର,୨୨ା୧: ଭାରତ ଛାଡ଼ି ପଳାୟନ କରିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କୁ ଗିରଫ କରିବା ପାଇଁ ଗୁଜରାଟ...

ଅଭିଯୁକ୍ତ ଡାକ୍ତରଙ୍କୁ ଦୋଷମୁକ୍ତ କରିବା ସହିତ ଗୋଟିଏ ବର୍ଷରେ ଶହେ ବୃକ୍ଷ ଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୬।୭: ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ସୁପ୍ରିମ୍‌କୋର୍ଟ ଦୋଷମୁକ୍ତ କରିଛନ୍ତି। ତେବେ ଡାକ୍ତର ଏଭଳି ଅପରାଧ କରିଥିବା ସମୟରେ ନାବାଳକ ଥିବାରୁ ତାଙ୍କୁ ଦଣ୍ଡ...

ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବାକୁ ମିଳିିବନି ଅନୁମତି: ଡିଜିପି

ଲକ୍ଷ୍ନୌ,୨୨।୧୨: ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବା ଅନୁମତି ମିଳିବ ନାହିଁ ବୋଲି ତ୍ତରପ୍ରଦେଶ ଡିଜିପି ଓ.ପି. ସିଂ ସୂଚନା ଦେଇଛନ୍ତି। ତୃଣମୂଳ ନେତା...

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ...

ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ପ୍ରତିଦିନ କରାଯାଏ ୧୫୦ ଥର ଫାୟାରିଂ

ସୁରଟ,୧୫।୧୦: ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ...

Leave a comment

Your email address will not be published. Required fields are marked *