ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାତୀୟ ହସ୍ତତନ୍ତ ମେଳା-୨୦୨୦ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ପକ୍ଷରୁ ଆୟୋଜିତ ଏହି ମେଳାକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଚଳିତବର୍ଷ ମେଳାରେ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ତାମିଲନାଡ଼ୁ, କର୍ନାଟକ, ଉତ୍ତରାଖଣ୍ଡ, ହରିୟାଣା ଏବଂ ଓଡ଼ିଶାର ପ୍ରାୟ ୧୦୦ ସଂସ୍ଥା ଓ ସମିତି ଅଂଶଗ୍ରହଣ କରିଛନ୍ତି। ଏଠାରେ ଭାରତର ବିଭିନ୍ନ କୋଣାନୁକୋଣରେ ପ୍ରସ୍ତୁତ କଟନ୍‌, ସିଲ୍‌କ, ଟସର, ଏରି ଭଳି ବିଭିନ୍ନ ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ହସ୍ତତନ୍ତ ଶାଢ଼ି, ଡ୍ରେସ୍‌ ଓ ଡ୍ରେସ୍‌ ମ୍ୟାଟେରିଆଲ୍‌, ବିଭିନ୍ନ ଫାବ୍ରିକ୍‌ର କପଡ଼ା ଇତ୍ୟାଦି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଛି।
ଫେବୃୟାରୀ ୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାର ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ୍‌, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ବିଭାଗୀୟ ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇ ମେଳାର ଆଭିମୁଖ୍ୟ ସମ୍ପର୍କରେ କହିଥିବାବେଳେ ବୟନିକା ସଭାପତି ଶେଷ କୁମାର ମେହେର, ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଗତବର୍ଷଗୁଡ଼ିକରେ ସର୍ବାଧିକ ବ୍ୟବସାୟ କରିଥିବା ୩ ତନ୍ତୁବାୟ ସମିତିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ସୁବର୍ଣ୍ଣପୁର ଜିଲାର ମା’ କ୍ଷେତ୍ରପାଳ ତନ୍ତୁବାୟ ସହଯୋଗ ସମିତି ପ୍ରଥମ ପୁରସ୍କାର ପାଇଥିବାବେଳେ ସେହି ଜିଲାର ଦେବ ଦେବ ମହାଦେବ ତନ୍ତୁବାୟ ସମିତି ଦ୍ୱିତୀୟ ପୁରସ୍କାର ଏବଂ କଟକ ନୂଆପଟଣାର ମା’ ଅନ୍ନପୂର୍ଣ୍ଣା ତନ୍ତୁବାୟ ସମିତି ତୃତୀୟ ପୁରସ୍କାର ପାଇଥିଲା। ବିଜେତାମାନଙ୍କୁ ଯଥାକ୍ରମେ ୩ ଲକ୍ଷ, ୨ ଲକ୍ଷ ଏବଂ ୧ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହାସହ ୭୫ ବର୍ଷ ପୂରଣ କରିଥିବା ୩ ଐତିହ୍ୟ ସମବାୟ ସମିତି ଗଞ୍ଜାମର କଣ୍ଟେଇକୋଳି ତନ୍ତୁବାୟ ସହଯୋଗ ସମିତି, କୁଲାଡ ତନ୍ତୁବାୟ ସହଯୋଗ ସମିତି ଏବଂ ବେଲଗୁଣ୍ଠା ତନ୍ତୁବାୟ ସହଯୋଗ ସମିତିକୁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରିଥିଲେ। ମେଳାକୁ ଉଦ୍‌ଘାଟନ କରି ସେ ଏହାର ଥିମ୍‌ ପ୍ୟାଭିଲିୟନ୍‌ ବୁଲି ଦେଖିଥିଲେ।


All Right Reserved By Dharitri.Com

କେନ୍ଦ୍ରୀୟ ଅଧିକାରୀଙ୍କୁ ଡକରା

ଭୁବନେଶ୍ୱର,୧୭।୨(ବ୍ୟୁରୋ): ବିଭିନ୍ନ ସର୍ବଭାରତୀୟ ସେବା (ଏଆଇଏସ୍‌) ଏବଂ ଆଲାଏଡ୍‌ ସେବା ଅଧିକାରୀମାନେ ଯେପରି ଓଡ଼ିଶା ଆସି କାର୍ଯ୍ୟ କରିପାରିବେ, ସେନେଇ ରାଜ୍ୟ ପ୍ରଶାସନ ପ୍ରକ୍ରିୟା ଆରମ୍ଭ...

ସ୍ମରଣୀୟ ୭୩

୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶ ହାସଲ କରିଥିବା ୭୩ଟି ଉଲ୍ଲେଖନୀୟ ଘଟଣା ସମ୍ପର୍କରେ…. ସ୍ବାଧୀନତା ପ୍ରାପ୍ତିର ଏକ ବର୍ଷ ପରେ ଅର୍ଥାତ ୧୯୪୮ରେ...

କାର୍ଯ୍ୟସ୍ଥଳରେ ବିଦ୍ୟୁତ୍‌ ଠିକା ମିସ୍ତ୍ରି ଜଳିଯିବା ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କାର୍ଯ୍ୟସ୍ଥଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବୁଧବାର ଅପରାହ୍ନରେ ଜଳିଯାଇଥିଲେ ଠିକା ମିସ୍ତ୍ରି ମୟୂରଭଞ୍ଜ ଜିଲା ଭିଜିଡିହି ଗ୍ରାମର ବାଗଇ ମୁର୍ମୁ ଓରଫ...

ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ ଅଫିସ, ୭ା୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକେ ପ୍ରସୂତି ଓ...

ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ...

ସିଲପଟ୍‌କୁ ଧକ୍କା ଦେଲା ଦୁରନ୍ତୋ ଏକ୍ସପ୍ରେସ୍‌

ରୂପ୍‌ସା, ୨୩।୧୧ (ଡି.ଏନ.ଏ.)/ ଭୁବନେଶ୍ୱର(ବ୍ୟୁରୋ): ହାଓଡ଼ାରୁ ଯଶୋବନ୍ତପୁରକୁ ଯାଉଥିବା ଦୁରନ୍ତୋ ଏକ୍ସପ୍ରେସ (ନଂ. ୧୨୨୪୫) ଶୁକ୍ରବାର ବାଲେଶ୍ୱରର ରୂପସା ଷ୍ଟେଶନରେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

୯ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ମନ୍‌ସୁନ୍‌ ଟ୍ରଫଲାଇନ୍‌ ପ୍ରଭାବରେ ମଙ୍ଗଳବାର ରାଜ୍ୟର କେତୋଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବ। ଏଥିସହ ୯ଟି ଜିଲାରେ ପ୍ରବଳ ବର୍ଷା ହେବାର ଥିବା ଭୁବନେଶ୍ୱର...

ଇସ୍ପାତ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୂର୍ବ ଭାରତରେ ଅଧିକ ଇସ୍ପାତ ଉତ୍ପାଦନ ହେଉଥିବା କାରଣରୁ ଏହି ଅଞ୍ଚଳକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଭାରତର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତ...

Leave a comment

Your email address will not be published. Required fields are marked *